ETV Bharat / bharat

ଆଜି ଆନ୍ଧ୍ର ଯିବେ ଶାହା, ୨୯ତମ ଦକ୍ଷିଣ କ୍ଷେତ୍ରୀୟ ପରିଷଦର କରିବେ ଅଧ୍ୟକ୍ଷତା

author img

By

Published : Nov 13, 2021, 3:49 PM IST

ଆଜି ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅଧିକ ପଢନ୍ତୁ...

ଆଜି ସନ୍ଧ୍ୟାରେ ଆନ୍ଧ୍ର ଯିବେ ଶାହ, ୨୯ତମ ଦକ୍ଷିଣ କ୍ଷେତ୍ରୀୟ ପରିଷଦର ଅଧ୍ୟକ୍ଷତା କରିବେ
ଆଜି ସନ୍ଧ୍ୟାରେ ଆନ୍ଧ୍ର ଯିବେ ଶାହ, ୨୯ତମ ଦକ୍ଷିଣ କ୍ଷେତ୍ରୀୟ ପରିଷଦର ଅଧ୍ୟକ୍ଷତା କରିବେ

ହାଇଦ୍ରାବାଦ: ଆଜି ଉତ୍ତର ପ୍ରଦେଶରେ ରାଜ୍ୟ ବିଶ୍ବବିଦ୍ୟାଳୟ ଉଦଘାଟନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆନ୍ଧ୍ର ପ୍ରଦେଶ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ସନ୍ଧ୍ୟାବେଳେ ଅମିତ ଶାହା ତିରୁପତି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାତିରେ ତୀର୍ଥ ନଗରୀରେ ରହିବେ ।

ଆସନ୍ତାକାଲି(ରବିବାର) ଆନ୍ଧ୍ର ତିରୁପତିରେ ଅନୁଷ୍ଠିତ ୨୯ତମ ଦକ୍ଷିଣ କ୍ଷେତ୍ରୀୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ଶାହା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡି ତାଙ୍କ କ୍ୟାବିନେଟ ସହଯୋଗୀ ମାନଙ୍କ ସହ ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ନଲ୍ଲୋର ଜିଲ୍ଲାରେ ୱେଙ୍କଟଚଲମ ଗସ୍ତ କରିବେ । ସେଠାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଉପରାଷ୍ଟ୍ରପତିଙ୍କ ଝିଅ ଦୀପାଙ୍କ ଦ୍ୱାରା ସଞ୍ଚାଳିତ ସ୍ୱର୍ଣ୍ଣଭାରତୀ ଟ୍ରଷ୍ଟର ଅକ୍ଷରା ବିଦ୍ୟାଳୟ ଓ ସୋମା ବ୍ୟବସାୟିକ କେନ୍ଦ୍ର ପରିଦର୍ଶନ କରିବେ । ମଧ୍ୟାହ୍ନରେ ଟ୍ରଷ୍ଟର ୨୦ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ତେବେ ଶାହା ୩ ଦିନିଆ ଆନ୍ଧ୍ର ଗସ୍ତରେ ରହିବେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.