ETV Bharat / bharat

ଆସନ୍ତା ୧୭ରେ ତେଲେଙ୍ଗାନା ଗସ୍ତ କରିବେ ଅମିତ ଶାହା

author img

By

Published : Sep 8, 2021, 7:12 AM IST

ତେଲେଙ୍ଗାନା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିର୍ମଳ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ମୁକ୍ତି ଦିବସରେ ଯୋଗ ଦେବେ । ଅଧିକ ପଢନ୍ତୁ...

ଆସନ୍ତା ୧୭ରେ ତେଲେଙ୍ଗାନ ଗସ୍ତ କରିବେ ଅମିତ ଶାହା
ଆସନ୍ତା ୧୭ରେ ତେଲେଙ୍ଗାନ ଗସ୍ତ କରିବେ ଅମିତ ଶାହା

ନୂଆଦିଲ୍ଲୀ : ତେଲେଙ୍ଗାନା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିର୍ମଳ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ମୁକ୍ତି ଦିବସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଏକ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ଭୋଧିତ କରିବେ । କୋଭିଡ କଟକଣା ମଧ୍ୟରେ ଏ ଦିବସ ପାଳନ କରାଯିବ । ଏନେଇ ବିଜେପି ଆଦିଲାବାଦ ଏମପି ସ୍ବଂୟମ ବାପୁରାଓ ସୂଚନା ଦେଇଛନ୍ତି ।

AIMIMର ଚାପ କାରଣରୁ ତେଲେଙ୍ଗାନା ସରକାର ୧୭ ସେପ୍ଟେମ୍ବରକୁ ମୁକ୍ତି ଦିବସ ଭାବେ ପାଳନ କରିବ ନାହିଁ ବୋଲି ସୂଚନା ମିଳିଛି । ତେବେ ଏପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ଜଣାପଡି ନାହିଁ । ଏନେଇ ବହୁବାର କେସିଆର ସରକାରଙ୍କୁ ବିଜେପି ଏ ଦିବସ ପାଳନ ପାଇଁ କହିଛି । କିନ୍ତୁ ସରକାର ନିଜ ଜିଦରେ ଅଟଳ ରହିଛନ୍ତି । ଏହି ଦିନରେ ନିଜାମ ଶାସନରୁ ତେଲେଙ୍ଗାନା ମୁକ୍ତି ପାଇଥିଲା । ସେଥିପାଇଁ ଏ ଦିନକୁ ତେଲେଙ୍ଗାନା ମୁକ୍ତି ଦିବସ ଭାବେ ପାଳନ କରାଯାଏ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.