ETV Bharat / bharat

ଗୁଜୁରାଟ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

author img

By

Published : Aug 28, 2021, 10:40 AM IST

ଆଜି ଠାରୁ ୩ ଦିନିଆ ନିଜ ଗୃହ ରାଜ୍ୟ ଗୁଜୁରାଟ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଯାଇ ଅହମ୍ମଦାବାଦରେ ଅବତରଣ କରିବେ । ଅଧିକ ପଢନ୍ତୁ...

ଅମିତ ଶାହା
ଅମିତ ଶାହା

ନୂଆଦିଲ୍ଲୀ: ଆଜି ଠାରୁ ୩ ଦିନିଆ ନିଜ ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଯାଇ ଅହମ୍ମଦାବାଦରେ ଅବତରଣ କରିବେ । ସେଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ନିଜ ଲୋକସଭା କ୍ଷେତ୍ର ଗାନ୍ଧୀନଗରର ବିଭିନ୍ନ ବିକାଶ ମୂଳକ କାମର କରିବେ ସମୀକ୍ଷା । ପୁରୁଣା ନୂଆ ପ୍ରକଳ୍ପର ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେବେ ।

ପରେ ‘ଦିଶା’ ବୈଠକରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର କରିବେ ସମୀକ୍ଷା। ସେହିପରି ରାଜ୍ୟରେ କଣ କଣ ବୃହତ ପ୍ରକଳ୍ପର କଣ ସ୍ଥିତି ରହିଛି ତାହାର ମଧ୍ୟ ସମୀକ୍ଷା କରିବେ । କିଛି ପ୍ରକଳ୍ପର ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ପରେ ଗାନ୍ଧୀ ନଗର ସ୍ଥିତ ନିଜ ବାସଭବନରେ ରାତ୍ରୀ ଯାପନ କରିବେ ।

ସେହିପରି ଆସନ୍ତାକାଲି(ରବିବାର) ପୁଣି ଅହମ୍ମଦାବାଦ ଜିଲ୍ଲାର ସମସ୍ତ ବିଧାୟକ, ନଗର ନିଗମ ଅଧ୍ୟକ୍ଷ ଓ ଲୋକପ୍ରତିନିଧିଙ୍କ ସହ ବୈଠକ କରିବେ । ବୈଠକରେ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ସେହିପରି ଆଗାମୀ ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ନେତାଙ୍କ ସହ ଏକ ପ୍ରସ୍ତୁତି ବୈଠକ କରିବେ ।

ଅନ୍ୟପଟେ ସୋମବାର ଶାହା ଅହମ୍ମଦାବାଦ ଜିଲ୍ଲାର ସାଣନ୍ଦ ସହରରେ ଆୟୋଜିତ ହେବାକୁ ଥିବା ଏକ ପୋଷଣ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେବେ । ପରେ ସୋମବାର ସଂଧ୍ୟାରେ ଶାହା ପୁଣି ନୂଆଦିଲ୍ଲୀ ଫେରିଆସିବେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.