ETV Bharat / bharat

ନରୱେ ପ୍ରତିପକ୍ଷଙ୍କ ସହ ବୈଦେଶିକ ମନ୍ତ୍ରୀଙ୍କ ଭିସି ମିଟିଂ

author img

By

Published : Jun 13, 2020, 1:30 AM IST

ଦ୍ବିପାକ୍ଷିକ ସମ୍ପର୍କ ଉପରେ ଉଭୟ ନେତା ଆଲୋଚନା କରିଥିଲେ । କୋରୋନା ପରିସ୍ଥିତି ଓ ଏହାର ମୁକାବିଲା ନେଇ ଜୟଶଙ୍କର ଏରିକସେନଙ୍କୁ ଅବଗତ କରାଇଥିଲେ । ଅଧିକ ପଢନ୍ତୁ...

ନରୱେ ପ୍ରତିପକ୍ଷଙ୍କ ସହ ବୈଦେଶିକ ମନ୍ତ୍ରୀଙ୍କ ଭିସି ମିଟିଂ
ନରୱେ ପ୍ରତିପକ୍ଷଙ୍କ ସହ ବୈଦେଶିକ ମନ୍ତ୍ରୀଙ୍କ ଭିସି ମିଟିଂ

ନୂଆଦିଲ୍ଲୀ: ଶୁକ୍ରବାର ନରୱେ ବୈଦେଶିକ ମନ୍ତ୍ରୀ ଏରିକସେନଙ୍କ ସହ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ଦ୍ବାରା ଉଭୟ ନେତା ସାମ୍ପ୍ରତିକ ପରିସ୍ଥିତି ଉପରେ କଥାବାର୍ତ୍ତା କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟରେ ଏହା ସମ୍ପର୍କରେ ସୂଚନା ଦିଆଯାଇଛି ।

ଦ୍ବିପାକ୍ଷିକ ସମ୍ପର୍କ ଉପରେ ଉଭୟ ନେତା ଆଲୋଚନା କରିଥିଲେ । କୋରୋନା ପରିସ୍ଥିତି ଓ ଏହାର ମୁକାବିଲା ନେଇ ଜୟଶଙ୍କର ଏରିକସେନଙ୍କୁ ଅବଗତ କରାଇଥିଲେ । ସେହିପରି ଉଭୟ ଭ୍ୟାକସିନ୍ ପ୍ରସ୍ତୁତି ଉପରେ ମଧ୍ୟ କଥାବାର୍ତ୍ତା ହୋଇଥିଲେ । ସାମୁଦ୍ରିକ ପଥରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଦୃଢ କରିବାକୁ ସହମତି ପ୍ରକାଶ କରିଥିଲେ ।

ସେହିପରି କୋରୋନା ମୁକାବିଲାରେ ଭାରତକୁ ସମସ୍ତ ପ୍ରକାର ସହାୟତା କରିବା ନେଇ ନରୱେ ବୈଦେଶିକ ମନ୍ତ୍ରୀ ସୂଚନା ଦେଇଥିଲେ । ଆଫଗାନିସ୍ତାନର ପରିସ୍ଥିତି ମଧ୍ୟ ସେମାନଙ୍କ ଆଲୋଚନା ପ୍ରସଙ୍ଗରେ ସ୍ଥାନ ପାଇଥିଲା । ଜୟଶଙ୍କରଙ୍କ ସହ କଥାବାର୍ତ୍ତା ନେଇ ଏରିକସେନ ନିଜ ଟ୍ବିଟରରେ ସୂଚନା ଦେଇଥିଲେ । ସେ କହିଛନ୍ତି ଯେ ଭାରତ ସହ ନରୱେର ସମ୍ପର୍କ ଉତ୍ତମ ରହିଛି । ସମସ୍ତ ପ୍ରକାର ଗ୍ଲୋବାଲ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଏକାଠି ମୁକାବିଲା କରିବାକୁ ଉଭୟ ନେତା ରାଜି ହୋଇଥିବା ସେ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.