ETV Bharat / bharat

ବିଜାପୁରରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

author img

By

Published : Sep 28, 2020, 10:41 PM IST

ଛତିଶଗଡ଼ ବିଜାପୁର ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନରେ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଏହି ଅଭିଯାନରେ ଜଣେ ମାଓବାଦୀ ନିହତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଏନକାଉଣ୍ଟର
ଏନକାଉଣ୍ଟର

ରାୟପୁର: ଛତିଶଗଡ଼ ବିଜାପୁର ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନରେ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଏହି ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଛି । ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରିଛି ବିଜାପୁର ପୋଲିସ ।

ଦାନ୍ତେୱାଡା ଏବଂ ବିଜାପୁରର ମିଳିତ ଟିମ୍ (ଡିଆରଜି, ଏସଟିଏଫ, କୋବ୍ରା ଏବଂ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ) ଦନ୍ତେୱାଡା-ବିଜାପୁର ସୀମାବର୍ତ୍ତୀ ଗାଙ୍ଗାଲୁର ଥାନା ଅଞ୍ଚଳର ପିଡିଆ, ଡୋଡି, ତୁମୁନାର, ଇରେନାର ଏବଂ ପେଡାପାଲର ଜଙ୍ଗଲକୁ ନକ୍ସଲ ବିରୋଧୀ ଅଭିଯାନ ପାଇଁ ଯାଇଥିଲେ ।

ଏହି ଅଭିଯାନ ସମୟରେ ସୋମବାର ସକାଳେ ଗଙ୍ଗାଲୁରର ଇରାନାର ଏବଂ ପେଡାପାଲ ଜଙ୍ଗଲରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହାପରେ ଘଟଣାସ୍ଥଳରୁ ଜଣେ ମାଓବାଦୀର ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ବ୍ୟତୀତ 1 SBML ବନ୍ଧୁକ, 3 ଅଫୁଟା ଆଇଇଡି, 2 ଟି-ବ୍ୟାଟେରୀ, ବୈଦ୍ୟୁତିକ ତାର, ବ୍ୟାଗ, ରେଡିଓ, ଛତା, ନକ୍ସଲାଇଟ୍ କାଗଜ, ନକ୍ସଲାଇଟ୍ ସାହିତ୍ୟ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.