ETV Bharat / bharat

ବସରେ ସନ୍ତାନ ଜନ୍ମ ଦେଲେ ମହିଳା, ମିଳିଲା ସାରା ଜୀବନ ମାଗଣା ପାସ୍

author img

By

Published : Jun 27, 2022, 3:12 PM IST

ବସରେ ସନ୍ତାନ ଜନ୍ମ ଦେଲେ ମହିଳା । ତେଲେଙ୍ଗାନା ରାଜ୍ୟ ପରିବହନ ବସରେ ଜଣେ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ

ବସରେ ସନ୍ତାନ ଜନ୍ମ ଦେଲେ ମହିଳା
ବସରେ ସନ୍ତାନ ଜନ୍ମ ଦେଲେ ମହିଳା

ହାଇଦ୍ରାବାଦ: ବସରେ ସନ୍ତାନ ଜନ୍ମ ଦେଲେ ମହିଳା । ତେଲେଙ୍ଗାନା ରାଜ୍ୟ ପରିବହନ ବସରେ ଜଣେ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି । TSRTC ଏମଡି ତାଙ୍କୁ ସାରା ଜୀବନ ମାଗଣା ବସ ପାସ ପ୍ରଦାନ କରିଛନ୍ତି । ଆରଟିସି ବସଟି ମହିଳାଙ୍କ ପାଇଁ ହସ୍ପିଟାଲ ପାଲଟିଥିଲା । ଆଉ ବସ ଡ୍ରାଇଭର ଡାକ୍ତର । ଘଟଣାଟି ତେଲେଙ୍ଗାନ ଅଦିଲାବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ।

ବସରେ ସନ୍ତାନ ଜନ୍ମ ଦେଲେ ମହିଳା, ସାରା ଜୀବନ ମାଗଣା ପାସ୍
ବସରେ ସନ୍ତାନ ଜନ୍ମ ଦେଲେ ମହିଳା, ସାରା ଜୀବନ ମାଗଣା ପାସ୍

ମହାରାଷ୍ଟ୍ର ଶିଙ୍ଗାରିଭାଦା କିନୱାତର ମଦାବି ରତ୍ନାମାଳା ଯିଏକି ଗର୍ଭବତୀ ଥିଲେ । ସେ ଇନ୍ଦ୍ରାଭେଲିରେ ରୁହନ୍ତି । ତାଙ୍କ ପରିବାର ସହ ରବିବାର ସେ ଇନ୍ଦ୍ରାଭେଲିରୁ ଅଦିଲାବାଦ ଯାଉଥିଲେ । ବସରେ ଅଚାନକ ମଦାବି ରତ୍ନାମାଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଫଳରେ ମାନାକାପୁରରେ ବସଟି ଅଟକି ଥିଲା । ବସରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ମହିଳାଙ୍କୁ ଗୁଡିହାଣ୍ଟୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ବସରେ ଶିଶୁପୁତ୍ରଟି ଜନ୍ମ ହୋଇଥିବାକୁ TSRTC ଏମଡି ତାଙ୍କୁ ସାରା ଜୀବନ ମାଗଣା ବସ ପାସ ପ୍ରଦାନ କରିଛନ୍ତି ।

ଉଭୟ ଓ ମାଆ ଓ ଶିଶୁଙ୍କୁ ଦେଖିବା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ଡାକ୍ତର। ଆରଟିସି ଡିଭିଏମ୍ ମଧୁସୂଦନ ଏବଂ ଡିଏମ୍ ବିଜୟ ଡାକ୍ତରଖାନାକୁ ଯାଇ ମାଆ ଏବଂ ଶିଶୁର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଆରଟିସି ବସରେ ଜନ୍ମ ହୋଇଥିବା ଶିଶୁକୁ ସାରା ଜୀବନ ଆରଟିସି ବସରେ ମାଗଣାରେ ଯାତ୍ରା କରିବାକୁ ବସ୍ ପାସ୍ ଦିଆଯିବ କହିଛନ୍ତି ଆରଟିସି ଏମଡି ସାଜାନାର। ମାଆଙ୍କୁ ନିରାପଦରେ ଡାକ୍ତରଖାନାକୁ ନେଇଥିବାରୁ ଆରଟିସି ଚେୟାରମ୍ୟାନ୍ ବାଜିରେଡ୍ଡି ଏବଂ ସିଏମଡି ସାଜାନାର ବସ୍ ଡ୍ରାଇଭର ଏମ ଅଞ୍ଜନା ଏବଂ କଣ୍ଡକ୍ଟର ସିଏଚ ଗବର ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.