ETV Bharat / bharat

ଏବେ ଆପଣଙ୍କ ସ୍ମାର୍ଟଫୋନରେ ବାଜିବ ‘ମେଁ ଭି ଚୌକିଦାର’

author img

By

Published : Mar 20, 2019, 12:12 PM IST

ବିଜେପି ପକ୍ଷରୁ ‘ମେଁ ଭି ଚୌକିଦାର’ କଲର ଟ୍ୟୁନ ଲଞ୍ଚ ହୋଇଛି । ଏହି ଟ୍ୟୁନକୁ ବିଭିନ୍ନ ସେଲୁଲାର ନେଟୱର୍କର ଗ୍ରାହକ ଆକସେସ ଓ ଡାଉନଲୋଡ୍‌ କରିପାରିବେ । ଏଥିପାଇଁ ଟ୍ବିଟରରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@BJP4India

ନୂଆଦିଲ୍ଲୀ: କିଛି ଦିନ ତଳେ ବିଜେପି ପକ୍ଷରୁ ରିଲିଜ ହୋଇଥିବା ‘ମେଁ ଭି ଚୌକିଦାର’ ଗୀତ ଖୁବ ଲୋକପ୍ରିୟ ପାଲଟିଛି । ସାରା ଦେଶରେ ଏହା ଆଦୃତ ହୋଇଥିବାବେଳେ ସମସ୍ତ ବିଜେପି ନେତା ଏହାକୁ ସେମାନଙ୍କ ସୋସିଆଲ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏବେ ବିଜେପି ପକ୍ଷରୁ ଏହାର କଲର ଟ୍ୟୁନ ଲଞ୍ଚ କରାଯାଇଛି ।

  • You may now make #MainBhiChowkidar song as your Caller Tune.

    • Dial 57878617 from your Airtel mobile phone.

    • Dial 53711116475 from your Vodafone mobile phone.

    • Dial 5678911116415 from your Idea mobile phone.

    • Jio users can type chowkidar and send SMS to 56789. pic.twitter.com/9YDshjNWyN

    — BJP (@BJP4India) March 19, 2019 " class="align-text-top noRightClick twitterSection" data=" ">

ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ‘ଚୌକିଦାର’ ଅଭିଯାନ ଆରମ୍ଭ କରିଥିଲେ । ନିଜ ନାମ ଆଗରେ ଚୌକିଦାର ଲଗାଇ ଟ୍ବିଟରରେ ସେ ନାମ ପରିବର୍ତ୍ତନ କରି ‘ଚୌକିଦାର ନରେନ୍ଦ୍ର ମୋଦି’ ରଖିଥିଲେ । ଏହାପରେ ଗତ ଶନିବାର ବିଜେପି ପକ୍ଷରୁ ‘ମେଁ ଭି ଚୌକିଦାର’ ଅଭିଯାନ ଆରମ୍ଭ ହୋଇଥିଲା । ଏଥିପାଇଁ ଦଳ ଏକ ଗୀତ ମଧ୍ୟ ରିଲିଜ କରିଥିଲା । ଯାହା ଲୋକଙ୍କ ମଧ୍ୟରେ ଖୁବ ଆଦୃତ ହୋଇଥିଲା ।

ତେବେ ଆଜି ମୋଦି ଅପରାହ୍ନ 4ଟା 30ରେ ଦେଶର 25 ଲକ୍ଷ ଚୌକିଦାରଙ୍କୁ ସମ୍ବୋଧନ କରିବେ । ଏଥିପାଇଁ ବିଜେପି ପକ୍ଷରୁ ‘ମେଁ ଭି ଚୌକିଦାର’ କଲର ଟ୍ୟୁନ ଲଞ୍ଚ ହୋଇଛି । ଏହି ଟ୍ୟୁନକୁ ବିଭିନ୍ନ ସେଲୁଲାର ନେଟୱାର୍କର ଗ୍ରାହକ ଆକସେସ ଓ ଡାଉନଲୋଡ୍‌ କରିପାରିବେ । ଏଥିପାଇଁ ଟ୍ବିଟରରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣ ଲୋକଙ୍କ ମଧ୍ୟରେ ଗୀତ ପ୍ରତି ଆଦୃତ ଦେଖି ଏପରି ବ୍ୟବସ୍ଥା ନିଆଯାଇଛି ବୋଲି ବିଜେପି କହିଛି । ଭୋଡାଫୋନ, ଜିଓ, ଏୟାରଟେଲ ଏବଂ ଆଇଡିଆ ଗ୍ରାହକଙ୍କ କିପରି ନିଜ ଫୋନରେ ଏହାର ଲାଭ ପାଇପାରିବେ ତାହାର ସମସ୍ତ ସୂଚନା ଦିଆଯାଇଛି ।

Intro:Body:



Amaravati: Popular telugu actor Pawan Kalyan's Jana Sena Party, which is making its political debut this year, released its third list of candidates for the Lok Sabha and Assembly polls in Andhra Pradesh.



The list included 13 names for the Assembly seats, and a solitary candidate for the Lok Sabha polls.



Seeking to emerge as a potent third force in the state, the Jana Sena has teamed up with the Bahujan Samaj party, the CPI and the CPI-M for the April 11 polls to Lok Sabha and the Andhra Pradesh Assembly.



The Jana Sena will contest 140 out of 175 Assembly and 18 out of 25 Lok Sabha seats.



BSP has been given three Lok Sabha and 21 Assembly seats, CPI and CPI-M two Lok Sabha and seven assembly seats each, as part of the agreement


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.