ETV Bharat / bharat

‘ଆମେ ସମ୍ପୂର୍ଣ୍ଣ ଭାବେ ବିଜେପି ସହ ଅଛୁ’: ସାଉଥ୍‌ ସୁପରଷ୍ଚାର ପବନ କଲ୍ୟାଣ

author img

By ETV Bharat Odisha Team

Published : Oct 5, 2023, 3:36 PM IST

Updated : Oct 6, 2023, 1:05 PM IST

ପବନ କଲ୍ୟାଣ ଏନଡିଏ ଛାଡୁଥିବା ଖବରକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଭବିଷ୍ୟତରେ ଯଦି ପବନ ଏପରି ନିଷ୍ପତ୍ତି ନିଅନ୍ତି ତେବେ ସେ ଏହାକୁ ସଠିକ୍ ଭାବରେ ଘୋଷଣା କରିବେ ବୋଲି କହିଛନ୍ତି। ଅଧିକ ପଢନ୍ତୁ

ପବନ କଲ୍ୟାଣ
ପବନ କଲ୍ୟାଣ

ହାଇଦ୍ରାବାଦ: 2024 ମସିହାରେ ସାଧାରଣ ନିର୍ବାଚନ ଅଛି ଏବଂ ଏହାପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଏଠାରେ ସାଧାରଣ ନିର୍ବାଚନ ପାଇଁ ଶାସକ ବିଜେପି ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛି । ଏହାରି ମଧ୍ୟରେ ଏକ ଖବର ଗଣମାଧ୍ୟମରେ ପ୍ରସାରିତ ହେଉଥିଲା ଯେ, ସାଉଥ ସୁପରଷ୍ଟାର ତଥା ରାଜନେତା ପବନ କଲ୍ୟାଣ ନିଜକୁ ଏନଡିଏ ଠାରୁ ଦୂରେଇ ରଖିଛନ୍ତି । 2024 ସାଧାରଣ ନିର୍ବାଚନକୁ 7 ମାସ ବାକି ଥିବାବେଳେ ସାଉଥ ସୁପରଷ୍ଟାର ବିଜେପିଠାରୁ ଦୂରେଇ ରହିଛନ୍ତି । ତେବେ ଏହି ଖବରକୁ ପବନ କଲ୍ୟାଣ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଭବିଷ୍ୟତରେ ଯଦି ସେ ଏପରି ନିଷ୍ପତ୍ତି ନିଅନ୍ତି ତେବେ ସେ ଏହାକୁ ସଠିକ୍ ଭାବରେ ଘୋଷଣା କରିବେ ବୋଲି ସେ କହିଛନ୍ତି।

କୃଷ୍ଣା ଜିଲ୍ଲାର ପେଡାନାରେ ଏକ ସାଧାରଣ ସଭାରେ ଯୋଗ ଦେଇ ଜନସେନା ମୁଖ୍ୟ ପବନ କଲ୍ୟାଣ କହିଛନ୍ତି ଯେ, ଟିଡିପି ଏକ ଶକ୍ତିଶାଳୀ ଦଳ ଏବଂ ଆନ୍ଧ୍ରପ୍ରଦେଶରେ ସୁଶାସନ ଏବଂ ବିକାଶ ପାଇଁ ଟିଡିପି ରହିବା ଅତ୍ୟନ୍ତ ଜରୁରୀ, ଆଜି ଟିଡିପି ବହୁତ ସଂଘର୍ଷ କରୁଛି ଏବଂ ଆମେ ଏହାକୁ ସମର୍ଥନ କରିବୁ, ଏହି ସମୟରେ ଟିଡିପି ଜନସେନାଙ୍କ ଆବଶ୍ୟକତା ଅଛି, ଯଦି ଟିଡିପି ଏବଂ ଜନସେନା ହାତ ମିଳାନ୍ତି ତେବେ YSRCP ରାଜ୍ୟରୁ ବିଲୋପ ହୋଇଯିବ ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର 14ରେ ପବନ କଲ୍ୟାଣ ରାଜମୁନ୍ଦ୍ରୀ ସେଣ୍ଟ୍ରାଲ୍‌ ଜେଲ୍‌ରେ ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବାକୁ ଯାଇଥିଲେ । ଦକ୍ଷତା ବିକାଶ ଘୋଟାଲା ମାମଲାରେ ଚନ୍ଦ୍ରବାବୁ ଏବେ ଜେଲ୍‌ରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସୌରୀନଙ୍କ ବିରୋଧରେ କାହିଁକି NBW ଇସ୍ୟୁ ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହେଲା ପୋଲିସ ?

ଉଲ୍ଲେଖନୀୟ ଯେ, ଜୁଲାଇ 18ରେ ପବନ କଲ୍ୟାଣ ଦିଲ୍ଲୀ ଯାଇ ସେଠାରେ ଏକ ଏନଡିଏ ବୈଠକରେ ଭାଗ ନେଇଥିଲେ । ବୈଠକ ପରେ ପବନ କଲ୍ୟାଣ କହିଛନ୍ତି ଯେ ତାଙ୍କ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନକୁ ସମର୍ଥନ କରିବ । ଏଥି ସହିତ, ବର୍ତ୍ତମାନର ରାଜ୍ୟ ସରକାର YSRCPଙ୍କ ସହ ଲଢିବା ପାଇଁ ଅଭିନେତା ଟିଡିପି ଏବଂ ବିଜେପି ସହ ଗଠବନ୍ଧନ ପ୍ରସ୍ତାବ ଦେଇଥିଲେ, ଯଦିଓ ଏନେଇ ଏନଡିଏ ତରଫରୁ କୌଣସି ପ୍ରତିକ୍ରିୟା ନଥିଲା ।

ମୁଁ ଏନ୍‌ଡିଏରେ ଅଛି: ପବନ କଲ୍ୟାଣ

ଯାତ୍ରା ସମୟରେ କଲ୍ୟାଣ କହିଛନ୍ତି ଯେ ମୁଁ ଏନଡିଏରେ ଅଛି । କିନ୍ତୁ ମୁଁ କେବଳ ଏହା କହିବାକୁ ଏଠାକୁ ଆସିଛୁ ଯେ ଆମେ ଟିଡିପିକୁ ସମର୍ଥନ କରିବୁ । ଦଳ ଏବେ ବି ଦୁର୍ବଳ। ଏହାର ଅର୍ଥ ନୁହେଁ ଯେ ମୁଁ ଏନ୍‌ଡିଏ ଛାଡ଼ୁଛି । ମୁଁ ଜନସାଧାରଣଙ୍କୁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଆମେ ସମ୍ପୂର୍ଣ୍ଣ ଏନଡିଏ ସହିତ ଅଛୁ । ଆମେ ଟିଡିପି ସହିତ ମଧ୍ୟ ରହିବୁ । ଆମେ ଟିଡିପି ସହିତ ଅଛୁ କାରଣ YSRCPକୁ ବାହାର କରିବା ପାଇଁ ଟିଡିପିର ସମର୍ଥନ ଆବଶ୍ୟକ ।

Last Updated : Oct 6, 2023, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.