ETV Bharat / bharat

Blast In Pakistan: କାରାଚି ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ, 3 ଚୀନ ନାଗରିକଙ୍କ ସମେତ 4 ମୃତ

author img

By

Published : Apr 26, 2022, 5:57 PM IST

ବିସ୍ଫୋରଣରେ ଥରିଲା କରାଚି ବିଶ୍ବବିଦ୍ୟାଳୟ । 3 ଚୀନ ନାଗରିକଙ୍କ ସମେତ 4 ମୃତ ସୂଚନା । ଏକାଧିକ ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ପାକିସ୍ତାନର କାରାଚି ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ, 3 ଚୀନି ନାଗରିକଙ୍କ ସମେତ 4 ମୃତ
ପାକିସ୍ତାନର କାରାଚି ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ, 3 ଚୀନି ନାଗରିକଙ୍କ ସମେତ 4 ମୃତ

ଇସଲାମାବାଦ: ପାକିସ୍ତାନର କରାଚି ବିଶ୍ବବ୍ୟାଳୟ ପରିସରରେ ବିସ୍ଫୋରଣ ଘଟିଛି । ଏଥିରେ 3ଜଣ ଚୀନ ନାଗରିକଙ୍କ ସମେତ ମୋଟ 4 ଜଣ ପ୍ରାଣ ହରାଇଛନ୍ତି । ସେହିପରି ଅନ୍ୟ କିଛି ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ମୃତକଙ୍କ ମଧ୍ୟରେ 2 ଚୀନି ମହିଳା ମଧ୍ୟ ରହିଛନ୍ତି ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଆଜି ଅପରାହ୍ନରେ ବିଶ୍ବବିଦ୍ୟାଳୟର ଚୀନ ଭାଷା ପଢାଯାଉଥିବା ଏକ କେନ୍ଦ୍ର ନିକଟରେ ଏହି ବିସ୍ଫୋରଣ ଘଟିଛି । ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ଦୁଇ ଜଣ ମହିଳାଙ୍କ ସମେତ ମୋଟ 3 ଚୀନି ଓ ଜଣେ ସ୍ଥାନୀୟ ନାଗରିକଙ୍କୁ ମିଶାଇ ମୋଟ 4ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି ।

ସେହିପରି 3 ଗୁରୁତରଙ୍କ ସମେତ ଏକାଧିକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ 4 ଜଣ ଏକ କାରରେ ଥିବା ବେଳେ କାରର ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ପୋଲିସ ଘଠଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିସ୍ଫୋରଣର କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ବିଶ୍ବବିଦ୍ୟାଳୟ ପରିସରରେ ଏପରି ବିସ୍ଫୋରଣ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.