ETV Bharat / bharat

ମୁମ୍ବାଇରେ ଏକ ବହୁତଳ ବିଲ୍ଡିଂରେ ଅଗ୍ନିକାଣ୍ଡ: 2 ମୃତ, ନିଆଁ ଲିଭା ଜାରି

author img

By ETV Bharat Odisha Team

Published : Oct 23, 2023, 3:36 PM IST

ମୁମ୍ବାଇ ବୋରିଭାଲି ଏରିଆରେ 8 ମହଲା ବିଲ୍ଡଂରେ ଲାଗିଲା ନିଆଁ । 2 ମୃତଦେହ ଉଦ୍ଧାର । ନିଆଁ ଲିଭା କାର୍ଯ୍ୟରେ ଏକାଧିକ ଫାଏର ଫାଇଟର ଟିମ୍‌ । ଆହତଙ୍କ ସମ୍ପର୍କରେ ସ୍ପଷ୍ଟ ହୋଇନି ସୂଚନା । ଅଧିକ ପଢନ୍ତୁ

ମୁମ୍ବାଇରେ ଏକ ବହୁତଳ ବିଲ୍ଡିଂରେ ଅଗ୍ନିକାଣ୍ଡ: 2 ମୃତ, ନିଆଁ ଲିଭା ଅପରେସନ ଜାରି
ମୁମ୍ବାଇରେ ଏକ ବହୁତଳ ବିଲ୍ଡିଂରେ ଅଗ୍ନିକାଣ୍ଡ: 2 ମୃତ, ନିଆଁ ଲିଭା ଅପରେସନ ଜାରି

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ବୋରିଭାଲି ଅଞ୍ଚଳରେ ଏକ ବହୁତଳ ଅଟ୍ଟାଳିକାର ନିଆଁ ଲାଗିଯିବା କାରଣରୁ ଅତିକମରେ 2 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଏକାଧିକ ଫାଏର ଟିମ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଆଜି ମଧ୍ୟାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି । କୌଣସି କାରଣରୁ ନିଆଁ ଲାଗିବା ପରେ ପ୍ରଥମ ମହଲାଟି ପୁରା ଜଳିଯାଇଛି । 2 ମୃତଦେହ ଉଦ୍ଧାର ହୋଇଥିବା ବେଳେ ସେମାନଙ୍କ ପରିଚୟ ପୋଲିସ ସ୍ପଷ୍ଟ କରିନି ।

  • #UPDATE | Mumbai Fire | 2 people lost their lives and 3 persons are injured in the fire that broke out in the Pavan Dham Veena Santur Building of Mahaveer Nagar in Kandivali West earlier today: BMC https://t.co/kIihHcIW2U

    — ANI (@ANI) October 23, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଆଜି ପ୍ରାୟ ମଧ୍ୟାହ୍ନରେ ବୋରିଭାଲିର ମହାବୀର ନଗର ଏରିଆରେ ଥିବା ଏହି 8 ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଫାଏର ଟିମ ସହ ମୋଟ 4ଟି ଫାଏର ଟିମ ନିଆଁ ଲିଭା କାର୍ଯ୍ଯ ଆରମ୍ଭ କରିଥିଲେ । ଏବେ ସୁଦ୍ଧା ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 2 ମୃତଦେହ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି । ଅନ୍ୟ କେହି ବିଲ୍ଡିଂରେ ଫସି ରହିଥିବା ସନ୍ଦେହରେ ଉଦ୍ଧାର ଅପରେସନ ମଧ୍ୟ ଜାରି ରହିଛି । ଅନ୍ୟ କେହି ଆହତ ହେବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ସ୍ପଷ୍ଟ ହୋଇନି । ଜଣେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ସୂଚନା ମିଳିଥିବା ବେଳେ ଏ ସମ୍ପର୍କରେ ପୋଲିସ କିମ୍ବା ସ୍ଥାନୀୟ ପ୍ରଶାସନ କିଛି ସ୍ପଷ୍ଟ କରିନି ।

ସେହିପରି ବିଲ୍ଡିଂରେ ନିଆଁ କିପରି ଲାଗିଲା, ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ସଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିବା ପରେ ଅନ୍ୟ ମହଲାକୁ ବ୍ୟାପିଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ କାରଣ ସମ୍ପର୍କରେ ସ୍ପଷ୍ଟ ହେବା ନେଇ ଫାଏର ବ୍ରିଗେଡ କହିଛି । ତେବେ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏହି ବିଲ୍ଡିଂରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ:- 2024ରେ ବିଜେପିକୁ କ୍ଷମତାରୁ ହଟାଇବା ହିଁ ଦେଶଭକ୍ତି: ଅରବିନ୍ଦ କେଜ୍ରିୱାଲ

ସହରାଞ୍ଚଳରେ ଘଟୁଥିବା ଅଧିକାଂଶ ଅଗ୍ନିକାଣ୍ଡର କାରଣ ପ୍ରାୟତଃ ସଟସର୍କିଟ ହୋଇଥାଏ । ପୁରୁଣା ବିଲ୍ଡିଂଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପ୍ରାୟତଃ ରହୁନଥିବାରୁ ନିଆଁ ଲାଗିବା ପରେ ଏହାକୁ ଆୟତ କରିବା ଓ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ଉଦ୍ଧାରକାରୀ ଟିମକୁ ବେଶ ଆହ୍ବାନର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ନୂତନ ବିଲ୍ଡିଂ ନିର୍ମାଣ ବେଳେ ଏହି ଫାଏର ସେଫ୍ଟି ପ୍ରୋଟୋକଲକୁ ପ୍ରାଥମିକତା ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.