ETV Bharat / bharat

ସେନାରେ ସାମିଲ ଧନୁଷ, ଶତ୍ରୁ ଉପରେ ରହିବ 24 ଘଣ୍ଟା ନଜର

author img

By

Published : Mar 26, 2019, 3:16 PM IST

୨୦୧୫ରେ ଭାରତରେ ଏହି ଦେଶୀ ବୋଫୋର୍ସର ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସ୍ୱଦେଶୀ ତୋପ ଧନୁଷର ପାୱାର ବୋଫୋର୍ସଠାରୁ ଉନ୍ନତ ବୋଲି କୁହାଯାଉଛି। ଧନୁଷର କେଲିବର ୧୫୫ ଏମଏମ୍‌ ଥିବାବେଳେ ଏହାର ରେଞ୍ଜ ୪୦ କିଲୋମିଟର ରହିଛି।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଏବେ ପଡୋଶୀ ଦେଶଙ୍କ ଆକ୍ରମଣର ମୁହଁତୋଡ ଜବାବ ଭାରତ ଦେଇପାରିବ। ଦିନରାତି 24 ଘଣ୍ଟା ଶତ୍ରୁଙ୍କ ଉପରେ ନଜର ରଖି କୌଣସି ମୂହୁର୍ତ୍ତରେ ଫାୟାରିଙ୍ଗ କରିହେବ। ଭାରତୀୟ ସେନାକୁ ଏଭଳି ସୁଯୋଗ ଦେଇଛି ଧନୁଷ ହାୱିଟଜର।

ଆଜି ଭାରତୀୟ ସେନାରେ ଆନୁଷ୍ଠାନିକ ଭାବେ ୪ଟି ଦେଶୀ ବୋଫୋର୍ସକୁ ସାମିଲ କରାଯାଇଛି। ଯେକୌଣସି ପ୍ରକାରର ଯୁଦ୍ଧକାଳୀନ ସ୍ଥିତିରେ ଭାରତର ଏହି ଦେଶୀ ବୋଫୋର୍ସ ଶତ୍ରୁକୁ ମୁହଁଭଙ୍ଗା ଜବାବ ଦେଇପାରିବ। ଏହି ବୋଫର୍ସକୁ ଧନୁଷ ହାୱିଟଜର କୁହାଯାଉଛି। ବୋଫୋର୍ସ କମାଣ ଅନୁସାରେ ଏହାର ନିର୍ମାଣ ହୋଇଛି। ଏହା ସମ୍ପୂର୍ଣ୍ଣ ଦେଶୀ କୌଶଳରେ ନିର୍ମିତ ହୋଇଛି।

୨୦୧୫ରେ ଭାରତରେ ଏହି ଦେଶୀ ବୋଫୋର୍ସର ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସ୍ୱଦେଶୀ ତୋପ ଧନୁଷର ପାୱାର ବୋଫୋର୍ସଠାରୁ ଉନ୍ନତ ବୋଲି କୁହାଯାଉଛି। ଧନୁଷର କେଲିବର ୧୫୫ ଏମଏମ୍‌ ଥିବାବେଳେ ଏହାର ରେଞ୍ଜ ୪୦ କିଲୋମିଟର ରହିଛି।

ଏହି କମାଣ ଭାରତରେ ପ୍ରସ୍ତୁତ ହୋଇଥିବା ପ୍ରଥମ ଲମ୍ବା ରେଞ୍ଜର ତୋପ । ଦିନରାତି ଫାୟାରିଙ୍ଗ କରିବାରେ ଏହା କ୍ଷମତା ରଖିଛି। ପାହାଡିଆ ଅଞ୍ଚଳରେ ଏହି ତୋପକୁ ସହଜରେ ରଖାଯାଇ ଫାୟାରିଙ୍ଗ କରାଯାଇପାରିବ। ଏପରିକି କୌଣସି ପ୍ରକାର ପ୍ରତିକୂଳ ପାଗରେ ଏହି ତୋପ ଶତ୍ରୁର ମୁକାବିଲା କରିପାରିବ ।

ନବୀନ ନିବାସରେ ବିଜେପି ନେତା ଓ କର୍ମୀ

ଭୁବନେଶ୍ୱର () ରାଜ୍ୟ ବିଜେଡିରେ ଘଡିକେ ଘୋଡା ଛୁଟୁଛି । କେତେବେଳେ ଟିକେଟ କଟିବା ପ୍ରତିବାଦରେ ବିଜେଡି ବିଧାୟକମାନେ ବିଜେପିକୁ ଡେଉଁଛନ୍ତି, ତ କେତେବେଳେ ବିପକ୍ଷ ଦଳର ତୃଣମୂଳ ନେତାମାନେ ବିଜେଡିରେ ମିଶୁଛନ୍ତି । ଆଜି ନବୀନ ନିବାସରେ ନବୀନ ପଟନାୟକ ଦଳର ନୂଆ ପ୍ରଚାର ଗାଡିକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏଥିସହ ସେ ଆଜି ବିଜେପୁର ଗସ୍ତରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି । 

କୋରାପୁଟ ଜିଲ୍ଲାରେ ବିଜେପି ନେତା ଅନୁପ ପାତ୍ରଙ୍କ ନେତୃତ୍ୱରେ କିଛି ବିଜେପି କର୍ମୀ ଓ ଯାଦବ ସମାଜ ବିଜେଡିରେ ସାମିଲ ହୋଇଛନ୍ତି । ଏହି ନେତାମାନେ ବିଜେଡିର ଶକ୍ତି ବୃଦ୍ଧି କରିବେ ବୋଲି ନବୀନ ଆଶା ପ୍ରକାଶ କରିଥିବା ବେଳେ, ବିଜେଡିରେ ସାମିଲ ହୋଇଥିବା ବିଜେପି ନେତାମାନେ ଦଳର କାର୍ଯ୍ୟକୁ ନେଇ ବିଷ ଉଗାଳିଛନ୍ତି । 
ବାଇଟ - ଅନୁପ ପାତ୍ର, ବିଜେପି ନେତା
ବାଇଟ - କୋରାପୁଟ ବିଜେପି ନେତା ଓବିସି ସେଲ ନେତା
ବାଇଟ - ଦେବୀ ମିଶ୍ର, ବିଜେଡି ଉପସଭାପତି
ବାଇଟ - ନବୀନ ନିବାସ, ମୁଖ୍ୟମନ୍ତ୍ରୀ
All bytes and visual sent in LiveU - Nabin Niwas
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.