ETV Bharat / bharat

ଦିଲ୍ଲୀ ଆନ୍ଦୋଳନରୁ ଫେରି ପଞ୍ଜାବରେ ଚାଷୀଙ୍କ ଆତ୍ମହତ୍ୟା

author img

By

Published : Jan 11, 2021, 1:50 PM IST

ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା । ପଞ୍ଜାବର ବର୍ଣ୍ଣାଲରେ ଜଣେ ଚାଷୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

Delhi Farmers hanged himself
ଦିଲ୍ଲୀ ଆନ୍ଦୋଳନରୁ ଫେରି ପଞ୍ଜାବରେ ଚାଷୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା । ପଞ୍ଜାବର ବର୍ଣ୍ଣାଲରେ ଜଣେ ଚାଷୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ନାମ ହେଲା ନିର୍ମଳ ସିଂହ । ମୃତ ବ୍ୟକ୍ତି ଭାରତୀୟ କୃଷକ ସଂଘ ଏକତା ଡକୌଦାର ଜଣେ ସକ୍ରିୟ ସଦସ୍ୟ ମଧ୍ୟ ଥିଲେ। ଏହାସହ ସେ କିଛି ଦିନ ତଳେ ଦିଲ୍ଲୀ ଆନ୍ଦୋଳନରୁ ଫେରିଥିଲେ । 5 ଲକ୍ଷ ଟଙ୍କାର ଋଣ ତାଙ୍କ ମୁଣ୍ଡ ଉପରେ ଥିଲା ।

Delhi Farmers hanged himself
ଦିଲ୍ଲୀ ଆନ୍ଦୋଳନରୁ ଫେରି ପଞ୍ଜାବରେ ଚାଷୀଙ୍କ ଆତ୍ମହତ୍ୟା

କୃଷକ ସଂଗଠନ ମୃତ କୃଷକଙ୍କ ଋଣ ଛାଡ କରିବାକୁ, ସରକାରୀ ଚାକିରି ଦେବାକୁ ଏବଂ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାକୁ ସରକାରଙ୍କୁ ଦାବି କରିଛି। ଅନ୍ୟପକ୍ଷେ ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ଆଉ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଶ୍ରୀ ମୁକ୍ତେସର ସାହିବର 61 ବର୍ଷିୟ ଜଗଦିଶ ସିଂ । ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.