ETV Bharat / bharat

କୋରୋନା ଭୟରେ ଏସିଡ ପିଇ IRS ଅଫିସରଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟ ଜବତ

author img

By

Published : Jun 15, 2020, 8:05 AM IST

ଏସିଡ ପିଇ ଜୀବନ ହାରିଲେ ଆଇଆରଏସ ଅଫିସର। ଅଫିସର ଜଣକ ନିଜ କାର୍ ଭିତରେ ଏପରି କାଣ୍ଡ ଭିଆଇଥିବା ଜିଲ୍ଲା ପୋଲିସ ରବିବାର ସୂଚନା ଦେଇଛି।

କୋରୋନା ଭୟରେ ଏସିଡ ପିଇ IRS ଅଫିସରଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟ ଜବତ
କୋରୋନା ଭୟରେ ଏସିଡ ପିଇ IRS ଅଫିସରଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟ ଜବତ

ନୂଆଦିଲ୍ଲୀ: ଏସିଡ ପିଇ ଆଇଆରଏସ ଅଫିସର(56)ଆତ୍ମହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଦିଲ୍ଲୀର ଦ୍ବାରକା ଜିଲ୍ଲାରୁ ଆସିଛି । ତେବେ ଅଫିସର ଜଣକ ନିଜ କାର୍ ଭିତରେ ଏପରି କାଣ୍ଡ ଭିଆଇଥିବା ଜିଲ୍ଲା ପୋଲିସ ରବିବାର ସୂଚନା ଦେଇଛି।

ପ୍ରାଥମିକ ତଦନ୍ତ ଜାରି ରହିଥିବା ବେଳେ ଅଫିସର ଜଣଙ୍କ କାର୍ ଭିତରୁ ଏକ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି। ସେଥିରେ ସେ ଆତ୍ମହତ୍ୟାର ଯାହା କାରଣ ଲେଖଯାଇଛନ୍ତି ତାହା ଆଶ୍ଚର୍ଯ୍ୟଜନକ। ତେବେ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରିବା ସହ କୋରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରୁଥିଲେ। ତେଣୁ ପରିବାରକୁ ଅସୁବିଧାରେ ନପକାଇ ସେ ଏପରି କରିଥିବା ଲେଖିଛନ୍ତି।

ସେ ଏକ ସପ୍ତାହ ପୂର୍ବରୁ କୋଭିଡ -19 ପାଇଁ ନିଜକୁ ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ସେ ଭୟଭୀତ ଥିଲେ ଯେ ତାଙ୍କ କାରଣରୁ ତାଙ୍କ ପରିବାର ମାରାତ୍ମକ ଭାଇରସ ଦ୍ବାରା ସଂକ୍ରମିତ ହୋଇପାରନ୍ତି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିବା ସହ ପରିବାର ଲୋକଙ୍କୁ ଅଧିକ ପଚରାଉଚରା ଜାରି ରଖିଛି। ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।

ଚାରିଆଡେ କୋରୋନାର ତାଣ୍ଡବ। ଅସ୍ବଭାବିକ ପରିସ୍ଥିତି ମଧ୍ୟରେ ସବୁ ଆଡେ ଭୟର ବାତାବରଣ ଓ ମୃତ୍ୟୁର ରାଜୁତି। ଏହିସବୁ ଭିତରେ ବ୍ୟକ୍ତି ଜଣକ ଡରିଯାଇ ଭାଇରସ ସଂକ୍ରମଣରେ ଜୀବନ ଯିବା ପୂର୍ବରୁ ନିଜେ ହାତରେ ହିଁ ସାରିଦେଲେ ଜୀବନକୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.