ETV Bharat / bharat

Punjab Bypoll: ମୁଖ୍ୟମନ୍ତ୍ରୀ ମାନଙ୍କ ଆସନରେ ହାରିଲା AAP, ଲୋକସଭାରେ ଦଳ ସାଂସଦ ଶୂନ୍ୟ

author img

By

Published : Jun 26, 2022, 8:40 PM IST

ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଆସନରେ ହାରିଲା ଦଳ । ଆପ ପ୍ରାର୍ଥୀଙ୍କୁ ହରାଇଲେ ଅକାଳୀ ପ୍ରାର୍ଥୀ । ଲୋକସଭାରେ ପ୍ରତିନିଧିତ୍ବ ହରାଇଲା AAP । ମୁଖ୍ୟମନ୍ତ୍ରୀ ଶପଥ ନେବା ପୂର୍ବରୁ ଉକ୍ତ ଆସନରୁ ଇସ୍ତଫା ଦେଇଥିଲେ ଦଳର ଏକମାତ୍ର ସାଂସଦ ଭଗବନ୍ତ ମାନ । ଅଧିକ ପଢନ୍ତୁ

Punjab Bypoll: ମୁଖ୍ୟମନ୍ତ୍ରୀ ମାନଙ୍କ ଆସନରେ ହାରିଲା AAP, ଲୋକସଭା ସାଂସଦ ଶୂନ୍ୟ
Punjab Bypoll: ମୁଖ୍ୟମନ୍ତ୍ରୀ ମାନଙ୍କ ଆସନରେ ହାରିଲା AAP, ଲୋକସଭା ସାଂସଦ ଶୂନ୍ୟ

ଚଣ୍ଡିଗଡ: ପଞ୍ଜାବ ଉପ ନିର୍ବାଚନରେ କ୍ଷମତାସୀନ AAP ର ବଡ ପରାଜୟ ସାମ୍ନାକୁ ଆସିଛି । ଖୋଦ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଗଡ ତଥା ସଂସଦୀୟ କ୍ଷେତ୍ର ସଙ୍ଗରୁରୁରେ ଆପ ପ୍ରାର୍ଥୀ ଶିରୋମଣୀ ଅକାଳୀ ଦଳର ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଛନ୍ତି । ସଙ୍ଗରୁରୁରୁ ସାଂସଦ ଥିବା ମାନ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସେଠାରେ ଉପ ନିର୍ବାଚନ ଘୋଷଣା କରାଯାଇଥିଲା। ଆଜିର ଫଳାଫଳ ପରେ ସଂସଦର ନିମ୍ନ ସଦନ ଲୋକସଭାରେ ଦଳ ପ୍ରତିନିଧିତ୍ବ ହରାଇଛି ।

ଏହି ଉପ ନିର୍ବାଚନରେ ସଙ୍ଗରୁରୁ ସଂସଦୀୟ ଆସନରୁ ଶିରୋମଣୀ ଅକାଳୀ ଦଳର ପ୍ରାର୍ଥୀ ସିମରନଜିତ ସିଂ AAP ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ପ୍ରାୟ 5 ହଜାର 8 ଶହ ଭୋଟ ବ୍ୟବଧାନରେ ପରାଜିତ କରିବାରେ ସଫଳ ହୋଇଛନ୍ତି । ଏହି ସଂସଦୀୟ କ୍ଷେତ୍ରରୁ ମୁଖ୍ୟମନ୍ତ୍ରୀ ମାନ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ଚଳିତ ଥର ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି ।

77 ବର୍ଷୀୟ ଶିରୋମଣୀ ଅକାଳୀ ଦଳର ବିଜେତା ପ୍ରାର୍ଥୀ ସିମରନଜିତ ସିଂ ଶେଷଥର ପାଇଁ ସମାନ ଆସନରୁ 1999 ରେ ମଧ୍ୟ ସଂସଦକୁ ନର୍ବାଚିତ ହୋଇଥିଲେ । ସିମରନଜିତ ବର୍ତ୍ତମାନ ଅକଳୀ ଦଳର ଅମୃତସର ସଭାପତି ଭାବେ ସାଙ୍ଗଠନିକ ଦାୟିତ୍ବରେ ଅଛନ୍ତି । ଏହି ବିଜୟ ପାଇଁ ସେ ସ୍ଥାନୀୟ ଭୋଟରଙ୍କୁ ଶ୍ରେୟ ଦେଇଛନ୍ତି ।

2014 ରେ ପ୍ରଥମ ଥର ପାଇଁ ଏହି ଆସନରେ ସାଂସଦ ଭାବେ ନିର୍ବାଚିତ ହୋଇ ଦଳର ମୂଳଦୁଆ ପକାଇଥିଲେ ମାନ । ପରବର୍ତ୍ତୀ ସମୟରେ ସେ ପୁଣି ଥରେ 2019 ରେ ମଧ୍ୟ ବିଜୟ ଧାରା ବଜାୟ ରଖିବା ପାଇଁ ସକ୍ଷମ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ସେ ଏହି ଆସନରୁ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.