ETV Bharat / bharat

ସାମରିକ ଅଭିଯାନ ହେବ ଶକ୍ତିଶାଳୀ, ବାୟୁସେନାରେ 4 ଚିନୁକ ସାମିଲ

author img

By

Published : Mar 25, 2019, 12:10 PM IST

ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚତାରେ ଅବସ୍ଥିତ ସ୍ଥାନରେ ସୈନିକ ଏବଂ ଯନ୍ତ୍ରପାତି ପରିବହନ ପାଇଁ ଚିନୁକର ବ୍ୟବହାର କରାଯିବ। ଏହି ହେଲିକପ୍ଟର ୨୩,୦୦୦ କିଲୋଗ୍ରାମର ଓଜନ ଏକାଥରେ ଉଠାଇପାରିବ। ଏହା ଘଣ୍ଟାପ୍ରତି ସର୍ବାଧିକ ୩୦୨ କିଲୋମିଟର ବେଗରେ ଗତି କରିପାରିବ।

ଫାଇଲ ଫଟୋ

ଚଣ୍ଡିଗଡ: ଶେଷରେ ବାୟୁସେନାରେ ସାମିଲ ହୋଇଛି ଚିନୁକ ହେଲିକପ୍ଟର। ସୋମବାର ବାୟୁସେନା ମୁଖ୍ୟ ମାର୍ଶଲ ବିଏସ୍‌ ଧନୋଆ ଚଣ୍ଡିଗଡରେ 4ଟି ଚିନୁକ ହେଲିକପ୍ଟରକୁ ବାୟୁସେନାରେ ସାମିଲ କରିଛନ୍ତି। ଭାରତକୁ ପ୍ରଥମ ଚିନୁକ ମିଳିବା ପରେ ବାୟୁସେନାରେ ଏହାର ସାମିଲ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଏହା ସାମରିକ ଅଭିଯାନକୁ ଆହୁରି ଶକ୍ତିଶାଳୀ କରିବ।

ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚତାରେ ଅବସ୍ଥିତ ସ୍ଥାନରେ ସୈନିକ ଏବଂ ଯନ୍ତ୍ରପାତି ପରିବହନ ପାଇଁ ଚିନୁକର ବ୍ୟବହାର କରାଯିବ। ଏହି ହେଲିକପ୍ଟର ୨୩,୦୦୦ କିଲୋଗ୍ରାମର ଓଜନ ଏକାଥରେ ଉଠାଇପାରିବ । ଏହା ଘଣ୍ଟାପ୍ରତି ସର୍ବାଧିକ ୩୦୨ କିଲୋମିଟର ବେଗରେ ଗତି କରିପାରିବ । ଏହାଛଡା ଚିନୁକ ହେଲିକପ୍ଟରକୁ ସାମରିକ ଅଭିଯାନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜନ କରାଯାଇପାରିବ।

chinook helicopter
ଚିନୁକ ଭିତର ଦୃଶ୍ୟ(ଫାଇଲ ଫଟୋ)

ସେପ୍ଟେମ୍ବର 2015ରେ ଭାରତ ୧୫ଟି ଚିନୁକ ହେଲିକପ୍ଟର ପାଇଁ ଆମେରିକା ସହ ୧.୫ ବିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷର କରିଥିଲା। ଏବର୍ଷ ଫେବୃୟାରୀରେ ଫିଲଡେଲଫିଆରେ ଆମେରିକାର ଭାରତୀୟ ରାଷ୍ଟ୍ରଦୂତ ହର୍ଶ ଶ୍ରିଙ୍ଗଲାଙ୍କ ଉପସ୍ଥିତିରେ ଭାରତକୁ ପ୍ରଥମ ହେଲିକପ୍ଟର ମିଳିଥିଲା। ସେଥିରୁ ପ୍ରଥମ ୪ଟି ହେଲିକପ୍ଟର ଆମେରିକାରୁ ଆସି ଗତମାସ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଥିଲା। ଏହି ହେଲିକପ୍ଟର ବ୍ୟବହାର କରିବାରେ ଭାରତ ହେଉଛି ବିଶ୍ୱର ୧୯ ତମ ଦେଶ । ଭାରତ ପୂର୍ବରୁ 18ଟି ଦେଶ ଯୁଦ୍ଧ ତଥା ବିଭିନ୍ନ କାର୍ଯ୍ୟରେ ଏହାର ବ୍ୟବହାର କରିସାରିଛନ୍ତି।

chinook helicopter
ଫାଇଲ ଫଟୋ

ସୂଚନାଯୋଗ୍ୟ ଯେ ୨୦୧୫ ଚୁକ୍ତି ଅନୁସାରେ ଭାରତ ୨୨ଟି ଏଏଚ-୬୪ଇ ଆପାଚ ଆଟାକ ଏବଂ ୧୫ଟି ସିଏଚ-୪୭ଏଫ(୧) ଚିନୁକ ଟ୍ରାନ୍ସପୋର୍ଟ ହେଲିକପ୍ଟର ଲାଗି ବରାଦ ଦେଇଥିଲା। ଏହି ଦୁଇ ପ୍ରକାରର ହେଲିକପ୍ଟର ବିମାନ ଜଗତରେ ସମ୍ପୂର୍ଣ୍ଣ ନୂଆ ମଡେଲ। ଏହା ଭାରତୀୟ ବାୟୁସେନାର ହେଲିକପ୍ଟର ବିଭାଗକୁ ଆଧୁନିକୀକରଣ କରିବ ବୋଲି ଆଶା କରାଯାଉଛି । ସିଏଚ-୪୭ଏଫ ଚିନୁକକୁ ମଧ୍ୟ ବିଶ୍ବର ଅନ୍ୟାନ୍ୟ ପ୍ରମୁଖ ରାଷ୍ଟ୍ରର ପ୍ରତିରକ୍ଷା ବିଭାଗ ବ୍ୟବହାର କରୁଛନ୍ତି । ବୋଇଙ୍ଗ ଏହି ହେଲିକପ୍ଟର ପାଇଁ ଭାରତୀୟ ବାୟୁସେନାର ଅଫିସରଙ୍କୁ ଅକ୍ଟୋବର ମାସରେ ଟ୍ରେନିଂ ଦେଇଛି।

ପୂର୍ବରୁ ବାୟୁସେନା ପ୍ରମୁଖ ବିଏସ ଧାନୋଆ ଗତ 86ତମ ବାୟୁସେନା ଦିବସରେ କହିଥିଲେ ଯେ ବିଗତ 8 ଦଶନ୍ଧି ଧରି ବାୟୁସେନା ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ଦେଇ ଆସୁଛି। ଆଗକୁ 36ଟି ରାଫେଲ, ଏସ-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଆପାଚ ଆଟାକ ହେଲିକପ୍ଟର ଏବଂ ଚିନୁକ ହେଭି ଲିଫ୍ଟ ହେଲିକପ୍ଟର ବାୟୁସେନାରେ ସାମିଲ ହେବାକୁ ଅଛି । ଯାହା ପରେ ଏହାର ଶକ୍ତି ଢେର ଗୁଣ ବଢିଯିବ ବୋଲି ଆଶା ରହିଛି।

Slug,, TB awareness day ,, avb , Puri , 24.3.19

And,,. ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ । ଯକ୍ଷ୍ମା ରୋଗ ବିଷୟରେ ଲୋକ ଙ୍କୁ ସଚେତନ କରାଇବା ଉଦେଶ୍ୟ ରେ ଏହି ଦିବସ କୁ ବିଶ୍ଵବ୍ୟାପୀ ପାଳନ କରାଯାଉଛି। ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏହି ଦିବସ କୁ ଜିଲା ମୁଖ୍ୟ ଚିକତ୍ସା ଅଧିକାରୀ ଙ୍କ କାର୍ଯ୍ୟଳୟ ରେ ପାଳନ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟ କର୍ମୀ ମାନେ ଯୋଗ ଦେଇ ଥିଲେ। ଦୁଇ ସପ୍ତାହ ରୁ ଅଧିକ ଖାସ ଲାଗି ରହିଲେ , ରାତିରେ ଜର ସହ ଝାଳ ବୋହିବା , ଓଜନ କମିବା ଲକ୍ଷଣ ଯକ୍ଷ୍ମା ରୋଗ ର ଲକ୍ଷଣ ବୋଲୀ ସ୍ବାସ୍ତ୍ୟ କର୍ମୀ ଙ୍କୁ ସଚେତନ କରାଯାଇଛି। ଏହି ଲକ୍ଷଣ କୌଣସି ବ୍ୟକ୍ତି ଙ୍କ ଠାରେ ଦେଖା ଦେଲେ ସ୍ବାସ୍ତ୍ୟ କର୍ମୀମାନେ ରୋଗୀ କୁ ମେଡିକାଲକୁ ଆଣି ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଥିଲା। ଚିକିତ୍ସା ଦ୍ୱାରା କମ ଦିନରେ ଯକ୍ଷ୍ମା ରୋଗ ଭଲ ହୋଇ ପାରିବ ବୋଲୀ କୁହାଯାଇଥିଲା। ଅନ୍ୟପଟେ ଏହି ଯକ୍ଷ୍ମା ଦିବସ ରେ ବଲୁକା କଳା ମାଧ୍ୟମରେ ପୁରୀ ରେ ବଲୁକା ଶିଳ୍ପୀ ମାନସ ସାହୁ ସଚେତନତା ବାର୍ତା ଦେଇ ଛନ୍ତି। ଏଥି ସହିତ ଏକ signeture କ୍ୟାମ୍ପେନ ମଧ୍ୟ କରାଯାଇଛି। ସମସ୍ତେ ସଚେତନ ହେଲେ tb ରୋଗ ସାରା ବିଶ୍ୱରେ ଲୋପ ପାଇବ ବୋଲି ବାର୍ତା ଦେଇ ଛନ୍ତି ବଲୁକା ଶିଳ୍ପୀ ମାନସ ସାହୁ

ବାଇଟ,, 1,, ଲଲଟେନ୍ଦୁ ମିଶ୍ର ,,  ଯକ୍ଷ୍ମା ରୋଗ ଅଧିକାରୀ, ପୁରୀ


ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଯୁଆଲ ବାଇଟ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.