ETV Bharat / bharat

ପ୍ରେମ କଲା ପାଗଳ: ପ୍ରେମିକ ସହ ମିଶି ପୁଅକୁ ହତ୍ୟା

author img

By

Published : Oct 8, 2020, 7:40 PM IST

ପ୍ରେମିକ ସହ ମିଶି ଜନ୍ମ କଲା ପୁଅକୁ ହତ୍ୟା କଲା ମାଆ । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ...

ପ୍ରେମିକ ସହ ମିଶି ପୁଅକୁ ହତ୍ୟା
ପ୍ରେମିକ ସହ ମିଶି ପୁଅକୁ ହତ୍ୟା

ଅମରାବତୀ: କଂସେଇ ସାଜିଲା ମାଆ । ନିଜ ଜନ୍ମ କଲା ପୁଅକୁ ପ୍ରେମିକ ସହ ମିଶି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଛି ଆନ୍ଧ୍ରପ୍ରଦେଶ କୃଷ୍ଣ ଜିଲ୍ଲାର ଜଗାୟାପେଟ ଅଞ୍ଚଳରେ । ଅଭିଯୁକ୍ତ ମାଆ ଉଷା ଓ ତାଙ୍କ ପ୍ରେମିକକୁ ପୋଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ, ଉଷା ଦୁଇ ମାସ ହେଲା ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇ ସାନପୁଅ ସହ ପ୍ରେମିକ ଶ୍ରୀନୁ ସାଙ୍ଗରେ ରହି ଆସୁଥିଲେ । ସେ କୌଣସି ଉପାୟରେ ନିଜ ପୁଅକୁ ମାରିବାକୁ ଚାହୁଁଥିଲେ । ଏଣୁ ସେ ଓ ତାଙ୍କ ପ୍ରେମିକ ମିଶି ପୁଅକୁ ଦୁଇ ଦିନ ପୂର୍ବରୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ମୃତଦେହକୁ ତେଲେଙ୍ଗାନାର କୋଡ଼ାଡ଼ା ଠାରେ ସମାଧି ଦେଇଥିଲେ ।

ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହେବାରୁ ସେମାନେ ପୋଲିସ ନିକଟରେ ଦୁହିଁଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ଉଷା ଓ ତାଙ୍କ ପ୍ରେମିକକୁ ଗିରଫ କରି ପଚରାଉଚରା କରିବା ପରେ ସେମାନେ ନିଜ ଦୋଷ ସ୍ବୀକାର କରିଛନ୍ତି । ଜଗାୟାପେଟା ପୋଲିସ ଘଟଣା ସଂପର୍କରେ ଅଧିକ ଖୋଳତାଡ଼ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.