ETV Bharat / bharat

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସଫଳତା, ରୋବଟ ଆସିଷ୍ଟଡ ଦ୍ବାରା ହୃଦରୋଗ ଅସ୍ତ୍ରୋପଚାର

author img

By

Published : Apr 12, 2022, 8:22 PM IST

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳତା । ଭାରତରେ ପ୍ରଥମ ଥର ରୋବଟ ଆସିଷ୍ଟଡ ଦ୍ବାରା ହୃଦରୋଗ ଅସ୍ତ୍ରୋପଚାର (robotics cardiac surgery) ସମ୍ଭବ କରି ପାରିଛନ୍ତି ଡାକ୍ତରୀ ଟିମ । ଅଧିକ ପଢନ୍ତୁ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସଫଳତା, ରୋବଟ ଆସିଷ୍ଟଡ ଦ୍ବାରା ହୃଦରୋଗ ଅସ୍ତ୍ରପଚାର
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସଫଳତା, ରୋବଟ ଆସିଷ୍ଟଡ ଦ୍ବାରା ହୃଦରୋଗ ଅସ୍ତ୍ରପଚାର

ଚେନ୍ନାଇ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳତା । ଭାରତରେ ପ୍ରଥମ ଥର ରୋବଟ ଆସିଷ୍ଟଡ ଦ୍ବାରା ହୃଦରୋଗ ଅସ୍ତ୍ରୋପଚାର(robotics cardiac surgery) ସମ୍ଭବ କରିପାରିଛନ୍ତି ଡାକ୍ତରୀ ଟିମ । ତେବେ ଚେନ୍ନାଇରେ ଗ୍ରୀମସ୍ ରୋଡରେ ଥିବା ଆପୋଲୋ ହସ୍ପିଟାଲ ପକ୍ଷରୁ ଏହି ରୋବଟ ଆସିଷ୍ଟଡ କାର୍ଡିଆକ୍ ସର୍ଜରୀ କରାଯାଇଥିବା କୁହାଯାଇଛି ।

ସେହିପରି ଏହାକୁ ସଫଳ କରିଛନ୍ତି ହସ୍ପିଟାଲର ଡାକ୍ତର ଏମଏମ ୟୁସଫ୍‌ ଏବଂ ତାଙ୍କ ଟିମ । ତେବେ ରୋବଟିକ ପଦ୍ଧତିରେ ଜଣେ ୯୩ ବର୍ଷୀୟ ରୋଗୀଙ୍କର ଏହି ସର୍ଜରୀ କରାଯାଇଛି । ରୋବଟ ଆସିଷ୍ଟଡ ଦ୍ବାରା ସର୍ବନିମ୍ନ ଆକ୍ରମଣକାରୀ କରୋନାରୀ ଧମନୀ ବାଇପାସ୍ ଗ୍ରାଫ୍ଟ(Minimally Invasive Coronary Artery Bypass Graft) କରାଯାଇଛି ।

ସେହିଭଳି ଡାକ୍ତର କହିବା ଅନୁସାରେ ଏହି ଚିକିତ୍ସା କେବଳ ୭୦ ବୟସରୁ ଊର୍ଦ୍ଧ୍ବ ବୟସର ରୋଗୀଙ୍କ ମଧ୍ୟରେ ଉପଯୋଗୀ ବୋଲି କୁହାଯାଇଛି । ଏଥିସହ ଗତ କିଛି ମାସ ତଳେ ହସ୍ପିଟାଲ ପକ୍ଷରୁ ୭୦ରୁ ୮୦ ବର୍ଷ ଅଧିକ ବୟସର ଅନେକ ରୋଗୀଙ୍କୁ ରୋବୋଟିକ୍ କାର୍ଡିଆକ ସର୍ଜରୀ ମାଧ୍ୟମରେ ସଫଳତାର ସହିତ ତାଙ୍କ ସୁସ୍ଥ କରାଯାଇଥିବାବେଳେ ୯୩ ବର୍ଷୀୟ ଏହି ରୋଗୀଙ୍କ କ୍ଷେତ୍ରରେ ଏହା ଭାରତରେ ପ୍ରଥମ ବୋଲି କୁହାଯାଇଛି ।

ଅନ୍ୟପଟେ ରୋବୋଟିକ କାର୍ଡିଆକ ସର୍ଜରୀ ହେଉଛି, ଏକ କମ୍ ଆକ୍ରମଣକାରୀ ଚିକିତ୍ସା ପଦ୍ଧତି ଯାହା ରୋଗୀଙ୍କୁ ଖୋଲା ହୃଦୟ ଅସ୍ତ୍ରୋପଚାର(open-heart surgery) ଅପେକ୍ଷା ରୋଗୀ ବହୁତ ଶୀଘ୍ର ସୁସ୍ଥ ହୋଇଥାଏ । ଏଥିସହ ହସ୍ପିଟାଲ ପକ୍ଷରୁ ୭୦ ରୁ ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସର ୧୦ ରୋଗୀଙ୍କୁ ଏହି ଚିକିତ୍ସା ପଦ୍ଧତି ମାଧ୍ୟମରେ ସୁସ୍ଥ ହୋଇଛନ୍ତି ବୋଲି କୁହାଯାଇଛି । ଅସ୍ତ୍ରୋପଚାର ୨ କିମ୍ବା ୩ ପରେ ରୋଗୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ସହ ୨ ରୁ ୩ ସପ୍ତାହ ମଧ୍ୟରେ ରୋଗୀ ନିଜର ପ୍ରତ୍ୟେକ କାର୍ଯ୍ୟ କରିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.