ETV Bharat / bharat

ଆଜି ଶାହଙ୍କ ଉତ୍ତରାଖଣ୍ତ ଗସ୍ତ; ଘସିୟାରୀ କଲ୍ୟାଣ ଯୋଜନାର କରିବେ ଶୁଭାରମ୍ଭ

author img

By

Published : Oct 30, 2021, 8:23 AM IST

ଆଗକୁ ଆସୁଛି ଉତ୍ତରାଖଣ୍ତ ବିଧାନସଭା ନିର୍ବାଚନ । ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ତ ଗସ୍ତ କରିବେ । ଡେରାଡୁନରେ ମୁଖ୍ୟମନ୍ତ୍ରୀ ଘସିୟାରୀ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ...

ଆଜି ଶାହାଙ୍କ ଉତ୍ତରାଖଣ୍ତ ଗସ୍ତ ; ଘସିୟାରୀ କଲ୍ୟାଣ ଯୋଜନାର କରିବେ ଶୁଭାରମ୍ଭ
ଆଜି ଶାହାଙ୍କ ଉତ୍ତରାଖଣ୍ତ ଗସ୍ତ ; ଘସିୟାରୀ କଲ୍ୟାଣ ଯୋଜନାର କରିବେ ଶୁଭାରମ୍ଭ

ଡେରାଡୁନ: ଆଗକୁ ଆସୁଛି ଉତ୍ତରାଖଣ୍ତ ବିଧାନସଭା ନିର୍ବାଚନ । ନିର୍ବାଚନ ଜିତିବା ପାଇଁ ବିଜେପି ଏବେଠୁ ଆରମ୍ଭ କଲାଣି କସରତ । ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ତ ଗସ୍ତ କରିବେ । ଡେରାଡୁନରେ ବନ୍ନୁ ସ୍କୁଲ ଠାରେ ରାଜ୍ୟ ସରକାରଙ୍କ 'ମୁଖ୍ୟମନ୍ତ୍ରୀ ଘସିୟାରୀ କଲ୍ୟାଣ ଯୋଜନା'ର ଶୁଭାରମ୍ଭ କରିବେ । ଏହାପରେ ସେ ହରିଦ୍ବାର ଯିବେ । ସେଠାରେ ସେ ଅପରାହ୍ନ 4 ଟାରେ ଶାନ୍ତିକୁଞ୍ଜ ସୁବର୍ଣ୍ଣ ଜୟନ୍ତୀର ଲେକଚର ସିରିଜକୁ ସମ୍ବୋଧିତ କରିବେ ।

ଶାହଙ୍କ ଉତ୍ତରାଖଣ୍ତ ଗସ୍ତ ନେଇ ଅକ୍ଟୋବର 28ରେ ଉତ୍ତରାଖଣ୍ଡ ମନ୍ତ୍ରୀ ଧନସିଂହ ରାୱତ ସୂଚନା ଦେଇଥିଲେ। ଗୃହମନ୍ତ୍ରୀଙ୍କ ଗସ୍ତ ନେଇ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୃହମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ସମବାୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାୱତ କହିଛନ୍ତି ।

'ମୁଖ୍ୟମନ୍ତ୍ରୀ ଘସିୟାରୀ କଲ୍ୟାଣ ଯୋଜନା ଏକ ମହତ୍ତ୍ବାକାଂକ୍ଷୀ ଯୋଜନା । ଯାହା ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ରହୁଥିବା ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ଗ୍ରାମୀଣ ମହିଳାଙ୍କ ଉପରୁ ବୋଝ ହାଲୁକା କରିବାରେ ସହାୟକ ହେବ । ଏହି ଯୋଜନାରେ ମହିଳାମାନଙ୍କ ପରିବାରକୁ ପଶୁଖାଦ୍ୟ ଯୋଗାଇ ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଘସିୟାରୀ କଲ୍ୟାଣ ଯୋଜନା ୪ଟି ପାହଡିଆ ଜିଲ୍ଲା ପୈଡି, ରୁଦ୍ରପ୍ରୟାଗ, ଆଲମୋରା ଏବଂ ଚମ୍ପୱାଟର ଲାଗୁ ହେବ । ଏହାପରେ ଅନ୍ୟ ଜିଲ୍ଲା ଗୁଡିକରେ ଆରମ୍ଭ ହେବ ।

ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ । 70 ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଗତ 2017 ନିର୍ବାଚନରେ 70 ଆସନରୁ ବିଜେପି 57ଟି ଆସନ ପାଇଥିବା ବେଳେ କଂଗ୍ରେସ 11ଟି ଆସନରେ ଜିତିଥିଲା । ଏବଂ ବାକି ଆସନଗୁଡିକରେ ସ୍ବାଧିନ ପ୍ରାର୍ଥୀମାନେ ବିଜୟ ଲାଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.