ETV Bharat / bharat

ଘରୋଇ ନର୍ସିଂ କଲେଜର 30 ଛାତ୍ରୀ କୋରୋନା ପଜିଟିଭ

author img

By

Published : Feb 10, 2021, 4:50 PM IST

କାଙ୍ଗଡା ଜିଲ୍ଲାର ପାଲାମପୁରର ଏକ ଘରୋଇ ନର୍ସିଂ କଲେଜରେ 30 ଜଣ ବାଳିକା କୋରୋନା ସଂକ୍ରମିତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ଘରୋଇ ନର୍ସିଙ୍ଗ କଲେଜର 30 ଛାତ୍ରୀ କୋରୋନା ପଜିଟିଭି
ଘରୋଇ ନର୍ସିଙ୍ଗ କଲେଜର 30 ଛାତ୍ରୀ କୋରୋନା ପଜିଟିଭି

ସିମଲା: କାଙ୍ଗଡା ଜିଲ୍ଲାର ପାଲାମପୁରର ଏକ ଘରୋଇ ନର୍ସିଂ କଲେଜରେ 30 ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଆସିବା ପରେ କଲେଜ ପରିସରରେ ସାମାନ୍ୟ ଭୟର ବାତାବରଣ ଦେଖାଯାଇଛି । ମଙ୍ଗଳବାର କଲେଜର 16 ଛାତ୍ରୀ କରୋନା ସଂକ୍ରମିତ ହୋଇଥିବାବେଳେ, ବର୍ତ୍ତମାନ ଏହି ସଂଖ୍ୟା 46ରେ ପହଞ୍ଚିଛି | କଲେଜରେ ମୋଟ 268 ଛାତ୍ରୀଙ୍କର କୋଭିଡ ପରୀକ୍ଷା କରାଯାଇଥିଲା | ତଥାପି କିଛି ରିପୋର୍ଟ ଆସିବା ବାକିଥିବା ଜଣାପଡିଛି ।

ଘଟଣା ସମ୍ପର୍କରେ କାଙ୍ଗରା ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଦର୍ଶନ ସିଂ ଗୁପ୍ତା କହିଛନ୍ତି ଯେ ପାଲାମପୁରର ବେସରକାରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନର୍ସିଂ କଲେଜର ଏପରି ଚିତ୍ର ସାମ୍ନାକୁ ଆସିଛି ଯାହା ଚିନ୍ତାଜନକ । ଏହି କଲେଜର ପ୍ରଥମ ତିନି ଝିଅ କରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ଅନ୍ୟମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ପରେ ପୁଣି ଅନ୍ୟ 16 ଜଣ ଝିଅଙ୍କର ମଧ୍ୟ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ ।

ବର୍ତ୍ତମାନ ଆଉ 30 ଜଣ ଝିଅ କରୋନାରେ ଆକ୍ରାନ୍ତ ପରେ 46 ଜଣ ଛାତ୍ରୀଙ୍କ ରିପୋର୍ଟ କରୋନା ପଜିଟିଭ ରହିଥିବା ସୂଚନା ରହିଛି । ଏଥି ସହିତ କାଙ୍ଗଡା ଜିଲ୍ଲାରେ ଏପର୍ଯ୍ୟନ୍ତ 8290 କରୋନା ମାମଲା ରିପୋର୍ଟ ହୋଇଥିବା ଜଣାଯାଇଛି। ଏହି 92ଟି ମଧ୍ୟରୁ ସକ୍ରିୟ ମାମଲା ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା 205 ଜଣଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.