ବିଜେଡ଼ିର ଶ୍ରମିକ ସମାବେଶ, ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଜୁଟେଇବାକୁ ପ୍ରୟାସ - General Election 2024

By ETV Bharat Odisha Team

Published : Apr 20, 2024, 5:10 PM IST

thumbnail

ଯାଜପୁର: ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଘ ପକ୍ଷରୁ ଯାଜପୁରରେ ଶ୍ରମିକ ସମାବେଶ l ଆଜି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାରବାଟି ହାଟପଡିଆରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଶ୍ରମିକ ମାନଙ୍କୁ ଏକଜୁଟ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ବିଜୁ ଜନତା ଦଳର ଯାଜପୁର ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ତଥା କଟକ ମେୟର ସୁବାସ ସିଂ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ ।

ରାଜ୍ୟର ବିଜେଡି ସରକାର ଶ୍ରମିକ ମାନଙ୍କ ସ୍ବାର୍ଥ ସାଧନ ପାଇଁ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ବିଭିନ୍ନ ବ୍ୟକ୍ତିଗତ କାର୍ଯ୍ୟରେ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଯାଦ୍ବାରା କୁଶଳୀ, ଅଣକୁଶଳୀ ନିର୍ମାଣ ଶ୍ରମିକ ପରିବାର ମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହୋଇପାରିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଶ୍ରମିକ ସମ୍ମିଳନୀରେ ପ୍ରାୟ 4 ହଜାରରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଶ୍ରମିକମାନେ ସାମିଲ ହୋଇଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ... ଷଷ୍ଠ ପର୍ଯ୍ୟାୟରେ 9ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା, ଚମ୍ପୁଆରୁ ସନାତନ, କେନ୍ଦ୍ରାପଡ଼ାରୁ ଗଣେଶ୍ବର - BJD CANDIDATE LIST

ଏହି ସମ୍ମିଳନୀରେ ଜିଲ୍ଲାର 7 ବ୍ଲକ ଓ ଦୁଇଟି ପୌର ପରିଷଦ ଅଞ୍ଚଳରୁ ଶହଶହ ଶ୍ରମିକ ଯୋଗଦେଇ ରାଜ୍ୟରେ ବିଜେଡି ସରକାର ସମୟରେ କିଭଳି ଶ୍ରମିକ ମାନଙ୍କର ବିକାଶ ହେଇଛି ଆଲୋଚନା କରିଥିଲେ l ଚଳିତ ନିର୍ବାଚନରେ ଶ୍ରମିକମାନେ ଏକଜୁଟ ହୋଇ ଶଙ୍ଖରେ ଭୋଟ ଦେବା ସହିତ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବା ଏବଂ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ଶ୍ରମିକ ନେତା ସୁବାସ ସିଂ ଆହ୍ବାନ ଦେଇଥିଲେ । ସେହିପରି ବିଜେଡି ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଏବଂ ଧର୍ମଶାଳା ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ମଧ୍ୟ ଶ୍ରମିକ ମାନଙ୍କୁ ବିଜେଡି ସପକ୍ଷରେ ନିର୍ବାଚନ ପର୍ବରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ନିବେଦନ ଜଣାଇଥିଲେ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.