ETV Bharat / bharat

ଭୋପାଳର ଏକ ହଷ୍ଟେଲରୁ 26 ଛାତ୍ରୀ ନିଖୋଜ, ଧର୍ମାନ୍ତରୀଣକରଣ ଅଭିଯୋଗ

author img

By ETV Bharat Odisha Team

Published : Jan 6, 2024, 7:55 PM IST

26 Girls Missing From Illegal Bhopal Hostel: ଭୋପାଳର ଏକ ହଷ୍ଟେଲରୁ 26 ଛାତ୍ରୀ ନିଖୋଜ । ଧର୍ମାନ୍ତରୀକରଣ ଅଭିଯୋଗ ପରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଓ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଭୋପାଳର ଏକ ହଷ୍ଟେଲରୁ 26 ଛାତ୍ରୀ ନିଖୋଜ, ଧର୍ମାନ୍ତରୀଣକରଣ ଅଭିଯୋଗ
ଭୋପାଳର ଏକ ହଷ୍ଟେଲରୁ 26 ଛାତ୍ରୀ ନିଖୋଜ, ଧର୍ମାନ୍ତରୀଣକରଣ ଅଭିଯୋଗ

ଭୋପାଳର ଏକ ହଷ୍ଟେଲରୁ 26 ଛାତ୍ରୀ ନିଖୋଜ, ଧର୍ମାନ୍ତରୀଣକରଣ ଅଭିଯୋଗ
ଭୋପାଳର ଏକ ହଷ୍ଟେଲରୁ 26 ଛାତ୍ରୀ ନିଖୋଜ, ଧର୍ମାନ୍ତରୀଣକରଣ ଅଭିଯୋଗ

ଭୋପାଳ: ମଧ୍ୟ ପ୍ରଦେଶ ଭୋପାଳର ଏକ ହଷ୍ଟେଲରୁ 26 ଜଣ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ହଷ୍ଟେଲଟି ବିନା ସରକାରୀ ଅନୁମତିରେ ସଞ୍ଚାଳିତ ହେଉଥିଲା । ଏହି ଛାତ୍ରୀମାନଙ୍କୁ ଧର୍ମାନ୍ତରୀଣ କରିବା ଉଦ୍ଦେଶ୍ୟରେ କେଉଁଆଡେ ଅନ୍ତର୍ଧ୍ୟାନ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ନିଜେ ପୂର୍ବତନ ମୁଖ୍ଯମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣା ନେଇ ଚିନ୍ତା ପ୍ରକଟ କରିବା ସହ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଥିବା ଜଣାପଡିଛି । ଏନେଇ ଶିବରାଜ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ମଧ୍ୟ ଟ୍ବିଟ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଭୋପାଳରୁ ପ୍ରାୟ 20 କି.ମି ଦୂରରେ ଏହି ହଷ୍ଟେଲଟି କିଛି ବର୍ଷ ହେବ ସଞ୍ଚାଳିତ ହୋଇ ଆସୁଥିଲା । ଏକ ଏନଜିଓ ଅଧୀନରେ ଏହା କାର୍ଯ୍ୟକ୍ଷମ ଥିଲା । ଶିଶୁ ସୁରକ୍ଷା କମିଶନର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଜାତୀୟ ଶିଶୁ ସୁରକ୍ଷା କମିଶନର ପ୍ରାଥମିକ ତଦନ୍ତ ପରେ ମିଳିଥିବା ରିପୋର୍ଟରେ ଏହା ଜଣାପଡିଛି ଯେ, ସେଣ୍ଟରରେ ସମୁଦାୟ 68 ଜଣ ପିଲାଙ୍କ ପଞ୍ଜୀକରଣ କରାଯାଇଛି । ମାତ୍ର ଏବେ ସେଠାରେ 41 ଜଣ ବାଳିକା ସେଠାରେ ଥିବା ଜଣାପଡିଛି । ସେମାନେ ମଧ୍ୟପ୍ରଦେଶ, ଝାଡଖଣ୍ଡ ଓ ଗୁଜୁରାଟର ହୋଇଥିବା ଜଣାପଡିଛି । ମାତ୍ର ଅନ୍ୟମାନଙ୍କ ସମ୍ପର୍କରେ ସେଣ୍ଟର କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ସୂଚନା ଦେଇପାରୁନାହାନ୍ତି । ଶିଶୁ ସୁରକ୍ଷା ଆୟୋଗ (NCPCR)ର ମୁଖ୍ୟ ପ୍ରିୟଙ୍କ କାନୁନଗୋ ମଧ୍ୟ ପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଶିଶୁଙ୍କ ସମ୍ପର୍କରେ ସପ୍ତାହକ ମଧ୍ୟରେ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଦିନ ଆସିବ ୨୦୦-୩୦୦ ବର୍ଷ ବଞ୍ଚିବ ମନୁଷ୍ୟ: ଇସ୍ରୋ ମୁଖ୍ୟ

ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ସ୍ଥାନୀୟ ଏସଡିପିଓ ମଞ୍ଜୁ ତିଓ୍ବାରୀ କହିଛନ୍ତି, ଘଟଣା ସମ୍ପର୍କରେ ଜଣାପଡିବା ପରେ ଜୁଭିନାଇଲ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି । ତଦନ୍ତର ଫଳାଫଳ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ବିସ୍ଫୋରକ ବୟାନ ଦେଇଛନ୍ତି । ଏଠାରେ ଏହି ହଷ୍ଟେଲ ବା ଚିଲ୍ଡରେନ ସେଣ୍ଟର ଗତ 5 ବର୍ଷରୁ ଅଧିକ ହେବ ଚାଲୁଥିଲା । ଭିତରକୁ କୌଣସି ବ୍ୟକ୍ତିଙ୍କୁ ଛଡା ଯାଉନଥିଲା । ଏଥିରେ ମଧ୍ୟ ପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟରୁ ମଧ୍ୟ କିଛି ଛାତ୍ରୀଥିଲେ । କେବଳ କିଛି ଗାଡିରେ ପିଲାଙ୍କୁ ବଜାର ଅନ୍ୟ ସ୍ଥାନକୁ ନିଆଯାଉଥିଲା । ସେମାନେ ଏସମ୍ପର୍କରେ ଅଧିକ କିଛି ମଧ୍ୟ ଜାଣିପାରୁଥିଲେ । ସ୍ଥାନୀୟ ଲୋକେ ମଧ୍ୟ ଧର୍ମାନ୍ତରୀଣକୁ ସନ୍ଦେହ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.