ETV Bharat / bharat

ଜମିବାଡି ବିବାଦରୁ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ: ଯୁବତୀଙ୍କୁ ହତ୍ୟା, ଜାଳି ଦେଲେ 3 ବଖରା

author img

By

Published : Jun 12, 2022, 11:35 AM IST

ନାସିକରେ ଜମି ବିବାଦ ମାମଲା । 20 ବର୍ଷୀୟ ଯୁବତୀଙ୍କୁ ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଇଗାଟପୁରୀ ତାଲୁକା ଅନ୍ତର୍ଗତ ଆଡୱାରୱାଡର କାଟକରୀ ବସ୍ତିରେ। ଅଧିକ ପଢନ୍ତୁ

ଜମି ବିବାଦକୁ ନେଇ ଘର ଜାଳିଦେବା ସହ 20 ବର୍ଷୀୟ ଯୁବତୀଙ୍କୁ ହତ୍ୟା
ଜମି ବିବାଦକୁ ନେଇ ଘର ଜାଳିଦେବା ସହ 20 ବର୍ଷୀୟ ଯୁବତୀଙ୍କୁ ହତ୍ୟା

ମୁମ୍ବାଇ: ନାସିକରେ ଜମି ବିବାଦ ମାମଲା । 20 ବର୍ଷୀୟ ଯୁବତୀଙ୍କୁ ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଇଗାଟପୁରୀ ତାଲୁକା ଅନ୍ତର୍ଗତ ଆଡୱାରୱାଡର କାଟକରୀ ବସ୍ତିରେ । ସୂଚନାଅନୁସାରେ,ଆଜି(ରବିବାର) ସକାଳ ପ୍ରାୟ 3ଟା ସମୟରେ 15 ରୁ 20 ଜଣ ଯୁବକ ସଙ୍ଗବଦ୍ଧ ଭାବେ 3 ଟି ଘରେ ନିଆଁ ଲଗାଇବା ସହ 20 ବର୍ଷୀୟ ଯୁବତୀଙ୍କୁ ହତ୍ୟା କରିଛନ୍ତି ।

ଜମି ବିବାଦକୁ ନେଇ ଘର ଜାଳିଦେବା ସହ 20 ବର୍ଷୀୟ ଯୁବତୀଙ୍କୁ ହତ୍ୟା

ଏହି ବର୍ବର କାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଜମି ବିବାଦ କାରଣରୁ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଥାଇପାରନ୍ତି ବୋଲି ପ୍ରାଥମିକ ସୂଚନାରୁ ସ୍ପଷ୍ଟ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀମାନେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ସେମାନେ ଇଗତପୁର ବାର୍ସିଙ୍ଗୱେ ଅଞ୍ଚଳର ବାସିନ୍ଦା ବୋଲି ସୂଚନା ରହିଛି।

ସ୍ଥାନୀୟଲୋକଙ୍କ କହିବାଅନୁସାରେ, ଶରଦ ମହାଦୁ ୱାଗ ନିଜ ପରିବାର ସହ ଆଦରଓ୍ବାଡର କଟକରୀ ବସ୍ତିରେ ରହିଆସୁଥିଲେ। ତେବେ କିଛି ଦିନ ହେବ ଜମିବାଡିକୁ ନେଇ ସ୍ଥାନୀୟ ଲୋକଙ୍କ ସହ ବିବାଦ ଲାଗିରହିଥିଲା। ତେବେ ଶୁକ୍ରବାର ଅପରାହ୍ନରେ 40ରୁ 50ଜଣ ଯୁବକ ଲୁହାଛଡ ଓ ବାଡି ଧରି ବସ୍ତି ଭିତରକୁ ପ୍ରବେଶ କରିଥିଲେ। ତେବେ ଖବରପାଇ ପୋଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ବିବାଦର ସମାଧାନ ହୋଇଥିଲା। ତେବେ ଗତକାଲି (ଶନିବାର) ସକାଳ ପ୍ରାୟ 3 ଟା ସମୟରେ 15ରୁ 20ଜଣ ଯୁବକ ଆସି ଶରଦ ୱାଗ ଉପରେ ଆକ୍ରମଣ କରିବାକୁ ଲାଗିଲେ ।

ଏହି ସମୟରେ ତାଙ୍କ ଶାଳୀ ରୋକିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ବେକକୁ ଆଘାତ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାସହ ଶରଦ ମହାଦୁ ୱାଗ୍, ଶଙ୍କର ଦନିୟେଶ୍ୱର ୱାଗ୍ ଏବଂ ଅଲକା ସଞ୍ଜୁ ୱାଗଙ୍କ ତିନି ପରିବାରର ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଆକ୍ରମଣକାରୀଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଘୋଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.