ETV Bharat / bharat

ପାରାଗ୍ଲାଇଡିଂ ବେଳେ ଅଘଟଣ, କୁଲ୍ଲୁରେ ୩୦ବର୍ଷର ଯୁବକ ମୃତ

author img

By

Published : Dec 25, 2022, 4:40 PM IST

ହିମାଚଳପ୍ରଦେଶ କୁଲ୍ଲୁ ଜିଲ୍ଲାରେ ପାରାଗ୍ଲାଇଡିଂ ବେଳେ ଅଘଟଣ (Kullu Paragliding Accident) । ଦୁର୍ଘଟଣାରେ ଜଣେ ୩୦ବର୍ଷର ଯୁବ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Paragliding
Paragliding

ସିମଲା: ହିମାଚଳପ୍ରଦେଶ କୁଲ୍ଲୁ ଜିଲ୍ଲାରେ ପାରାଗ୍ଲାଇଡିଂ ବେଳେ ଅଘଟଣ(Kullu Paragliding Accident) । ବହୁ ଉଚ୍ଚରୁ ତଳେ ପଡିବା ପରେ ୩୦ ବର୍ଷର ଯୁବ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ପାଇଲଟ ଜଣକ ଗୁରୁତର ଆହତ ହୋଇଛନ୍ତି । ଖ୍ରୀଷ୍ଟମାସ ଅବସରରେ ଛୁଟି କାଟିବାକୁ ଯାଇଥିବା ଏହି ପର୍ଯ୍ୟଟକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି । କୁଲ୍ଲୁ ଜିଲ୍ଲାର ଦୋଭି ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା ।

ମୃତ ଯୁବ ପର୍ଯ୍ୟଟକଙ୍କ ନାମ ସୁରଜ ଶାହ ବୋଲି ଜଣାପଡ଼ିଛି । ସେ ମହାରାଷ୍ଟ୍ର ସତରା ଜିଲ୍ଲାର ବାସିନ୍ଦା । ପାରାଗ୍ଲାଇଡିଂ ବେଳେ ଯେତେବେଳେ ପାରାଗ୍ଲାଇଡର୍ ଆକାଶରେ ଥିଲା ସେତେବେଳେ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ସେ ତଳେ ଖସିପଡ଼ିଥିଲେ । ଏହାପରେ ସଙ୍ଗେସଙ୍ଗେ ପର୍ଯ୍ୟଟକ ସୁରଜ ଓ ପାଇଲଟଙ୍କୁ କୁଲ୍ଲୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ସୁରଜଙ୍କୁ ମୃତ ଘୋଷଣା କରିଥିବା ବେଳେ ପାଇଲଟଙ୍କ ଚିକିତ୍ସା କରାଯାଉଛି ।

ଏହା ବି ପଢନ୍ତୁ- ରାସ୍ତା ମଝିରେ ଯୁବତୀଙ୍କ ଗୁଣ୍ଡାଗିରି, ଭିଡିଓ ଭାଇରାଲ

ଏ ନେଇ ସ୍ଥାନୀୟ ପୋଲିସ ଅଫିସର ଗୁରୁତଦେବ କହିଛନ୍ତି, "ଏହି ଦୁର୍ଘଟଣାରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଏଠାରେ ପର୍ଯ୍ୟଟକଙ୍କ ବ୍ୟବଚ୍ଛେଦ କରାଯିବ । ତାଙ୍କ ସମ୍ପର୍କୀୟଙ୍କୁ ଏନେଇ ସୂଚନା ଦିଆଯାଇଛି । ପୋଲିସ ଦୁର୍ଘଟଣାର କାରଣ ଖୋଜୁଛି । ଏଥିରେ ଯାହାର ତ୍ରୁଟି ସମ୍ପର୍କରେ ଜଣାପଡ଼ିବ ତା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ଏହି ଘଟଣାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । IPC ଧାରା ସେକ୍ସନ ୩୩୬ ଓ ୩୦୪ଏ ଆଧାରରେ ଆହତ ପାଇଲଟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.