ETV Bharat / bharat

ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ଶାହାଙ୍କ ପୂଜାର୍ଚ୍ଚନା

author img

By

Published : Jul 12, 2021, 7:31 AM IST

ଆଜି ପବିତ୍ର ରଥଯାତ୍ରା । ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅଧିକ ପଢନ୍ତୁ...

Amit Shah performs 'aarti' at Jagannath Temple in Ahmedabad
ଅହେମହାବାଦ ଜଗନ୍ନାଥ ମନ୍ଦିରରେ ଶାହାଙ୍କ ପୂଜାର୍ଚ୍ଚନା

ଅହମ୍ମଦାବାଦ: ଆଜି ପବିତ୍ର ରଥଯାତ୍ରା । ଏନେଇ ଗୁଜୁରାଟର ଅହମ୍ମଦାବାଦରେ ଥିବା ଜଗନ୍ନାଥ ମନ୍ଦିରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋମବାର ସକାଳୁ ମନ୍ଦିରରେ ପହଞ୍ଚି ମହାବାହୁଙ୍କୁ ଦର୍ଶନ କରିବା ସହ ମଙ୍ଗଳ ଆରତି କରିଛନ୍ତି ଏବଂ ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି । ସେପଟେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ଚାରିପଟେ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ଶାହାଙ୍କ ପୂଜାର୍ଚ୍ଚନା

ତିନି ଦିନିଆ ଗୁଜୁରାଟ ଗସ୍ତରେ ଥିବା ଶାହାଙ୍କର ଆଜି ହେଉଛି ଗୁଜୁରାଟ ଗସ୍ତର ଶେଷ ଦିନ । ଶାହ ଆଜି ଅହମ୍ମଦାବାଦରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମେତ ଅନେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜଗନ୍ନାଥ ମନ୍ଦିରରେ 'ମଙ୍ଗଳ ଆରତୀ'ରେ ଭାଗ ନେବା ପରେ ଶାହା ଅନେକ ଯୋଜନାର ଶୁଭାରମ୍ଭ କରିବାକୁ ଗାନ୍ଧିନଗର ଜିଲ୍ଲାର ନରଦୀପୁର ଗ୍ରାମକୁ ପରିଦର୍ଶନ କରିବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.