ETV Bharat / bharat

ଦେଶୀ ମଦ ପାଇଁ ମିଳିଲାନି ଟଙ୍କା: ମା'କୁ ତଣ୍ଟି ଚିପି ହତ୍ୟା କଲା ଝିଅ

author img

By

Published : Dec 28, 2020, 7:26 PM IST

ମା'କୁ ହତ୍ୟା କଲା ଝିଅ । ଦେଶୀ ମଦ ପିଇବାକୁ ଟଙ୍କା ନ ଦେବାରୁ ମା'କୁ ହତ୍ୟା କରିଛି ଝିଅ । ଅଧିକ ପଢନ୍ତୁ..

ଟଙ୍କା ନଦେବାରୁ ମା' କୁ ତଣ୍ଟି ଚିପି ହତ୍ୟା କଲା ଝିଅ
ଟଙ୍କା ନଦେବାରୁ ମା' କୁ ତଣ୍ଟି ଚିପି ହତ୍ୟା କଲା ଝିଅ

ହାଇଦ୍ରାବାଦ: ମା'କୁ ହତ୍ୟା କଲା ଝିଅ । ଦେଶୀ ମଦ ପିଇବାକୁ ଟଙ୍କା ନ ଦେବାରୁ ମା'କୁ ହତ୍ୟା କରିଛି ଝିଅ । ଏଭଳି ସମ୍ବେଦଳଶୀଳ ଦୃଶ୍ୟ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି । ସୋନମା ନାମକ ଜଣେ 70 ବର୍ଷିୟ ମହିଳା ନିଜ ଝିଅ ଇନ୍ଦ୍ରମା(44 ବର୍ଷ) ଓ ନାତୁଣୀ ଲକ୍ଷ୍ମୀ(28 ବର୍ଷ) ସହ ରହୁଥିଲେ । ଶନିବାର ଇନ୍ଦ୍ରମା ଓ ଲକ୍ଷ୍ମୀ ଦେଶୀ ମଦ ପାଇଁ ଟଙ୍କା ମାଗିଥିଲେ ମାତ୍ର ସୋନମା ଦେଇନଥିଲେ ।

ଏହାପରେ ଝିଅ ଇନ୍ଦ୍ରମା ମା'ଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହାପରେ ପଡୋଶୀ ବୁଝାସୁଝା କରିଥିଲେ । ମାତ୍ର ରବିବାର ସକାଳୁ ସୋନମାଙ୍କ ମୃତଦେହ ମିଳିଥିଲା । ସୋନମାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିଲା ଓ ଘଟଣାସ୍ଥଳରୁ ଇନ୍ଦ୍ରମା ନିଖୋଜ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.