ETV Bharat / bharat

ଦିଲ୍ଲୀ ସରକାର ଆରମ୍ଭ କରିବେ ନିଯୁକ୍ତି ପୋର୍ଟାଲ

author img

By

Published : Jul 26, 2020, 7:30 PM IST

ସହରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆପ୍ ସରକାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ ରବିବାର ଘୋଷଣା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦିଲ୍ଲୀ ସରକାର ଆରମ୍ଭ କରିବେ ଚାକିରି ପୋର୍ଟାଲ
ଦିଲ୍ଲୀ ସରକାର ଆରମ୍ଭ କରିବେ ଚାକିରି ପୋର୍ଟାଲ

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ ରବିବାର ଘୋଷଣା କରିଛନ୍ତି ଯେ ସହରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆପ୍ ସରକାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ପଦକ୍ଷେପ ରାଜଧାନୀର ଅର୍ଥବ୍ୟବସ୍ଥାକୁ ପୁନର୍ଜୀବିତ କରିବା ପାଇଁ ଉଦ୍ଦିଷ୍ଟ । ଲକଡାଉନ ଯୋଗୁଁ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ନିଯୁକ୍ତି ସୃଷ୍ଟି କରିବା ଯୋଗୁଁ ଅର୍ଥବ୍ୟବସ୍ଥା ପୁଣି ପୁନର୍ଜୀବିତ ହୋଇପାରିବ ।

ଶ୍ରମ ଓ ରୋଜଗାର ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଗାମୀ କିଛି ଦିନ ମଧ୍ୟରେ ଏକ ନିଯୁକ୍ତି ପୋର୍ଟାଲ ଲଞ୍ଚ କରିବେ । ଯେଉଁଠାରେ ନିଯୁକ୍ତି ଦେବାକୁ ଚାହୁଁଥିବା କମ୍ପାନୀ ଏବଂ ଆଶାୟୀ ନିଜେ ପଞ୍ଜୀକରଣ କରିପାରିବେ । ଲକଡାଉନ ପରେ ଅନେକ ନିଯୁକ୍ତି ହରାଇଛନ୍ତି । ଏହି ପୋର୍ଟାଲରେ ଆଶାୟୀ ସେମାନଙ୍କର ଯୋଗ୍ୟତା ଅନୁଯାୟୀ ସେମାନଙ୍କର ବିବରଣୀ ଓ ଆବଶ୍ୟକତା ପୋଷ୍ଟ କରିପାରିବେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.