ETV Bharat / bharat

4 ଶିଶୁଙ୍କୁ ନୂଆ ଜୀବନ ଦେଲେ 100 ଘଣ୍ଟାର ନବଜାତ

author img

By ETV Bharat Odisha Team

Published : Oct 31, 2023, 10:15 AM IST

ମୃତ୍ୟୁ ପରେ ବି ଅମର। ଅଙ୍ଗଦାନ କରି 4 ଶିଶୁଙ୍କୁ ନୂଆ ଜୀବନ ଦେଲେ 5ଦିନର ନବଜାତ । ଅଧିକ ପଢନ୍ତୁ

Organ donation
Organ donation

ଗାନ୍ଧୀନଗର: ଜନ୍ମ ହେବାର କେଇ ଘଣ୍ଟା ପରେ ଆଖି ବୁଜିଲା ନବଜାତ ଶିଶୁ। କିନ୍ତୁ ଯିବା ପୂର୍ବରୁ 4 ଶିଶୁଙ୍କୁ ନୂଆ ଜୀବନ ଦେଇଛି 5 ଦିନର ଶିଶୁପୁତ୍ର। ଅଙ୍ଗଦାନ କରି ମୃତ୍ୟୁ ପରେବି ସେ ଅମର ହୋଇଛନ୍ତି। ଜନ୍ମର 5ଦିନ ପରେ ବ୍ରେନ ଡେଡ ଘୋଷଣା ହୋଇଥିବା କରିଛନ୍ତି ତାଙ୍କ ବାପା ମାଆ । ଏଭଳି ଘଟଣା ଘଟିଛି ଗୁଜୁରାଟର ସୁରଟରେ । ଏନେଇ ଏକ ବେସରକାରୀ ଏନ୍‌ଜିଓ ସଂଗଠନ ସୂଚନା ଦେଇଛି ।

ଜୀବାଦୀପ ଅର୍ଗାନ ଡୋନେସନ ଫାଉଣ୍ଡେସନର ସୂଚନା ଅନୁଯାୟୀ, ଏକ ନବଜାତ ଶିଶୁର ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ହେତୁ ତାଙ୍କୁ ଇନକ୍ୟୁବେଟରରେ ରଖାଯାଇଥିଲା । ଏହାର 48 ଘଣ୍ଟା ପରେ ଡାକ୍ତରୀ ବିଶେଷଜ୍ଞ ଦଳ ଶିଶୁଟିକୁ ନ୍ୟୁରୋ ସର୍ଜନଙ୍କ ନିକଟକୁ ପଠାଇଲେ । କିନ୍ତୁ ଦୁଃଖର ବିଷୟ ଡାକ୍ତର ତାଙ୍କୁ ବ୍ରେନ ଡେଡ୍‌ ଘୋଷଣା କରିଥିଲେ । ଏହାପରେ ଶିଶୁଟିର ବାପା ମାଆ ତାର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ଅନ୍ୟ କାହାର ଜୀବନ ବଞ୍ଚିଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ-ମୃତ୍ୟୁ ପରେ ବି ୨ଜଣଙ୍କୁ ନୂଆ ଜୀବନ ଦଲେ ଦେଢ ବର୍ଷର ଶିଶୁ କନ୍ୟା

ଏନେଇ ଫାଉଣ୍ଡେସନର ଟ୍ରଷ୍ଟି ପରିଚାଳନା କରୁଥିବା ଭିପୁଲ ତାଲାଭିଆ କହିଛନ୍ତି ଯେ, ଦେଶର ସବୁଠାରୁ କମ୍‌ ବୟସର ଶିଶୁ ଅଙ୍ଗଦାନ କରିଛନ୍ତି । ଶିଶୁର ପିତାମାତା ଅନୁପ ଏବଂ ବନ୍ଦନା ଠାକୁର ଅକ୍ଟୋବର 18ରେ ତାଙ୍କ ପାଞ୍ଚ ଦିନର ଶିଶୁ ବିଷୟରେ କହିଥିଲେ । ଏହାପରେ ସେମାନେ ଅଙ୍ଗଦାନ କରିବାକୁ ରାଜି ହୋଇଥିଲେ । ଯିଏକି ଦେଶର ସବୁଠାରୁ କନିଷ୍ଠ ଅଙ୍ଗଦାତା ଦାତା । ଅକ୍ଟୋବର 23 ତାରିଖ ସନ୍ଧ୍ୟାରେ ଶିଶୁ ଜନ୍ମ ହେବାର ପ୍ରାୟ 100 ଘଣ୍ଟା ପରେ ଶୁକ୍ରବାର ରାତିରେ ଶିଶୁର ଦୁଇଟି କିଡନୀ, ସ୍ପ୍ଲିନ୍‌ ଏବଂ ଆଖି କାଢି ନିଆଯଇଥିଲା । ପରେ ଏହି ଅଙ୍ଗଗୁଡ଼ିକୁ ଚାରି ଶିଶୁଙ୍କଠାରେ ପ୍ରତିରୋପଣ କରାଯାଇଥିଲା ।

ଗତ ବର୍ଷ ନଭେମ୍ବର ମାସରେ ନୂଆଦିଲ୍ଲୀରେ ଏକ ଦେଢ଼ ବର୍ଷର ଶିଶୁକନ୍ୟା ଅଙ୍ଗଦାନ କରି ଅମର ହୋଇଥିଲା । ବାଲକୋନୀରୁ ଖସି ପଡି ଜୀବନ ଯୁଦ୍ଧର ହାରିଯାଇଥିଲେ ସୁଦ୍ଧା 2ଜଣଙ୍କୁ ନୂଆ ଜୀବନ ଦେଇଥିଲେ ହରିୟାଣାର ମାହିରା । ମୃତ ଶିଶୁ କନ୍ୟାର ମାଆ ମାହିରାର ଅଙ୍ଗଦାନ କରି ୨ଜଣଙ୍କୁ ନୂଆ ଜୀବନ ଦେଇଥିଲେ । ଖେଳୁଥିବା ସମୟରେ ସେ ହଠାତ ବାଲକୋନିରୁ ତଳେ ପଡ଼ିଯାଇଥିଲେ ମାହିରା । ଫଳରେ ମାହିରାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହାପରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ AIIMSର ଟ୍ରମା ସେଣ୍ଟରକୁ ଅଣାଯାଇଥିଲା । କିନ୍ତୁ ମାହିରାର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଏହାପରେ ମାହିରାଙ୍କ ମାଆ ଝିଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.