ETV Bharat / bharat

ମହାରାଷ୍ଟ୍ର ନିର୍ବାଚନ: ବିଜେପିର ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି

author img

By

Published : Oct 4, 2019, 11:09 AM IST

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପିର 7 ଜଣିଆ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଏକନାଥ ଖଡସେ, ବିନୋଦ ତାବଡେ ଓ ପ୍ରକାଶ ମେହଟ୍ଟା ଆଦି ନେତାଙ୍କ ନାଁ ନାହିଁ ।

ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହାର ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ତାଲିକାରେ 7 ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଅନ୍ୟପକ୍ଷେ ପାର୍ଟିର ତିନି ଜଣ ବରିଷ୍ଠ ନେତା ଏକନାଥ ଖଡସେ, ବିନୋଦ ତାବଡେ ଓ ପ୍ରକାଶ ମେହଟ୍ଟାଙ୍କ ନାଁ ନଥିବାର ଦେଖିବାକୁ ମିଳିଛି।

@ANI
ଫଟୋ ସୌଜନ୍ୟ: ଟ୍ବିଟର @ANI

ଚତୁର୍ଥ ତାଲିକାରେ ଚରଣସିଂହ ଠାକୁର, ପ୍ରଦୀପ ପଡାଲ, ରାହୁଲ ଧିକାଲେ, ସୁନୀଲ ରାଣେ, ପରାଗ ଶାହ ଓ ରାହୁଲ ନାରଭେକରଙ୍କୁ ଟିକଟ ମିଳିଛି। ଏକନାଥ ଖଡସେଙ୍କ ଝିଅ ରୋହିଣୀ ଖଡସେଙ୍କୁ ମୁକ୍ତାନଗର ଆସନରୁ ଟିକଟ ଦେଇଛି ବିଜେପି।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.