ETV Bharat / bharat

ଦିଲ୍ଲୀ ନିର୍ବାଚନ: ସରିଲା ପ୍ରଚାର, ଶେଷ ଦିନରେ ଦମ ଲଗାଇଲେ ହେଭିଓ୍ବେଟ

author img

By

Published : Feb 6, 2020, 11:46 PM IST

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଶେଷ ହୋଇଛି ପ୍ରଚାର । 8ରେ ମତଦାନ 11ରେ ଆସିବ ଫଳ । ରାଜନୈତିକ ଦଳଙ୍କ କେମିତି ଥିଲା ପ୍ରଚାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

delhi assembly election
ସରିଲା ଦିଲ୍ଲୀ ନିର୍ବାଚନୀ ପ୍ରଚାର, ଏବେ ଅପେକ୍ଷା ମତଦାନକୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଫେବୃୟାରୀ 8ରେ ହେବ । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଚଳିତ ନିର୍ବାଚନରେ ତ୍ରୀମୁଖୀ ଲଢେଇ ହେଉଛି । ମାସାଧିକ କାଳ ଧରି ଆରୋପ, ପ୍ରତ୍ୟାରୋପ, ଜିନ୍ଦାବାଦ, ଧ୍ବନିରେ ପ୍ରକମ୍ପିତ ହେଉଥିବା ଦିଲ୍ଲୀ ଗଗନ ପବନ ଗୁରୁବାର ସଂଧ୍ୟା 5ଟାରେ ଥମିଯାଇଛି । ମତଦାନ ହେବାର 48 ଘଣ୍ଟା ପୂର୍ବରୁ ପ୍ରଚାର ଶେଷ ହୋଇଛି । ପ୍ରଚାର ଅବସରରେ କ୍ଷମତାସୀନ ଆପ ଓ ବିଜେପି ମଧ୍ୟରେ କଡା ମୁକାବିଲା ହୋଇଛି । ଗୁରୁବାର ପ୍ରଚାରର ଶେଷ ଦିନ ହୋଇଥିବାରୁ ସବୁଦଳ ଦମ ଲଗାଇଥିଲେ । 11ରେ ଫେବୃୟାରୀ ଦିଲ୍ଲୀ ବିଧାନସଭାର ଫଳ ଆସିବ ।


ନିର୍ବାଚନ ପୂର୍ବ ପ୍ରସ୍ତୁତିରେ ଆଗରେ ଥିଲା ଆମ ଆଦମୀ

ଆମ ଆଦମୀ ପାର୍ଟି ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାସହ ଦଳୀୟ ନେତା ମନୀଷ ସିସୋଦିଆ, ସଂଜୟ ସିଂ, ସୌରଭ ଭରଦ୍ବାଜ, ସତ୍ୟେନ୍ଦ୍ର ଜୈନ ଓ ଅମାନୁଲ୍ଲାହ ଖାନଙ୍କ ଭଳି ବରିଷ୍ଠ ନେତା ଦଳ ପାଇଁ ଭୋଟ ମାଗିଥିଲେ । ଆମ ଆଦମୀ ପାର୍ଟି ବହୁ ପୂର୍ବରୁ ନିର୍ବାଚନୀ ପ୍ରସ୍ତୁତି କରିଥିଲା । ଏହାସହ ଅନେକ ପ୍ରବାସୀ ଭାରତୀୟ ମଧ୍ୟ ଆପ ପାଇଁ ପ୍ରଚାର କରିଥିଲେ । ଖାଲି ଏତିକି ନୁହେଁ ଦଳ ଛୋଟ ବଡ ସଭା ସମିତି, ରୋଡଶୋ, ଘରକୁ ଘର ଯାଇ ଭୋଟ ଭିକ୍ଷା କରିଥିଲା । ସାମାଜିକ ଗଣମାଧ୍ୟମ ଜରିଆରେ ମଧ୍ୟ ଦଳ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରିଥିଲା । ଆଉ ସବୁଠାରୁ ବଡ କଥା ହେଲା ଦଳ ଆତ୍ମ ବିଶ୍ବାସରେ ହେଉ ଅବା ନିଜ କାମ ବଳରେ ସିଧା ସଳଖ ଲୋକଙ୍କୁ କାମ ଦେଖି ଭୋଟ ଦେବାକୁ ନିବେଦନ କରିଛି । ଯାହା ଦଳକୁ ଟିକିଏ ଆଗରେ ରଖିଛି ।


ବିଜେପିର ଧୂଆଁଧାର ପ୍ରଚାର, ବଳ ଯୋଗାଇଲେ ଜାତୀୟ ନେତା

ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଇବା ପରେ ଦିଲ୍ଲୀ ଦଖଲ କରି ବିଜେପି ନିଜ ଘାରେ ମଇଲମ ଲଗାଇବାକୁ ଯୋଜନା କରିଛି । ଦିଲ୍ଲୀ ଦଖଲ ପାଇଁ ଦଳର ସମସ୍ତ ଜାତୀୟ ବ୍ରିଗେଡିୟରଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ, ଦଳର ଜାତୀୟ ଅଧ୍ୟକ୍ଷ, ପ୍ରତିରକ୍ଷା ମନ୍ତ୍ରୀ, ସମସ୍ତ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଜେପି ରାଜ୍ୟ ଶାଖାର ନେତାମାନେ ମଧ୍ୟ ଦଳ ପାଇଁ ପ୍ରଚାର ଜୋରଦାର କରିଥିଲେ । ଦଳ ଦିଲ୍ଲୀ କ୍ଷମତା ପାଇଁ ଏତିକିରେ ରହିଯାଇନଥିଲା । ରାତି ଦିନ ଏକ କରି ସମସ୍ତ ଭୋଟରଙ୍କୁ ମନାଇବାକୁ ଲାଗିପଡିଥିଲା ବିଜେପି । ସାମାଜିକ ଗଣମାଧ୍ୟମରେ ଦଳ ଏକ ପ୍ରକାର କେଜ୍ରିୱାଲଙ୍କୁ ହାଇଜ୍ୟାକ କରିନେଇଥିଲା । ତେବେ ବିଜେପିର ଏହି ମେଗା ପ୍ରଚାର କେତେ ଫଳପ୍ରଦ ହେଉଛି 11ରେ ଜଣାପଡିବ ।

ପୂର୍ବାଞ୍ଚଳ ଭୋଟରଙ୍କ ଉପରେ ବିଜେପିର ଆଖି

ଦିଲ୍ଲୀ ବିଧାନସଭା ପାଇଁ ବିଜେପିର ପ୍ରଚାର ଖାଲି ନେତା ମନ୍ତ୍ରୀ କରିନଥିଲେ । ଦଳର ଅନେକ ସାଂସଦ, ବିଧାୟକ ପ୍ରଚାରରେ ଝାଳ ବୁହାଇଥିଲେ । ବିଜେପିର ନଜର ପଡିଛି ପୂର୍ବାଞ୍ଚଳ ଭୋଟରଙ୍କ ଉପରେ । ଦଳ ପୂର୍ବାଞ୍ଚଳ ଭୋଟରଙ୍କୁ ନିଜ ପଟକୁ ଟାଣିବା ପାଇଁ ବହୁ ଭଜପୁରୀ ସିନେ କଳାକାରଙ୍କୁ ମଧ୍ୟ ପ୍ରଚାରରେ ସାମିଲ କରିଥିଲା । ସୂଚାନଯୋଗ୍ୟଯେ ଦିଲ୍ଲୀରେ 30ରୁ 32 ପ୍ରତିଶତ ଭୋଟର ପୂର୍ବାଞ୍ଚଳରୁ ଆସୁଛନ୍ତି । ଯେଉଁମାନନେ 25 ରୁ 30 ସିଟ ରେ ନିଜର ପ୍ରଭାବ ରଖୁଛନ୍ତି । ତଥା ଏମାନଙ୍କ ଭୋଟ ଯେଉଁଦଳକୁ ଯିବ ସେହି ଦଳର ବିଜୟ ସହଜ ହେବ ବୋଲି ଆକଳନ କରୁଛନ୍ତି ରାଜନୈତିକ ପଣ୍ଡିତ ।


ଶେଷ ପର୍ଯ୍ୟାୟରେ କଂଗ୍ରେସ ପ୍ରଚାର ଗାଡି ବଢାଇଲା ବେଗ

ଦିଲ୍ଲୀ ବିଧାନସଭାରେ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀତା କରୁଥିଲେ ମଧ୍ୟ ଦଳ ପାଖରେ ସେହି ଶକ୍ତି କିମ୍ବା ଜୋଶ ନଥିଲା ଯାହା ବିଜୟ ପାଇଁ । ଦଳ ଏକ ପ୍ରକାର ଭାଗ୍ୟ ଉପରେ ଭରସାରେ କରିଛି । ପ୍ରଚାରର ଶେଷ ଦିନରେ ରାହୁଲ ପ୍ରିୟଙ୍କା ତୁଫାନୀ ପ୍ରଚାର କରି ଭୋଟରଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରିଛନ୍ତି । ତାଙ୍କୁ ସାଥ ଦେଇଛନ୍ତି ଦଳର କିଛି ତୁଙ୍ଗନେତା । ଦଳ ପ୍ରଚାର ବେଳେ କଂଗ୍ରେସ ସରକାର ସମୟରେ ହୋଇଥିବା କାମକୁ ଦର୍ଶାଇବା ସହ ବିଜେପି ଉପରେ ପ୍ରହାର କରିଛି ।

ପ୍ରଚାରରେ ସ୍ଲୋଗାନ ପ୍ରତିଯୋଗୀତା

ଦିଲ୍ଲୀ ଦଖଲ ପାଇଁ 3 ପ୍ରମୁଖ ଦଳ ସବୁ ଶକ୍ତି ଖଟାଇଛନ୍ତି । ଆପ ନିଜ କାମ ବଳରେ କ୍ଷମତା ବଜାୟ ରଖିବାକୁ ଆଶାବାଦୀ । ସେହିପରି ବିଜେପି ରାଷ୍ଟ୍ରବାଦ ସହ ମୋଦିଙ୍କ ବିକାଶ ପାଇଁ ଡବଲ ଇଞ୍ଜିନ ନାରା ପୁଣିଥରେ ଦେଇଛି । ତେବେ ପ୍ରଚାର ପାଇଁ ସମସ୍ତ ଦଳ ବିଭିନ୍ନ ସ୍ଲୋଗାନ ଥିଲା ବେଶ ରୋମାଞ୍ଚକର । ଆମ ଆଦମୀ ପକ୍ଷରୁ ଚର୍ଚ୍ଚିତ ସ୍ଲୋଗାନ ଥିଲା ‘ଅଚ୍ଛେ ବିତେ ପାଞ୍ଚ ସାଲ୍, ଲଗେ ରହୋ କେଜ୍ରିୱାଲ', କେଜ୍ରିୱାଲ୍‌ ଆଗେ ବଢୋ ହମ୍‌ ତୁମହାରେ ସାଥ୍‌ ହୈ, ସେହିଭଳି ବିଜେପିର ଚର୍ଚ୍ଚିତ ସ୍ଲୋଗାନ ଥିଲା ‘ଆପଲୋକ ଦେଶ୍ ମେଁ ବଦଲା, ଅଭି ଦିଲ୍ଲୀ ମେଁ ବଦଲ୍‌ଦୋ...ଦିଲ୍ଲୀ ଦେଖେଗା ନୟା ବିକାଶ...


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.