ETV Bharat / bharat

Bommai to Congress: 'RSS, ବଜରଙ୍ଗ ଦଳକୁ ଯଦି ବ୍ୟାନ କରପାରିବ କରିକି ଦେଖାଅ'

କଂଗ୍ରେସ ନେତୃତ୍ବାଧୀନ କର୍ଣ୍ଣାଟକ ସରକାରଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କ ଖୋଲା ଚ୍ୟାଲେଞ୍ଜ । କହିଲେ RSS, ବଜରଙ୍ଗ ଦଳକୁ ଯଦି ବ୍ୟାନ କରପାରିବ କରିକି ଦେଖାଅ । ଅଧିକ ପଢନ୍ତୁ

Bommai to Congress
Bommai to Congress
author img

By

Published : May 26, 2023, 8:29 PM IST

ବେଙ୍ଗାଲୁରୁ: କଂଗ୍ରେସ ନେତୃତ୍ବାଧୀନ ନବନିଯୁକ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(RSS) ଓ ବଜରଙ୍ଗ ଦଳକୁ ଯଦି ବ୍ୟାନ କରିପାରିବ ତେବେ କରିକି ଦେଖାଅ ବୋଲି କହିଛନ୍ତି ବୋମ୍ମାଇ । ରାଜ୍ୟ ସରକାରଙ୍କ ନିକଟରେ ସେପରି କୌଣସି ପାୱାର ନାହିଁ ବୋଲି କହି କଂଗ୍ରେସକୁ ସେ କଟାକ୍ଷ କରିଛନ୍ତି । ଦଳର ନେତା କେବଳ ଉତ୍ସାହିତ ହୋଇ ଏପରି କହୁଛନ୍ତି । ତେବେ RSSକୁ ଦଳ ବ୍ୟାନ କରିବାକୁ ଉଦ୍ୟମ କରୁଥିବା ବୋମ୍ମାଇ କଂଗ୍ରେସକୁ ଏପରି ଚ୍ୟାଲେଞ୍ଜ କରିଛନ୍ତି ।

ଗତ କିଛି ଦିନ ତଳେ ମନ୍ତ୍ରୀ ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ କହିଥିଲେ ଯେ ଯଦି ରାଜ୍ୟରେ RSS କିମ୍ବା ବଜରଙ୍ଗ ଦଳ ଶାନ୍ତି ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଇଡିବାକୁ ଉଦ୍ୟମ କରେ ତେବେ କର୍ଣ୍ଣାଟକ ସରକାର ଏହି ୨ ସଂଗଠନକୁ ରାଜ୍ୟରେ ବ୍ୟାନ୍‌ କରିବେ । ପ୍ରିୟଙ୍କଙ୍କ ଏପରି ମନ୍ତବ୍ୟ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି RT ନଗର ଅଧିବାସୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୋମ୍ମାଇ । ଏ ନେଇ ସେ କହିଛନ୍ତି, "କଂଗ୍ରେସର ନବନିଯୁକ୍ତ ମନ୍ତ୍ରୀ ସତ୍ତାକୁ ଆସିବା ପରେ ରାଜନୀତି ଦ୍ବାରା ହିଂସା ଓ ପ୍ରତିଶୋଧ ନେବା ଆରମ୍ଭ କରିସାରିଲେଣି । ବିକାଶ ବିନା ରାଜନୀତି କରି ହିଂସା ଓ ପ୍ରତିଶୋଧ ନେବା ସେମାନଙ୍କ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ।"

ଏହା ବି ପଢନ୍ତୁ- 9yrs of Modi Govt: ମୋଦିଙ୍କୁ କଂଗ୍ରେସର ୯ ପ୍ରଶ୍ନ, ଜାରି କଲା ସ୍ବତନ୍ତ୍ର ଦସ୍ତାବିଜ

ବୋମ୍ମାଇ ଆହୁରି କହିଛନ୍ତି, "କୌଣସି ସଂଗଠନକୁ ବ୍ୟାନ୍‌ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ସେପରି କୌଣସି ଅଧିକାର ନାହିଁ । ଏପରି ଅଧିକାର କେବଳ କେନ୍ଦ୍ର ସରକାରଙ୍କ ନିକଟରେ ରହିଛି । ଏହା ସତ୍ତ୍ବେ କଂଗ୍ରେସ ନେତା ଏହି ସଂଗଠନଗୁଡିକୁ ବ୍ୟାନ୍‌ କରିବା ଲାଗି କହୁଛନ୍ତି । ଏହା କେବଳ ଘୃଣ୍ୟ ରାଜନୀତି । ହେଲେ ଏହାକୁ ଆମେ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛି । ଆମେ ସିଦ୍ଧରମୈୟା ସରକାରଙ୍କୁ ଚ୍ୟାଲେଞ୍ଜ କରୁଛୁ ଯେ ଯଦି ସେମାନେ କରିପାରିବେ ତେବେ ଏହି ୨ ସଂଗଠନକୁ ବ୍ୟାନ୍‌ କରି ଦେଖାନ୍ତୁ । କେହି ସଂଘ ପରିବାରକୁ ବ୍ୟାନ କରିପାରିବେ ନାହିଁ । କଂଗ୍ରେସର ଏହି ମନ୍ତବ୍ୟକୁ ଆମେ ରାଜନୈତିକ ସ୍ତରରେ ସାମ୍ନା କରିବୁ ।"

ସେ ଆହୁରି ଅଭିଯୋଗ କରିଛନ୍ତି, "କର୍ଣ୍ଣାଟକରେ କଂଗ୍ରେସ ଏକ ମେଣ୍ଟ ସରକାର ଭଳି ମନେ ହେଉଛି । ମୁଖ୍ୟମନ୍ତ୍ରୀ ପଦବୀ ଲାଗି ୨ ନେତାଙ୍କ ମଧ୍ୟରେ ମତାନ୍ତର ଘଟିଥିଲା । ଏଥିଲାଗି ରାତି ୩ଟା ପର୍ଯ୍ୟନ୍ତ ୨ ଗୋଷ୍ଠୀଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା । ପ୍ରଥମ ପର୍ଯ୍ୟାୟ କ୍ୟାବିନେଟ ଲାଗି ବିବାଦ ଦେଖିବାକୁ ମିଳିଥିଲା । ଏବେ ଦ୍ବିତୀୟ ପର୍ଯ୍ୟାୟ କ୍ୟାବିନେଟ ଗଠନ । ଏଭଳି ସ୍ଥିତିରେ ମିଳିତ ମେଣ୍ଟ ସରକାର ଥିବା ଭଳି ମନେ ହେଉଛି ।" କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ୍‌ କରିବା ଲାଗି କହିଥିବା ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜର ମନ୍ତବ୍ୟକୁ ସ୍ପଷ୍ଟ କରିବା ଉଚିତ । ଏହାସହିତ ଇସ୍ତାହାରରେ ଅନ୍ୟ ପ୍ରତିଶୃତି ସମ୍ପର୍କରେ କଂଗ୍ରେସର କେତେ ବାଟ ଆଗେଇଛି ତାହା ମଧ୍ୟ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.