ETV Bharat / bharat

Assembly poll turnout: ସରିଲା ୩ ରାଜ୍ୟରେ ମତଦାନ, ସନ୍ଧ୍ୟା ୫ଟା ସୁଦ୍ଧା ୭୫ ପ୍ରତିଶତ ଭୋଟିଂ ସହ ଆଗରେ ଗୋଆ

author img

By

Published : Feb 14, 2022, 8:52 PM IST

ସରିଲା ୩ ରାଜ୍ୟରେ ମତଦାନ । ସନ୍ଧ୍ୟା ୬ଟାରେ ଶେଷ ହୋଇଛି ମତଦାନ । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସଂଗୃହିତ ତଥ୍ୟ ଆଧାରରେ ୭୫ ପ୍ରତିଶତ ଭୋଟିଂ ସହ ଆଗରେ ଗୋଆ । କିଛି ସମୟ ପରେ ଆସିବ ଚୂଡାନ୍ତ ଭୋଟିଂ ପ୍ରତିଶତ । ଅଧିକ ପଢନ୍ତୁ

Assembly poll turnout: ସରିଲା ୩ ରାଜ୍ୟରେ ମତଦାନ,ସଂନ୍ଧ୍ୟା ୫ଟା ସୁଦ୍ଧା ୭୫ ପ୍ରତିଶତ ଭୋଟିଂ ସହ ଆଗରେ ଗୋଆ
Assembly poll turnout: ସରିଲା ୩ ରାଜ୍ୟରେ ମତଦାନ,ସଂନ୍ଧ୍ୟା ୫ଟା ସୁଦ୍ଧା ୭୫ ପ୍ରତିଶତ ଭୋଟିଂ ସହ ଆଗରେ ଗୋଆ

ହାଇଦ୍ରାବାଦ: ଆଜି ଶେଷ ହୋଇଛି ୩ ରାଜ୍ୟରେ ଚାଲିଥିବା ମତଦାନ । ଉତ୍ତରାଖଣ୍ଡ ଓ ଗୋଆରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ମତଦାନ ଶେଷ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ୫୫ ଆସନ ପାଇଁ ମତଦାନ ଶେଷ ହୋଇଛି । ଦ୍ବତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ସନ୍ଧ୍ୟା ୫ଟା ସୁଦ୍ଧା 60.31 ପ୍ରତିଶତ ମତଦାନ ହୋଇଥିବାବେଳେ ଉତ୍ତରାଖଣ୍ଡରେ 59.37 ପ୍ରତିଶତ ଏବଂ ଗୋଆରେ 75.29 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ତେବେ ସନ୍ଧ୍ୟା ୬ଟାରେ ମତଦାନ ଶେଷ ହୋଇଥିବା ବେଳେ ଆଉ କିଛି ସମୟ ମଧ୍ୟରେ ଅନ୍ତିମ ପର୍ଯ୍ୟାୟ ଭୋଟିିଂ ପ୍ରତିଶତ ସ୍ପଷ୍ଟ ହେବ ।

ନିର୍ବାଚନ ଆୟୋଗ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁସାରେ, ଉତ୍ତର ଗୋଆରେ 75.33 ପ୍ରତିଶତ ମତଦାନ ହୋଇଥିବାବେଳେ ଦକ୍ଷିଣ ଗୋଆ 5ଟା ପର୍ଯ୍ୟନ୍ତ 75.26 ପ୍ରତିଶତ ରେକର୍ଡ କରାଯାଇଛି । ସେହିପରି ଉତ୍ତର ପ୍ରଦେଶରେ ସାହାରନପୁରରେ 67.05 ପ୍ରତିଶତ ସହ ସର୍ବାଧିକ ମତଦାନ ହୋଇଥିବା ବେଳେ ଶାହାଜାହାନପୁର ସର୍ବନିମ୍ନ 55.20 ପ୍ରତିଶତ ଭୋଟିଂ ରେକର୍ଡ ସାମ୍ନାକୁ ଆସିଛି । ଜିଲ୍ଲାଓ୍ବାରୀ ଦେଖିବାକୁ ଗଲେ ଆମ୍ରୋହା ଜିଲ୍ଲା 66.15 ପ୍ରତିଶତ, ବରେଲି 57.68 ପ୍ରତିଶତ, ବିଜନୋର 61.44 ପ୍ରତିଶତ, ବଦାୟୁଁ 55.98 ପ୍ରତିଶତ, ମୋରାଦାବାଦ 64.52 ପ୍ରତିଶତ, ରାମପୁର 60.10 ପ୍ରତିଶତ ଏବଂ ସମ୍ବଲ ଆସନରେ 56.88 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି ।

ଉତ୍ତରାଖଣ୍ଡରେ ଆଲମୋରା ଜିଲ୍ଲାରେ 50.65 ପ୍ରତିଶତ, ବାଗେଶ୍ୱର 57.83 ପ୍ରତିଶତ, ଚାମୋଲି 59.28 ପ୍ରତିଶତ, ଚମ୍ପୱାଟ 59.97 ପ୍ରତିଶତ, ଦେହରାଡୁନ୍ 52.93 ପ୍ରତିଶତ, ହରିଦ୍ୱାର 67.58 ପ୍ରତିଶତ, ନୌନିତାଲ 63.12 ପ୍ରତିଶତ, ପୌରୀ ଗରୱାଲ 51.93 ପ୍ରତିଶତ, ରୁଦ୍ରପ୍ରୟାଗ 60.36 ପ୍ରତିଶତ, ତେହେରୀ ଗରୱାଲ 52.66 ପ୍ରତିଶତ, ଉଦମ ସିଂ ନଗର 65.14 ପ୍ରତିଶତ ଏବଂ ଉତ୍ତରକାଶୀରେ 65.55 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି ।

ଉତ୍ତରାଖଣ୍ଡରେ ଆଜି ଗୋଟିଏ ପର୍ଯ୍ୟାୟରେ ସମସ୍ତ 70ଟି ବିଧାନସଭା ଆସନ ପାଇଁ ଭୋଟ ଦେଇଛନ୍ତି 82,66,644 ଭୋଟର । ସେହିପରି ଗୋଆରେ 11,56,464 ଭୋଟର ସମସ୍ତ 40ଟି ଆସନ ପାଇଁ 301 ପ୍ରାର୍ଥୀଙ୍କ ଭାଗ୍ୟ ନର୍ଦ୍ଧାରଣ କରିଛନ୍ତି ।ଉତ୍ତର ପ୍ରଦେଶରେ ପ୍ରାୟ 2.02 କୋଟି ଭୋଟର ୯ଟି ଜିଲ୍ଲାର 55ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରୁଥିବା 586 ପ୍ରତିଦ୍ବନ୍ଦୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ତେବେ ୭ମାର୍ଚ୍ଚରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ସହ ୧୦ ମାର୍ଚ୍ଚରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.