ETV Bharat / bharat

Metro Journey: ଦିବ୍ୟାଙ୍ଗଙ୍କ ପାଇଁ ଆହୁରି ସହଜ ହେବ ମେଟ୍ରୋ ଯାତ୍ରା

author img

By

Published : Jun 16, 2022, 12:43 PM IST

ମେଟ୍ରୋରେ ଷ୍ଟେସନରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଯାତ୍ରା ହେବ ଆହୁରି ସହଜ । କାହିଁକିନା ଚେନ୍ନାଇର ମେଟ୍ରୋ ଷ୍ଟେସନ ଗୁଡିକରେ ଦିବ୍ୟାଙ୍ଗଙ୍କ ଯାଆସ ପାଇଁ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା କରିବ ଚେନ୍ନାଇ ମେଟ୍ରୋ ରେଳ ଲିମିଟେଡ । ଅଧିକ ପଢନ୍ତୁ

Metro Journey: ଚେନ୍ନାଇରେ ଦିବ୍ୟାଙ୍ଗଙ୍କ ପାଇଁ ଆହୁରି ସହଜ ହେବ ମେଟ୍ରୋ ଯାତ୍ରା
Metro Journey: ଚେନ୍ନାଇରେ ଦିବ୍ୟାଙ୍ଗଙ୍କ ପାଇଁ ଆହୁରି ସହଜ ହେବ ମେଟ୍ରୋ ଯାତ୍ରା

ଚେନ୍ନାଇ: ମେଟ୍ରୋରେ ଷ୍ଟେସନରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଯାତ୍ରା ହେବ ଆହୁରି ସହଜ । କାହିଁକିନା ଚେନ୍ନାଇର ମେଟ୍ରୋ ଷ୍ଟେସନ ଗୁଡିକରେ ଦିବ୍ୟାଙ୍ଗଙ୍କ ଯାଆସ ପାଇଁ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା କରିବ ଚେନ୍ନାଇ ମେଟ୍ରୋ ରେଳ ଲିମିଟେଡ। 6 ସପ୍ତାହ ମଧ୍ୟରେ ଦିବ୍ୟାଙ୍ଗଙ୍କ ଯାଆସ ପାଇଁ ସିଡି ସହ ହୁଇଲ ଚେୟାର ବ୍ୟବସ୍ଥା ଖୁବ ଶୀଘ୍ର ହେବ । ତାହା ପୁଣି ସହରରେ ଥିବା ସମସ୍ତ ମେଟ୍ରୋ ଷ୍ଟସନରେ ।

ସୂଚନା ଅନୁଯାୟୀ ଚେନ୍ନାଇ ମେଟ୍ରୋ ଷ୍ଟେସନ ଗୁଡିକରେ ଦିବ୍ୟାଙ୍ଗଙ୍କ ପାଇଁ ଯାଆସ ପାଇଁ କୌଣସି ସୁବିଧା ନଥିବାରୁ ଦିବ୍ୟାଙ୍ଗ ମାନେ ଯାତ୍ରା ପାଇଁ ବହୁ ସମସ୍ୟା ଭୋଗୁଥିଲେ । ଏନେଇ ଦିବ୍ୟାଙ୍ଗଙ୍କ ପାଇଁ ସ୍ବର ଉତ୍ତୋଳନ କରୁଥିବା ବୈଷ୍ଣବି ଜୟକୁମାର( Vaishnavi Jayakumar) ଗତ କିଛି ଦିନ ତଳେ ଏକ ପିଟିସନ ଦାଖଲ କରିଥିଲ । ଚେନ୍ନାଇ ମେଟ୍ରୋ ରେଳ ଲିମିଟେଡ୍ (CMRL) ଦ୍ବାରା ନିର୍ମିତ ଏବଂ ନିର୍ମାଣ ହେଉଥିବା ମେଟ୍ରୋ ରେଳ ଷ୍ଟେସନଗୁଡିକ ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ ଏବଂ ନିୟମକୁ ପାଳନ କରୁନାହିଁ ବୋଲି ଯାଚିକା ବୈଷ୍ଣବି ଜୟକୁମାର ପିଟିସନରେ ଦର୍ଶାଇଥିଲେ । ଏନେଇ ବୁଧବାର ଏ ପିଟିସନର ଶୁଣାଣି କରିଥିଲେ ମାଡ୍ରାସ ହାଇକୋର୍ଟ(Madras High Court )ର ମୁଖ୍ୟ ବିଚାରପତି ମୁନିଶ୍ବର ନାଥ ଭଣ୍ତାରୀ ଓ ଜଷ୍ଟିସ ଏନ ମାଲା । ଯାହାର ଶୁଣାଣି କରିଛନ୍ତି ୨ ଜଣିଆ ଖଣ୍ତପୀଠ । ଖୁବଶୀଘ୍ର ସହରରେ ଥିବା ସମସ୍ତ ମଟ୍ରୋ ଷ୍ଟେସନ ଗୁଡିକରେ ସମସ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.