ETV Bharat / bharat

ଧାର୍ମିକ ସ୍ଥଳୀକୁ ପ୍ରଚାରରେ ବ୍ୟବହାର କର ନାହିଁ: ନିର୍ବାଚନ ଆୟୋଗ

author img

By

Published : Mar 20, 2019, 3:54 PM IST

କୌଣସି ପ୍ରକାର ଉପାସନା ସ୍ଥଳକୁ ପ୍ରଚାର ଲାଗି ବ୍ୟବହାର ନକରିବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଭିନ୍ନ ଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକଳାପରେ ନ ମାତିବାକୁ ମଧ୍ୟ ନିର୍ବାଚନ କମିଶନ ତାଗିଦ କରିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ସମୟରେ ଧାର୍ମିକ ସ୍ଥଳୀକୁ ପ୍ରଚାରରେ ବ୍ୟବହାର ନ କରିବାକୁ ନିର୍ବାଚନ ଆୟୋଗ ପରାମର୍ଶ ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ଅନୁସାରେ ନିର୍ବାଚନୀ ପ୍ରଚାରରେ ଧର୍ମର ବ୍ୟବହାର ନିଷିଦ୍ଧ ବୋଲି ଆୟୋଗ କହିଛନ୍ତି । ମଙ୍ଗଳବାର ଏନେଇ ସମସ୍ତ ରାଜନୈତିକ ଦଳ ଓ ଧାର୍ମିକ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

କୌଣସି ପ୍ରକାର ଉପାସନା ସ୍ଥଳକୁ ପ୍ରଚାର ଲାଗି ବ୍ୟବହାର ନକରିବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଭିନ୍ନ ଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକଳାପରେ ନ ମାତିବାକୁ ମଧ୍ୟ ନିର୍ବାଚନ କମିଶନ ତାଗିଦ କରିଛନ୍ତି । ସୂଚନାଯୋଗ୍ୟ ଯେ ନିର୍ବାଚନ ସମୟରେ ଧର୍ମ ଆଧାରରେ ଭୋଟରଙ୍କୁ ବିଭକ୍ତ କରିବାକୁ ମସଜିଦରେ ସ୍ବତନ୍ତ୍ର ଅବଜରଭର ନିଯୁକ୍ତ କରିବା ପାଇଁ ବିଜେପି ସୋମବାର ଅନୁରୋଧ କରିଥିଲା । ଏହାର ଦିନକ ପରେ ନିର୍ବାଚନ କମିଶନ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଆଦର୍ଶ ଆଚରଣବିଧି ଅନୁସାରେ ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ଜାତି ଓ ଧର୍ମର ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ । ଏହି ସମୟରେ ବିଭିନ୍ନ ଜାତି କିମ୍ବା ସମ୍ପ୍ରଦାୟ ମଧ୍ୟରେ ଧର୍ମଗତ ବା ଭାଷାଗତ ଉତ୍ତେଜନା ସୃଷ୍ଟି କରାଇବାକୁ କୌଣସି ରାଜନୈତିକ ଏବଂ ଧାର୍ମିକ ନେତା କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଅନୁମତି ମିଳିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Place: Angul

ଆସନ୍ତା ଏପ୍ରିଲ 23 ତାରିଖରେ ଅନୁଗୋଳ  ଜିଲାର 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଢେଙ୍କାନାଳ ଏବଂ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବ ସେଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଅନୁଗୋଳ , ତାଳଚେର ଓ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ବେଳେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ  ରହିଛି ଜିଲ୍ଲା ର ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ତେଣୁ ସେହି ହିସାବରେ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ଏଥର ଅନୁଗୁଳ ଜିଲାର 5ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ 1163 ବୁଥ ରେ ନିଜର ମତାଧିକାର ସାବ୍ୟସ୍ତ କରିବେ 9,56,761 ଭୋଟର ସେମାନଙ୍କ ମଧ୍ୟରୁ 4,57,326 ମହିଳା ଥିବା ବେଳେ 4,99, 391 ପୁରୁଷ ଭୋଟର ଅଛନ୍ତି ପ୍ରତି ବୁଥ ପାଇଁ ଜଣେ ପ୍ରିଜାଇଡ଼ିଂ ଅଫିସର ଓ 5ଜଣ ପୁଲିଂ ଅଫିସରଙ୍କୁ ନିୟୋଜିତ କରାଯିବାର ସ୍ଥିର ହୋଇଛି ପ୍ରତ୍ୟକ ନିର୍ବାଚନ ମଣ୍ଡଳୀ ପାଇଁ 3ଟି ଲେଖାଏଁ ଫ୍ଳାଇଂ ସ୍କ୍ବାର୍ଡ଼ ଗଠନ କରା ଯାଇଛି ଏହାଛଡ଼ା ପ୍ରତି ବୁଥରେ ପୋଲିସ ବ୍ୟବସ୍ଥା କରା ଯାଇଛି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ପୋଲିସ ବ୍ୟତିତ ବିଭିନ୍ନ ଶିଳ୍ପ ସଂସ୍ଥାର ସୁରକ୍ଷା କର୍ମୀ, ଅର୍ଦ୍ଧ ସାମରିକ ବାହିନୀଙ୍କୁ ମଧ୍ୟ ନିୟୋଜିତ କରାଯିବ ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ 118ଟି ଉତ୍ତେଜନା ମୁଳକ ବୁଥ ଚିହ୍ନଟ କରା ଯାଇଛି ତେଣୁ ସେହିସବୁ ବୁଥ ଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା କରା ଯାଇଛି ଏହାଛଡ଼ା ପ୍ରଶାସନ ପକ୍ଷରୁ ନିର୍ବାଚନରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବାରମ୍ବାର ତାଲିମ ଦିଆ ଯାଉଛି ଭୋଟର ସଚେତନତା ରଥ ଠାରୁ ନେଇ ଗାଁ ଗାଁରେ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରା ଯାଇଛି

Byte – 1 ତପନ ସତପଥୀ ଅତିରିକ୍ତ ଜିଲାପାଳ,ଅନୁଗୋଳ

visual on ftp 

 

 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.