ETV Bharat / bharat

ଠିକ ସମୟରେ ଆସିଲାନି କାର, ଜୀବନ ହାରିଲେ ଯୁବକ

author img

By

Published : Jul 6, 2022, 2:17 PM IST

ଠିକ ସମୟରେ ଶୋରୁମରୁ କାର ପହଞ୍ଚିଲା ନାହିଁ ବୋଲି ଜୀବନ ହାରିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା କମାରେଡ୍ଡୀ କଲ୍ୟାଣି ଗାଁରେ । ଅଧିକ ପଢନ୍ତୁ

ଠିକ ସମୟରେ ଆସିଲାନି କାର, ଜୀବନ ହାରିଲେ ଯୁବକ
ଠିକ ସମୟରେ ଆସିଲାନି କାର, ଜୀବନ ହାରିଲେ ଯୁବକ

ହାଇଦ୍ରାବାଦ: ଇଚ୍ଛା ଥିଲା କାରଟେ କିଣିବେ । ଶୋରୁମ ଯାଇ କିଣା ବି ସରିଥିଲା ଖାଲି ଘରେ ଠିକ ସମୟରେ କାର ପହଞ୍ଚିବାକୁ ଅପେକ୍ଷା ଥିଲା । ହେଲେ ସବୁ କିଛି ଓଲଟପାଲଟ ହୋଇଗଲା । ଠିକ ସମୟରେ ଶୋରୁମରୁ କାର ପହଞ୍ଚିଲା ନାହିଁ ବୋଲି ଜୀବନ ହାରିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା କମାରେଡ୍ଡୀ କଲ୍ୟାଣି ଗାଁରେ ।

ଠିକ ସମୟରେ ଆସିଲାନି କାର, ଜୀବନ ହାରିଲେ ଯୁବକ
ଠିକ ସମୟରେ ଆସିଲାନି କାର, ଜୀବନ ହାରିଲେ ଯୁବକ

ତେଲାଗାପୁରମ୍ କ୍ରିଷ୍ଣା (21) ଗୋଟିଏ କାର କିଣି ନିଜେ ରୋଜଗାର କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ଏଲେରେଡି ଟାଉନର ଏକ ଶୋ’ରୁମ ସହିତ ଯୋଗାଯୋଗ କରିଥିଲେ । କାରର ମୂଲ୍ୟ 8.71 ଲକ୍ଷ ହୋଇଥିବାବେଳେ ସେ ଡାଉନ୍ ପେମେଣ୍ଟ ଭାବରେ ୨ ଲକ୍ଷ 50 ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ମଇ 23 ରେ 50 ହଜାର ଦେଇଥିଲା । ଅବଶିଷ୍ଟ 2 ଲକ୍ଷ ଟଙ୍କା ଦେବା ପରେ ଆୟୋଜକମାନେ କାର ନେବାକୁ ପରାମର୍ଶ ଦେଇଥିଲେ । ଏହାପରେ ସେ 2 ଲକ୍ଷ ଯୋଗାଡ କରି ଶନିବାର ଶୋରୁମ ଯାଇଥିଲେ ।

ସେ ଶୋ ରୁମ ମ୍ୟାନେଜରଙ୍କୁ 2 ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ମ୍ୟାନେଜର ତାଙ୍କୁ ଆଉ 50 ହଜାର ଦେବା ପରେ ହିଁ କାର ମିଳିବ ବୋଲି କହିଥିଲେ । ଏହାଶୁଣି କ୍ରିଷ୍ଣା ଭାଙ୍ଗି ପଡିଥିଲେ । ନିଜକୁ ଶେଷ କରିଦେବା ଭଳି ଚରମ ନିଷ୍ପତ୍ତି ନେଇଥିଲେ କ୍ରିଷ୍ଣା । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.