ETV Bharat / bharat

ପୂର୍ବତନ NIA ଅଧିକାରୀ ଜଲଜ ଶ୍ରୀବାସ୍ତବଙ୍କ ବିରୋଧରେ ମାମଲା ରୁଜୁ କଲା CBI

author img

By

Published : Aug 28, 2020, 6:36 PM IST

ଗିରଫ ହୋଇଥିବା ଭାରତୀୟ ସୂଚନା ଅଧିକାରୀ ସଂସାର ଚାନ୍ଦ ଏବଂ ତାଙ୍କ ସ୍ତ୍ରୀ ଅଭିନାଶ କୌରଙ୍କୁ ଜାଲିଆତି କରି ଫୋନ କଲ୍‌ର ସବିଶେଷ ତଥ୍ୟ ପ୍ରଦାନରେ ସାହାଯ୍ୟ କରିବା ଅଭିଯୋଗରେ ଏନଆଇଏର ପୂର୍ବତନ ଏଏସପି ଜଲଜ ଶ୍ରୀବାସ୍ତବଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଅଧିକ ପଢନ୍ତୁ...

ପୂର୍ବତନ NIA ଅଧିକାରୀ ଜଲଜ ଶ୍ରୀବାସ୍ତବଙ୍କ ବିରୋଧରେ ମାମଲା ରୁଜୁ କଲା CBI
ପୂର୍ବତନ NIA ଅଧିକାରୀ ଜଲଜ ଶ୍ରୀବାସ୍ତବଙ୍କ ବିରୋଧରେ ମାମଲା ରୁଜୁ କଲା CBI

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ପୂର୍ବତନ ଏଏସପି ଜଲଜ ଶ୍ରୀବାସ୍ତବଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ପୂର୍ବରୁ ଗିରଫ ହୋଇଥିବା ଭାରତୀୟ ସୂଚନା ଅଧିକାରୀ ସଂସାର ଚାନ୍ଦ ଏବଂ ତାଙ୍କ ସ୍ତ୍ରୀ ଅଭିନାଶ କୌରଙ୍କୁ ଜାଲିଆତି କରି ଫୋନ କଲ୍‌ର ସବିଶେଷ ତଥ୍ୟ ପ୍ରଦାନରେ ସାହାଯ୍ୟ କରିବା ଅଭିଯୋଗରେ ଜଲଜଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ଆଇଆରଏସ ଅଧିକାରୀ ସଂସାର ଓ ତାଙ୍କ ସ୍ତ୍ରୀଙ୍କୁ 2018ରେ ଗିରଫ କରାଯାଇଥିଲା ।

ବର୍ତ୍ତମାନ ଶ୍ରୀବାସ୍ତବ ନିଜ ଘରୋଇ କ୍ୟାଡର ବିଏସଏଫକୁ ଫେରିଥିବା ବେଳେ ସେ ମଣିପୁରର ଇମ୍ଫାଲରେ ନିଯୁକ୍ତି ପାଇଛନ୍ତି । ଶ୍ରୀବାସ୍ତବ ଗରିଫ ଅଭିଯୁକ୍ତ ଆଇଆରଏସ ଅଧିକାରୀଙ୍କ ସ୍ତ୍ରୀ କୌରଙ୍କ ଅନୁରୋଧ କ୍ରମେ 2017 ଏବଂ 2018ରେ ଏନଆଇଏର ଉଚ୍ଚପଦସ୍ତ ଅଧିକାରୀ ଏଡି ନେଗୀ ଓ ଜଣେ ଆଇପିଏସ ଅଧିକାରୀଙ୍କ ବିନା ଅନୁମତିରେ କଲରେକର୍ଡ ଟ୍ୟାପ କରିଥିଲେ । ପରେ ସେ ଏହାକୁ କୌରଙ୍କ ସହ ସେୟାର କରିଥିବା ଅଭିଯୋଗ ହୋଇଛି ।

କାନପୁରରେ ବସ୍ତ ଏବଂ ସେବା କର (ଜିଏସଟି) ଅଧିକାରୀ ଭାବରେ ପୋଷ୍ଟ ହୋଇଥିବା 1986 ବ୍ୟାଚ ଆଇଆରଏସ ଅଧିକାରୀ ଚାନ୍ଦଙ୍କୁ ବ୍ୟବସାୟୀଙ୍କ ପାଖରୁ ଲାଞ୍ଚ ନେବା ଅଭିଯୋଗରେ ଫେବୃଆରୀ 2018ରେ ଗିରଫ କରାଯାଇଥିଲା।

ସିବିଆଇ ଅଧିକାରୀ କହିଛନ୍ତି ଯେ ଶ୍ରୀବାସ୍ତବଙ୍କ ବିରୋଧରେ ଦୁର୍ନୀତି ମାମଲା ଦାୟର କରିବା ପୂର୍ବରୁ ସେମାନେ ବିଏସଏଫ ପକ୍ଷରୁ ଆବଶ୍ୟକ ଅନୁମତି ମାଗିଛନ୍ତି । ତେବେ ଅନୁମତି ପାଇବା କ୍ଷଣି ଶ୍ରୀବାସ୍ତବଙ୍କୁ ଜେରା କରାଯିବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.