ETV Bharat / state

ଆଜିଠୁ ସାଂଘାଇ ବିଶ୍ୱ ଦକ୍ଷତା ମହାକୁମ୍ଭ, ଭାରତୀୟ ଦଳରେ ୧୩ ଓଡ଼ିଆ ପ୍ରତିଭା

ଏହି ଅର୍ନ୍ତଜାତୀୟ ପ୍ରତିଯୋଗିତରେ ଭାରତ ସମେତ ୭୦ ଟି ଦେଶର ପ୍ରାୟ ୧୪୦୦ ଯୁବକ-ଯୁବତୀ ମୋଟ୍ ୬୪ଟି ବର୍ଗରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ରିପୋର୍ଟ ଗୋବିନ୍ଦ ଚନ୍ଦ୍ର ପଣ୍ଡା

largest WorldSkills competition inn sanghai from september 22
ଆଜିଠୁ ସାଂଘାଇ ବିଶ୍ୱ ଦକ୍ଷତା ମହାକୁମ୍ଭ (ETV Bharat Odisha)
author img

By ETV Bharat Odisha Team

Published : September 22, 2026 at 8:05 AM IST

2 Min Read
Choose ETV Bharat

ଭୁବନେଶ୍ବର: ଆଜିଠୁ (ସେପ୍ଟେମ୍ୱର ୨୨) ୨୭ ତାରିଖ ମଧ୍ୟରେ ଚୀନର ସାଂଘାଇରେ ଆୟୋଜନ ହେଉଥିବା ୪୮ ତମ ଓ୍ୱାର୍ଲଡ ସ୍କିଲ୍ସ କମ୍ପିଟିସନ-୨୦୨୬ରେ ଓଡିଶାରୁ ୧୩ ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି । ସାଂଘାଇର ନ୍ୟାସନାଲ ଏକ୍ଜିବିସନ ଆଣ୍ଡ କନଭେନସନ ସେଣ୍ଟରରେ ଏହି ପ୍ରତିଯୋଗିତା ଆୟୋଜନ ହେଉଛି ।


୭୦ ଟି ଦେଶର ୧୪୦୦ ଯୁବକ-ଯୁବତୀ କରୁଛନ୍ତି ପ୍ରତିଦ୍ୱନ୍ଦିତା


ଏହି ଅର୍ନ୍ତଜାତୀୟ ପ୍ରତିଯୋଗିତରେ ଭାରତ ସମେତ ୭୦ ଟି ଦେଶର ପ୍ରାୟ ୧୪୦୦ ଯୁବକ-ଯୁବତୀ ମୋଟ୍ ୬୪ଟି ବର୍ଗରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଓ୍ୱାର୍ଲଡ ସ୍କିଲ୍ସ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ପ୍ରତ୍ୟେକ ରାଷ୍ଟ୍ର ସେମାନଙ୍କର ଆଞ୍ଚଳିକ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ସେଥିରୁ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଏହି ପ୍ରତିଯୋଗିତା ପାଇଁ ଚୟନ କରିଛନ୍ତି । ଏହି କ୍ରମରେ ଭାରତରେ ଆୟୋଜିତ ଇଣ୍ଡିଆ ସ୍କିଲ୍ସ କମ୍ପିଟିସନରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ସାଂଘାଇ ଓ୍ୱାର୍ଲଡ ସ୍କିଲ୍ସ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ସ୍କିଲ୍ସ କମ୍ପିଟେସନ-୨୦୨୫-୨୬ ରେ ସର୍ବାଧିକ ପଦକ ହାସଲ କରି ପଦକ ତାଲିକାର ଶୀର୍ଷରେ ରହିଥିଲା ଓଡ଼ିଶା । ସେଥିମଧ୍ୟରୁ ଶ୍ରେଷ୍ଠ ୧୩ ଜଣ ଭାରତୀୟ ଦଳରେ ସାମିଲ ହୋଇ, ସାଂଘାଇରେ ଓ୍ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



୧୩ ଜଣ ଓଡ଼ିଆ ପ୍ରତିଯୋଗୀ

ସେହି ୧୩ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଅଛନ୍ତି- ଲ୍ୟାଣ୍ଡସ୍କେପ ଗାର୍ଡେନିଂରେ ଦେବାଶିଷ ଗୌଡ଼ ଓ ପ୍ରସାଦ କୁମାର ଦାସ, ୱେବ ଟେକ୍ନୋଲୋଜିରେ ପ୍ରିୟାଂଶୁ ଦେ, ହୋଟେଲ ରିସେପସନରେ ରଶ୍ମିତା କୌର ହଂସପାଳ, ଅଟୋନୋମସ ମୋବାଇଲ ରୋବୋଟିକ୍ସରେ ଦେବାଶିଷ ପଣ୍ଡା ଓ ଆଦିତ୍ୟ ପ୍ରକାଶ, ଓ୍ୱାଟର ଟେକ୍ନୋଲୋଜିରେ ପିତାମ୍ୱରମ ଋଷିକେଶ, ଗ୍ରାଫିକ୍ସ ଡିଜାଇନିଂରେ ରାଜୀବ ଲୋଚନ ଚାନ୍ଦ, ଇଣ୍ଡଷ୍ଟ୍ରିଆଲ ମେକାନିକ୍ସରେ ଜଗନ୍ନାଥ ମିଶ୍ର, ରେସ୍ତୋରାଁ ସର୍ଭିସରେ ଝାନସୀରାଣୀ ରାଉତ, ପାଟିସେରୀ ଆଣ୍ଡ କନଫେକ୍ସନାରୀରେ କ୍ରିଷ୍ଣାଞ୍ଜଳି ସାହୁ, ସିଏନସି ଟର୍ନିଂରେ ପର୍ଶୁରାମ ମାଝୀ ଏବଂ ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରୋଲରେ ସୁମିତ ଭୁଜବଳ ।



ଶ୍ରେଷ୍ଠ ପଦର୍ଶନ କରିବା ପାଇଁ ଲକ୍ଷ୍ୟ


ଭାରତୀୟ ଦଳ ପ୍ରତିଯୋଗିତାରେ ଭାଗ ନେବା ପାଇଁ ନୂଆଦିଲ୍ଲୀରୁ ବ୍ୟାଂକକ୍‌ ଦେଇ ସାଂଘାଇରେ ପହଞ୍ଚିଛନ୍ତି । ଆଜି ଠାରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତାରେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଥିବା ବେଳେ, ଓଡ଼ିଶାର ୧୩ ଜଣ ପ୍ରତିଯୋଗୀ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ଏହି ୧୩ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଆଇ.ଟି.ଆଇ, ବ୍ରହ୍ମପୁରର ଦୁଇ ଜଣ ଛାତ୍ର ଦେବାଶିଷ ଗୌଡ଼ ଏବଂ ପ୍ରସାଦ କୁମାର ଦାସ ଲ୍ୟାଣ୍ଡସ୍କେପ ଗାର୍ଡେନିଂ ବର୍ଗରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଉଭୟ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ସ୍କିଲ୍ସ-୨୦୨୫-୨୬ରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସାଂଘାଇ ଗସ୍ତ ପୂର୍ବରୁ ଉଭୟ ଅହମଦାବାଦ୍ ଏବଂ ନୋଏଡାରେ ଜୋରଦାର ଅଭ୍ୟାସ କରିବା ସହ, ପ୍ରଶିକ୍ଷକଙ୍କ ଠାରୁ ପରାମର୍ଶ ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ଖୁବ୍ ଶୀଘ୍ର ବ୍ରହ୍ମପୁର-ସମ୍ବଲପୁରରେ ବିଶ୍ବ ଦକ୍ଷତା କେନ୍ଦ୍ର; ଜମି ଚିହ୍ନଟ ପ୍ରକ୍ରିୟା ଶେଷ, ଭୂମି ହସ୍ତାନ୍ତର ପାଇଁ ନିର୍ଦ୍ଦେଶ


ଏହା ମଧ୍ୟ ପଢନ୍ତୁ ଭିସୁଟ୍ ରେ "ଜୋହୋ ସ୍କିଲ୍ ହବ୍"ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇଟିଭି ଭାରତ, ଭୁବନେଶ୍ବର