ETV Bharat / bharat

ମୁହଁରେ ଯନ୍ତ୍ରଣା ମୁଣ୍ଡବିନ୍ଧାର କାରଣ

author img

By

Published : Sep 17, 2019, 11:49 AM IST

ମୁଣ୍ଡବିନ୍ଧା ଏବେକାର ଯୁବପିଢିଙ୍କ ସାଧାରଣ ସମସ୍ୟା । ଚିନ୍ତା ଓ କାର୍ଯ୍ୟଭାର ବଢିଲେ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ । ବେଳେ ବେଳେ ମୁହଁରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ତେବେ ଏହା ମୁଣ୍ଡବିନ୍ଧାର ଅନ୍ୟ ଏକ କାରଣ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ମୁହଁ ମାଂସପେଶୀରେ ହେଉଥିବା ଯନ୍ତ୍ରଣା ମୁଣ୍ଡବିନ୍ଧାର କାରଣ । ଅନେକଙ୍କ ଏହି ସମସ୍ୟା ଦେଖାଯାଇଥାଏ ଓ ଏହାର ନିରାକରଣ ପାଇଁ ମଧ୍ୟ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଠିକ୍ ଚିକିତ୍ସା ହୋଇପାରେ ନାହିଁ। ମୁହଁରେ ଯନ୍ତ୍ରଣା ହେବା କିଛି ନୂଆ କଥା ନୁହେଁ । ତେବେ ଏହା ବିଷୟରେ ଅଧ୍ୟୟନ କରିବା ପାଇଁ ମୋଟ 2912 ଜଣଙ୍କୁ ଗବେଷଣାରେ ଅନ୍ତର୍ଭୂକ୍ତ କରାଯାଇଥିଲା ।

ମୁଣ୍ଡବିନ୍ଧାର ଅନେକ ପ୍ରଭେଦ ରହିଛି । ତେଣୁ ବିଭିନ୍ନ ବ୍ୟକ୍ତିଙ୍କଠାରେ ମୁଣ୍ଡବିନ୍ଧାର ପ୍ରଭେଦ ଦେଖିବାକୁ ମିଳେ । Migraine ଓ Cluster ମୁଣ୍ଡବିନ୍ଧା ମଧ୍ୟ ଗବେଷଣାର ଅନ୍ତର୍ଭୁକ୍ତ କରାଗଲା । ଅଂଶଗ୍ରହଣକାରୀଙ୍କୁ କିଛି ପ୍ରଶ୍ନର ଉତ୍ତର ଦେବାକୁ କୁହାଗଲା । ଏହାସହ ଯେଉଁମାନଙ୍କର ଦାନ୍ତରେ ଯନ୍ତ୍ରଣା ଥିଲା, ସେମାନଙ୍କୁ ଅଧ୍ୟୟନରେ ସମ୍ପୃକ୍ତ କରାଗଲା ନାହିଁ ।

Migraine:- ଏହା ଏକ ପ୍ରକାର ମୁଣ୍ଡବିନ୍ଧା । ଏହା ଦ୍ବାରା ମୁଣ୍ଡ ବୁଲେଇବା ସହ ବାନ୍ତି ହୋଇଥାଏ ଓ ଆଲୁଅକୁ ଅନେଇବା ସମ୍ଭବପର ହୁଏନାହିଁ ।

Cluster:- ଏଥିରେ ମୁଣ୍ଡର ଗୋଟିଏ ପାର୍ଶ୍ବ ବିନ୍ଧା ହୋଇଥାଏ । ଆଖି ଓ ନାକରୁ ପାଣି ବାହାରେ ।

ରିସର୍ଚ୍ଚରେ 291ଙ୍କ ମଧ୍ୟରୁ ପ୍ରାୟ 10 ପ୍ରତିଶତଙ୍କର କେବଳ ମୁହଁ ଯନ୍ତ୍ରଣା ରହିଥିଲା । 1935 ଜଣଙ୍କ ମଧ୍ୟରୁ 2 ପ୍ରତିଶତଙ୍କ ମଧ୍ୟରେ Migraine ଜନିତ ମୁହଁ ଯନ୍ତ୍ରଣା ରହିଥିଲା । ସେମାନଙ୍କ ମଧ୍ୟରୁ 41 ପ୍ରତିଶତଙ୍କ ମୁହଁରେ ଯନ୍ତ୍ରଣା ରହିଥିଲା । 283ଙ୍କ ମଧ୍ୟରୁ Cluster ମୁଣ୍ଡବିନ୍ଧା ପ୍ରାୟ 15 ପ୍ରତିଶତଙ୍କ ମଧ୍ୟରେ ରହିଥିଲା ।

Paroxysmal hemicrania ମୁଣ୍ଡବିନ୍ଧା ପ୍ରାୟ 20 ଜଣଙ୍କ ମଧ୍ୟରେ ଦେଖାଦେଇଥିଲା । ସେମାନଙ୍କ ମଧ୍ୟରୁ 45 ପ୍ରତିଶତଙ୍କର ମୁହଁ ଯନ୍ତ୍ରଣା । 42 ଜଣଙ୍କ ମଧ୍ୟରେ Hemicrania continua ମୁଣ୍ଡବିନ୍ଧା ଦେଖାଦେଇଥିଲା । ସେମାନଙ୍କ ମଧ୍ୟରୁ 21 ପ୍ରତିଶତଙ୍କ ମୁହଁ ଯନ୍ତ୍ରଣା ରହିଥିଲା । ଗବେଷକଙ୍କ ମତରେ ପ୍ରାୟ 6ଜଣଙ୍କର ମୁହଁର ଅଧାଭାଗରେ ଯନ୍ତ୍ରଣା ଦେଖାଯାଇଥାଏ । ଏହା ଦିନକୁ ଅନେକ ଥର ହୋଇଥାଏ ଓ ପ୍ରାୟ 10-30ମିନିଟ ଯାଏଁ ।

Paroxysmal hemicrania:- ମୁହଁର ଗୋଟିଏ ପାର୍ଶ୍ବ ବିନ୍ଧା ହୋଇଥାଏ ଓ ବେଳେବେଳେ ଯନ୍ତ୍ରଣା ବେକ ଯାଏଁ ପହଞ୍ଚିଯାଏ ।

Hemicrania continua:- ଲଗାତାର ଏପରି ମୁଣ୍ଡବିନ୍ଧା ହୋଇଥାଏ । ସର୍ବଦା ଗୋଟିଏ ପାର୍ଶ୍ବରେ ହିଁ ମୁଣ୍ଡବିନ୍ଧା ହୋଇଥାଏ ଓ ଧିରେ ଧିରେ ଯନ୍ତ୍ରଣା ବଢିବାକୁ ଲାଗେ ।

ଅନ୍ୟ କେତେଜଣଙ୍କର ମୁଣ୍ଡବିନ୍ଧା ପୁରୁଣା। ତେଣୁ ସେମାନଙ୍କ ଦେଖାଯାଉଥିବା ଲକ୍ଷଣ ବିଷୟରେ ଏତେ ଅବଗତ ନଥିଲେ । ଡାକ୍ତରଙ୍କ ପାଖକୁ ଏହାର ଚିକିତ୍ସା ପାଇଁ ଯିବା ସମୟରେ ନା ସେମାନେ ଏ ବିଷୟରେ ଚର୍ଚ୍ଚା କରିଥାନ୍ତି ନା ଡାକ୍ତର ଏ ବିଷୟରେ ଅବଗତ ହୁଅନ୍ତି ତେଣୁ ଏହି ସମସ୍ୟା ସମୟାନୁକ୍ରମେ ବଢିଚାଲିଛି । ମୁଣ୍ଡବିନ୍ଧା ମୁଖ୍ୟତଃ ମଥାରେ ଅଧିକ ହୋଇଥାଏ ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.