ETV Bharat / bharat

ଇସଲାମ ଧର୍ମ ଛାଡି ହିନ୍ଦୁ ଧର୍ମକୁ ଆପଣେଇଲେ ମୁସଲିମ ପରିବାର

author img

By

Published : Dec 22, 2020, 10:37 PM IST

ଇସଲାମ ଧର୍ମକୁ ଛାଡି ହିନ୍ଦୁ ଧର୍ମକୁ ଆପଣେଇଲେ ମୁସଲିମ ପରିବାର । ନିଜ ନାମ ସହ କଲେ ପରିବାରର ସଦସ୍ୟଙ୍କ ନାମ ପରିବର୍ତ୍ତନ । ଅଧିକ ପଢନ୍ତୁ...

A family in Aligarh renounced Islam and converted to Hinduism
ଇସଲାମ ଧର୍ମ ଛାଡି ହିନ୍ଦୁ ଧର୍ମକୁ ଆପଣେଇଲେ ମୁସଲିମ ପରିବାର

ଲକ୍ଷ୍ନୌ : ଇସଲାମ ଧର୍ମକୁ ଛାଡି ହିନ୍ଦୁ ଧର୍ମକୁ ଆପଣେଇଲେ ଏକ ମୁସଲିମ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଜଙ୍ଗଲଗଡି ବାଇପାସସ୍ଥିତ ଜାଲକରୀ ସହରରେ । କାଶିନ ଖାଁ ନିଜ ଇସଲାମ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମକୁ ଆପଣେଇଛନ୍ତି । ଏନେଇ ଆର୍ଯ୍ୟ ସମାଜ ମନ୍ଦିରରେ ଏକ ଶୁଦ୍ଧ ଯଜ୍ଞ କରିଥିଲେ | ଯାହାରି ମାଧ୍ୟମରେ ସେ ଧର୍ମ ପରିବର୍ତ୍ତନ କରିଛନ୍ତି ।ହିନ୍ଦୁରୀତିନୀତି ଅନୁସାରେ ନିଜ ନାଁ ସହ ପିଲାମାନଙ୍କ ନାଁ ମଧ୍ୟ ପରିବର୍ତ୍ତନ କରିଛନ୍ତି । ତାଙ୍କ ନାଁ ପରିବର୍ତ୍ତନ କରି କାସିମ ଖାଁରୁ ସେ କରମବୀର ହୋଇଛନ୍ତି ।

ଇସଲାମ ଧର୍ମ ଛାଡି ହିନ୍ଦୁ ଧର୍ମକୁ ଆପଣେଇଲେ ମୁସଲିମ ପରିବାର

ସେ କହିଛନ୍ତି ଯେ, ତାଙ୍କର ପୂର୍ବପୁରୁଷମାନେ ହିନ୍ଦୁ ଥିଲେ । ଧର୍ମ ପରିବର୍ତ୍ତନ ପରେ ଭୟଭୀତ ହୋଇପଡିଛନ୍ତି । ଏନେଇ ପ୍ରଶାସନକୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି । କରମବୀର 2012ରେ ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିଥିଲେ । ହିନ୍ଦୁ ଧର୍ମ ଅନୁଯାୟୀ ପତ୍ନୀ ମଧ୍ୟ ନିଜ ଘରେ ପୂଜାପାଠ କରନ୍ତି । ଫଳରେ ସେ ନିଜ ବାପା ମାଙ୍କ ଠାରୁ ଅଲଗା ହୋଇ ରହୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.