ETV Bharat / bharat

ଅଧାରେ ରହିଲା ଘର ବାହୁଡା, ଦୁର୍ଘଟଣାରେ ଚାଲିଗଲା ୫ ଛାତ୍ରଛାତ୍ରୀଙ୍କ ଜୀବନ

author img

By

Published : Dec 10, 2022, 8:54 AM IST

ନାସିକ ଜିଲ୍ଲାର ମହୋଦରି ଘାଟରେ ସିରିଜ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁଇଟି ଗାଡିକୁ ପିଟିଲା କାର । ଦୁର୍ଘଟଣାରେ ୫ଜଣ କଲେଜ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସଡକ ଦୁର୍ଘଟଣା
ସଡକ ଦୁର୍ଘଟଣା

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁଇଟି ଗାଡିକୁ ସାମ୍ନାରୁ ପିଟିଲା କାର । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି (Five college students killed in road accident in Nashik)। ମୃତ ୫ଜଣ କଲେଜ ଛାତ୍ରଛାତ୍ରୀ ହୋଇଥିବା ସୂଚନା ମିଳିଛି ।

ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ଏକ କାରରେ କିଛି କଲେଜ ଛାତ୍ରଛାତ୍ରୀ ଯାଉଥିବା ବେଳେ ନାସିକ ଜିଲ୍ଲାର ମହୋଦରି ଘାଟ ନିକଟରେ କାରଟି ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଅନ୍ୟ ଦୁଇ ଗାଡିକୁ ପିଟିଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ କାରଟିର ଟାୟାର ଫାଟିଯିବା ଯୋଗୁଁ ଦୁର୍ଘଟଣା ହୋଇଥିବା ନେଇ ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ବିଫଳ ହେଲା ପ୍ରୟାସ, ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ

ନାସିକ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, "ଗୋଟିଏ କାରରେ ୮ଜଣ ଛାତ୍ରଛାତ୍ରୀ ଏକ ବିବାହ ଉତ୍ସବରେ ଯୋଗଦେଇ ନାସିକ ଫେରୁଥିଲେ । ଗାଡିର ବେଗ ଅଧିକ ରହିଥିବା ବେଳେ ଅଧାରାସ୍ତାରେ କାରର ଟାୟାର ଫାଟି ଯାଇଥିଲା । ଫଳରେ କାରଟି ଭାରସାମ୍ୟ ହରାଇ ଡିଭାଇଡର ଅତିକ୍ରମ କରି ଅପରପାର୍ଶ୍ବ ରାସ୍ତାକୁ ଚାଲିଯାଇଥିଲା । ପରେ ସାମ୍ନାରୁ ଆସୁଥିବା ଦୁଇଟି କାର ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଛାତ୍ରଛାତ୍ରୀଙ୍କ ପରିଚୟ ମିଳିପାରିନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.