ETV Bharat / bharat

Attack on Israel: ଅକ୍ଟୋବର 14 ପର୍ଯ୍ୟନ୍ତ ଟେଲ ଏଭିଭ ଏୟାରପୋର୍ଟକୁ ଏୟାର ଇଣ୍ଡିଆ ଉଡାଣ ବାତିଲ

author img

By ETV Bharat Odisha Team

Published : Oct 8, 2023, 3:51 PM IST

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆକ୍ରମଣ ଜାରି । ଅକ୍ଟୋବର 14 ପର୍ଯ୍ୟନ୍ତ ଟେଲ ଏଭିଭ ଏୟାରପୋର୍ଟକୁ ଏୟାର ଇଣ୍ଡିଆର ଉଡାଣ ବାତିଲ । ଅଧିକ ପଢନ୍ତୁ

Air India cancels flight
Air India cancels flight

ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣ ପରେ ଛାରଖାର ହୋଇଯାଇଛି ଇସ୍ରାଏଲ । ଆକ୍ରମଣର ପ୍ରତି ଜବାବ ଦେଇ ଇସ୍ରାଏଲ ୟୁଦ୍ଧ ଘୋଷଣା କରିଛି । ଏହାରି ମଧ୍ୟରେ ଇସ୍ରାଏଲର ଟେଲ ଏଭିଭ ଏୟାରପୋର୍ଟକୁ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଉଡାଣ ବାତିଲ କରିଛି ଏୟାର ଇଣ୍ଡିଆ । ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

  • IMPORTANT ANNOUNCEMENT:

    Our flights to and from Tel Aviv will remain suspended till 14th October, 2023, for the safety of our passengers and crew. Air India will extend all possible support to passengers who have confirmed bookings on any flight during this period.

    — Air India (@airindia) October 8, 2023 " class="align-text-top noRightClick twitterSection" data=" ">

ଏନେଇ ଏୟାର ଇଣ୍ଡିଆ ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି, "ଭାରତରୁ ଟେଲ ଏଭିଭ ଏୟାରପୋର୍ଟ ଓ ଟେଲ ଏଭିଭରୁ ଭାରତ ଆସିବାକୁ ଥଇବା ସମସ୍ତ ଏୟାର ଇଣ୍ଡିଆ ବିମାନକୁ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଇସ୍ରାଏଲରେ ପାଲେଷ୍ଟାଇନ ଆକ୍ରମଣ କରୁଥିବାରୁ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁ ଯାତ୍ରୀମାନେ ଆଗୁଆ ବିମାନ ଟିକେଟ କରିଥିଲେ, ସେମାନଙ୍କ ଅର୍ଥ ଫେରସ୍ତ କରିବା ଦିଗରେ ଏୟାର ଲାଇନ୍ସ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ । "

ଏହା ବି ପଢନ୍ତୁ- Attack on Israel: ଦୁଇଟି ବିମାନ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

ଦିଲ୍ଲୀରୁ ଇସ୍ରାଏଲର ଟେଲ ଏଭିଭ ଏୟାରପୋର୍ଟକୁ ସପ୍ତାହର 5ଦିନ ଏୟାର ଇଣ୍ଡିଆ ଉଡାଣ ଭରିଥାଏ । ଏହି ଦିନ ଗୁଡ଼ିକ ହେଉଛି ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର । ଗତକାଲି ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରକୁ 5000 ରକେଟ ମାଡ଼ କରିଥିଲା । ଏହି ଆକ୍ରମଣରେ ଇସ୍ରାଏଲରେ ମୃତକଙ୍କ ସଂଖ୍ୟା ଏଯାବତ 250ରେ ପହଞ୍ଚିଥିବା ବେଳେ ହଜାରରୁ ଅଧିକ ଆହତ ହୋଇଛନ୍ତି । ଏହାପରେ ଗତକାଲି ଏୟାର ଇଣ୍ଡିଆ ଉଭୟ ପାର୍ଶ୍ବରୁ ଉଡାଣ ଭରିବାକୁ ଥିବା ବିମାନ ବାତିଲ କରିଥିଲା ।

ଏହା ବି ପଢନ୍ତୁ- Aattck on Israel: ଇସ୍ରାଏଲ ଓ ଗାଜା ମଧ୍ୟରେ ବିବାଦ ଓ ପ୍ରମୁଖ ସାମରିକ ଅପରେସନ

ଶନିବାର ସକାଳୁ ଗାଜା ଷ୍ଟ୍ରିପରୁ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ୫000ରୁ ଅଧିକ ରକେଟ ମାଡ କରିଥିଲେ । ସକାଳୁ ପ୍ରାୟ ଅତର୍କିତ ଭାବେ ଏହି ଭୟଙ୍କର ଆକ୍ରମଣ ପ୍ରାୟ ୩୦ ମିନିଟ ଧରି ଲାଗି ରହିଥିଲା । ଏଥିରେ ଇସ୍ରାଏଲ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ପ୍ରାୟ 250 ଜଣ ଇସ୍ରାଏଲ ନାଗିରକଙ୍କ ମୃତ୍ୟୁ ଘଟିଛି । ପୁରା ଇସ୍ରାଏଲରେ ଜରୁରୀ ସ୍ଥିତି ଘୋଷଣା କରାଯାଇଥିବା ବେଳେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତିନ୍ୟାହୁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.