ETV Bharat / bharat

ବେଆଇନ ସୁନା ଏବଂ ବିଦେଶୀ ସିଗାରେଟ୍ ଜବତ, 10 ଗିରଫ

author img

By

Published : Dec 6, 2020, 10:40 PM IST

ଆଇଜିଆଇ ବିମାନବନ୍ଦରରେ ବେଆଇନ ସୁନା ଚାଲାଣକାରୀଙ୍କୁ ଧରିଲା କଷ୍ଟମ ବିଭାଗ । ସୁନା ଏବଂ ବିଦେଶୀ ସିଗାରେଟ୍ ଚୋରା ଚାଲାଣ ଅଭିଯୋଗରେ କଷ୍ଟମର ପ୍ରିଭେଣ୍ଟିଭ୍ ଟିମ୍ ଦୁବାଇରୁ 10 ଜଣ ଯାତ୍ରୀଙ୍କୁ ଗିରଫ କରିଛି ।

ବେଆଇନ ସୁନା ଏବଂ ବିଦେଶୀ ସିଗାରେଟ୍ ଜବତ, 10 ଗିରଫ
ବେଆଇନ ସୁନା ଏବଂ ବିଦେଶୀ ସିଗାରେଟ୍ ଜବତ, 10 ଗିରଫ

ନୂଆଦିଲ୍ଲୀ: ଆଇଜିଆଇ ବିମାନବନ୍ଦରରେ ବେଆଇନ ସୁନା ଚାଲାଣକାରୀଙ୍କୁ ଧରିଲା କଷ୍ଟମ ବିଭାଗ । ସୁନା ଏବଂ ବିଦେଶୀ ସିଗାରେଟ୍ ଚୋରା ଚାଲାଣ ଅଭିଯୋଗରେ କଷ୍ଟମର ପ୍ରିଭେଣ୍ଟିଭ୍ ଟିମ୍ ଦୁବାଇରୁ 10 ଜଣ ଯାତ୍ରୀଙ୍କୁ ଗିରଫ କରିଛି । କଷ୍ଟମ ଅଧିକାରୀମାନେ ଏହି ଯାତ୍ରୀଙ୍କ ଠାରୁ ବିଭିନ୍ନ ବିଦେଶୀ ବ୍ରାଣ୍ଡର 7.52 କେଜି ସିଗାରେଟ୍ ଏବଂ 1 କିଲୋଗ୍ରାମ 264 ଗ୍ରାମ ସୁନା ଜବତ କରିଛନ୍ତି ।

କଷ୍ଟମ୍ ବିଭାଗ ଅନୁଯାୟୀ, ଏହି 10 ଜଣ ଯାତ୍ରୀଙ୍କ ବିଷୟରେ ପୂର୍ବରୁ ଗୁଇନ୍ଦା ପକ୍ଷରୁ କଷ୍ଟମ ଅଧିକାରୀମାନେ ସୂଚନା ପାଇଥିଲେ । ସୂଚନା ପାଇ ଅଧିକାରୀମାନେ ବିମାନବନ୍ଦରକୁ ତଦନ୍ତ ପାଇଁ ପହଞ୍ଚିଥିଲେ । ସେମାନଙ୍କଠାରୁ ବିଦେଶୀ ସିଗାରେଟ୍ ଏବଂ ସୁନା ଜବତ କରାଯାଇଛି । ଜବତ ହୋଇଥିବା ସିଗାରେଟର ମୋଟ ମୂଲ୍ୟ 1.15 କୋଟି ଟଙ୍କା ହୋଇଥିବାବେଳେ ସୁନାର ମୂଲ୍ୟ 64 ଲକ୍ଷ ଟଙ୍କା ବୋଲି କୁହାଯାଉଛି ।

ପଚରାଉଚରା ବେଳେ ଜଣାପଡିଥିଲା ଯେ ସେମାନେ ପୂର୍ବରୁ ମଧ୍ୟ 2.41 କୋଟି ସିଗାରେଟ୍ ଚୋରା ଚାଲାଣ କରିସାରିଛନ୍ତି । ତେବେ କଷ୍ଟମ ବିଭାଗ 6 ଜଣ ଯାତ୍ରୀଙ୍କୁ ଗିରଫ କରିବା ପରେ ବାକି 4 ଜଣଙ୍କୁ ପଚାରା ଉଚୁରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.