ETV Bharat / bharat

ଖୁବ ଶୀଘ୍ର ଆଫଗାନିସ୍ତାନରେ ଶେଷ ହୋଇଯିବ ଜରୁରୀ ଔଷଧ ସାମଗ୍ରୀ

author img

By

Published : Aug 28, 2021, 7:02 PM IST

Updated : Aug 28, 2021, 9:14 PM IST

ଖୁବ ଶିଘ୍ର ଆଫଗାନିସ୍ତାନରେ ଶେଷ ହୋଇଯିବ ଜରୁରୀ ଔଷଧ ସାମଗ୍ରୀ
ଖୁବ ଶିଘ୍ର ଆଫଗାନିସ୍ତାନରେ ଶେଷ ହୋଇଯିବ ଜରୁରୀ ଔଷଧ ସାମଗ୍ରୀ

ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ଶେଷ ହେବାକୁ ବସିଛି ଔଷଧ ସମେତ ଜରୁରୀ ସାମଗ୍ରୀ । ଯୋଗାଣ ସମ୍ଭବ ନହେବା କାରଣରୁ ସଙ୍କଟ ଆଶଙ୍କା । ସତର୍କ କରାଇଲା ବିଶ୍ବସ୍ବାସ୍ଥ୍ୟ ସଂଗଠନ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନ ତାଲିବାନର ବର୍ବରତା ସାଙ୍ଗକୁ ଆଉ ଏକ ବଡ ସଙ୍କଟର ସାମ୍ନା କରିବାକୁ ଯାଉଛି । ଦେଶରେ ମହଜୁଦ ଥିବା ଔଷଧ ସାମଗ୍ରୀ ଆଉ କିଛି ଦିନ ମଧ୍ୟରେ ଶେଷ ହୋଇଯିବ । ଯାହା ଫଳରେ ଉତ୍କଟ ସ୍ବାସ୍ଥ୍ୟ ସଙ୍କଟ ଦେଖାଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏପରି ଏକ ଆଶଙ୍କିତ କଲା ଭଳି ତଥ୍ୟ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ।

WHOର ପୂର୍ବାଞ୍ଚଳ ଭୂମଧ୍ୟସାଗରୀୟ କ୍ଷେତ୍ରର ଜରୁରୀକାଳୀନ ନିର୍ଦ୍ଦେଶକ ରିକ୍ ବ୍ରେନାନ କହିଛନ୍ତି ‘ଆମର ମାତ୍ର କିଛି ଦିନର ଔଷଧ ସାମଗ୍ରୀ ବାକି ଅଛି ଏବଂ ଆଫଗାନିସ୍ତାନକୁ ଅଧିକ ଜରୁରୀ ସାମଗ୍ରୀ ପଠାଇବାର ସମସ୍ତ ପନ୍ଥା ବର୍ତ୍ତମାନ ସୁଦ୍ଧା ବନ୍ଦ ରହିଛି । ଆମେ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରଖିବା ବିକଳ୍ପ ବ୍ୟବସ୍ଥା ଅନୁସନ୍ଧାନ କରୁଛୁ ।

ଗୁରୁବାର କାବୁଲ ବିମାନବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ବହୁ ସଂଖ୍ୟାରେ ଆଫଗାନ ନାଗରିକଙ୍କ ତଥା 13 ଜଣ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଛନ୍ତି । ଫଳରେ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡାଣ ବାତିଲ କରାଯାଇଛି । ଚିକିତ୍ସା ଉପକରଣ ଏବଂ ଔଷଧ ଯୋଗାଇବା ପାଇଁ ହେଉଥିବା ସମସ୍ୟା ଦ୍ବିଗୁଣିତ ହେବାରେ ଲାଗିଛି ।

WHOର ସହଯୋଗରେ ଇଟାଲୀର ଏକ NGO ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି କାବୁଲରେ ଏକ ହସ୍ପିଟାଲ କାର୍ଯ୍ୟକ୍ଷମ କରିଛନ୍ତି । କିନ୍ତୁ ଗତ ଗୁରୁବାରର ବିସ୍ଫୋରଣ ପରେ ସେଠାରେ ଅସମ୍ଭାଳ ପରିସ୍ଥିତି ଲାଗି ରହିଛି । ହସ୍ପିଟାଲରେ ଜରୁରୀ ସାମଗ୍ରୀ ଓ ଔଷଧର ଘୋର ଅଭାବ, ଯୋଗାଣ ଉପରେ ଚାପ ପଡୁଥିବା ସୂଚନା ମିଳିଛି ବୋଲି ବ୍ରେନାନ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ 15 ଅଗଷ୍ଟରେ ତାଲିବାନ ଦଖଲ ପରେ ଆଫଗାନିସ୍ତାନକୁ ବାତିଲ ହୋଇଥିବା ୩ଟି ବିମାନ ଯୋଗାଣ ଯୋଜନା ରଖିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ମିଳିତ ଜାତିସଂଘ ବର୍ତ୍ତମାନ ମଜାର-ଇ-ସରିଫ ବିମାନ ବନ୍ଦର ବ୍ୟବହାର କରି ଜରୁରୀ ସାମଗ୍ରୀ ପଠାଇବାର ବିକଳ୍ପ ଉପରେ ଦୃଷ୍ଟି ରଖିଛି ବୋଲି ଆଶା କରାଯାଉଛି ।

@ANI

Last Updated :Aug 28, 2021, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.