ETV Bharat / bharat

ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ, ମୁହଁରେ ପଡିଛି ୩୧ ଷ୍ଚିଚ୍

author img

By

Published : Jul 12, 2022, 10:32 PM IST

କୋଚିଂ ଯାଉଥିବା ସମୟରେ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ, ମୁହଁରେ ପଡିଛି ୩୧ ଷ୍ଚିଚ୍
ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ, ମୁହଁରେ ପଡିଛି ୩୧ ଷ୍ଚିଚ୍

ଲକ୍ଷ୍ନୌ: ଏକତରଫା ପ୍ରେମରୁ ଜଘନ୍ୟ କାଣ୍ଡ । ଛାତ୍ରୀଙ୍କ ମୁହଁକୁ ବ୍ଲେଡରେ କାଟିଲେ ଯୁବକ । ସୋମବାର ଉତ୍ତରପ୍ରଦେଶ ଝାନ୍ସୀରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଅଧିକ ଗମ୍ଭୀର ହେବାରୁ ତାଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ମୁହଁରେ ୩୧ଟି ଷ୍ଟିଚ୍ ପଡିଛି । ଏନେଇ ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଯୁବକକୁ ଖୋଜାଖୋଜି କରୁଛି ପୋଲିସ ।

ସୂଚନା ଅନୁଯାୟୀ, ଛାତ୍ରୀଙ୍କ ଘର ଗ୍ବାଲିୟର ରୋଡରେ । ସେ ଯୁକ୍ତ ଦୁଇରେ ପଢନ୍ତି । ପ୍ରତିଦିନ ଭଳି ସୋମବାର ସନ୍ଧ୍ୟାରେ ସେ ଘରଠୁ କିଛି ଦୂରରେ ଇଂରାଜୀ କୋଚିଂ ପାଇଁ ଯାଇଥିଲେ । ବାଟରେ ଦାନିଶ ଖାନ ନାମକ ଯୁବକ ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା । ସେ ଚିତ୍କାର କରିବା ଆଉ ଜଣେ ଛାତ୍ରୀ ଦୌଡି ଆସି ତାଙ୍କ ରକ୍ଷା କରିଥିଲେ । ଏହାପରେ ଛାତ୍ରୀ କୌଣସି ପ୍ରକାରେ କୋଚିଂ ସେଣ୍ଟରରେ ପହଞ୍ଚିବା ପରେ ଶିକ୍ଷକ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ ଏବଂ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଏନେଇ ଛାତ୍ରୀଙ୍କ ମାଆ କହିଛନ୍ତି, ''ଦୁଇ ବର୍ଷ ହେଲା ଦାନିଶ ତାଙ୍କ ଝିଅ ପଛରେ ପଡିଥିଲା ଏବଂ ହଇରାଣ ହରକତ କରୁଥିଲା । କୋଚିଂରୁ ନମ୍ବର ହାସଲ କରି ଅଲଗା ଅଲଗା ନମ୍ବରରୁ କଲ୍ କରୁଥିଲା । ଏପରିକି ପ୍ରତିଦିନ କୋଚିଂ ଯିବାଆସିବା ବାଟରେ ପିଛା କରିବା ସହ ଦୁର୍ବ୍ୟବହାର କରୁଥିଲା ଓ ଧମକ ଦେଉଥିଲା । ତେଣୁ ଝିଅଟି ଏ ବାବାଦରେ ଘରେ କାହାରିକୁ କିଛି କହିନଥିଲା ।''

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ଦାନିଶର ପୀଡାତିଙ୍କ ସହ ବନ୍ଧୁତା ଥିଲା ଏବଂ ଦୁହେଁ ଫୋନରେ କଥାବାର୍ତ୍ତା କରୁଥିଲେ । ବର୍ତ୍ତମାନ ମାମଲାର ଯାଞ୍ଚ କରାଯାଉଛି । ଅଭିଯୁକ୍ତ ଯୁବକଙ୍କୁ ଖୋଜାଖୋଜି କରାଯାଉଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.