ଖଡ଼ିଆଳ ରାଜବାଟି ଭିତରେ ପଶିଲା ବଣୁଆ ଭାଲୁ - Wild Bear Spotted in Khariar

By ETV Bharat Odisha Team

Published : Apr 10, 2024, 10:57 PM IST

Updated : Apr 11, 2024, 2:19 PM IST

thumbnail

Wild Bear Spotted roaming in Khariar: ନୂଆପଡା: ସହରରେ ଭିତରେ ବୁଲୁଛି ବଣୁଆ ଭାଲୁ । ଭାଲୁ ଘଉଡାଇବାକୁ ଯାଇ ବନ ବିଭାଗ ହୋଇଛି ନାକେଦମ । ସୂଚନା ଅନୁସାରେ ବୁଧବାର ପ୍ରାତଃ ସମୟରେ ବଣୁଆ ଭାଲୁଟିଏ ଖଡ଼ିଆଳ ସହର ମଧ୍ୟକୁ ପଶି ଆସି ଆତଙ୍କ ଖେଳାଇଥିଲା । ରାସ୍ତା କଡରେ ଭାଲୁଟି ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇ ପଡିଥିଲେ । ଲୋକ ଗହଳିରେ ଭାଲୁ ଖଡ଼ିଆଳ ରାଜବାଟି ନିକଟସ୍ଥ ନିଲଜୀବନ୍ଦ ନୂଆବନ୍ଦ ବୁଦାରେ ଭାଲୁ ଲୁଚିଥିବା ବନ ବିଭାଗ କହୁଥିଲା । ସନ୍ଧ୍ୟାରେ ଭାଲୁକୁ ଜଙ୍ଗଲକୁ ଘଉଡ଼ାଇ ଦେବେ ବୋଲି ବନ ବିଭାଗ କହୁଥିଲା । ସନ୍ଧ୍ୟାରେ ଭାଲୁକୁ ଘଉଡ଼ାଇବାକୁ ଯାଇ ବନବିଭାଗ ନାକେଦମ ହେବାକୁ ପଡିଛି । ଭାଲୁ ଜଙ୍ଗଲକୁ ଚାଲିଯିବା ବଦଳରେ ସିଧା ଖଡ଼ିଆଳ ରାଜା ସାହେବଙ୍କ ରାଜବାଟି ଭିତରକୁ ପଶିଯାଇଛି । 

ଏହା ମଧ୍ୟ ପଢନ୍ତୁ...  ସହରରେ ବୁଲୁଛି ବଣୁଆ ଭାଲୁ, ପଡ଼ିଲା ତାଟି କବାଟ - Wild Bear Terror

ଖଡ଼ିଆଳ ରାଜା ସାହେବଙ୍କ ବାସଗୃହ ଛାତ ଉପରେ ଚଳପ୍ରଚଳ କରୁଛି ଭାଲୁ । ଭାଲୁକୁ ଦେଖି ଖଡ଼ିଆଳ ରାଜପରିବାର ଆତଙ୍କିତ ହୋଇପଡିଛନ୍ତି । ଭାଲୁ ଛାତ ଉପରେ ଥିବା ବେଳେ ରାଜା ଘର ଲୋକେ ଘର ଭିତରେ କବାଟ ବନ୍ଦ କରି ଲୁଚି ରହିଛନ୍ତି । ଏପଟେ ଭାଲୁକୁ ଧରିବା ପାଇଁ ଖଡ଼ିଆଳ DFO ଖୋଦ ଘଟଣାସ୍ଥଳ ଉପସ୍ଥିତ ରହି ସ୍ଥିତି ନିରୀକ୍ଷଣ କରୁଛନ୍ତି । ଭାଲୁକୁ ଧରିବା ପାଇଁ ରାଜବାଟି ପାଖକୁ ଯନ୍ତା ଅଣାଯାଇଛି । ହେଲେ ଭାଲୁ ଧରାଛୁଆଁ ଦେଉନାହିଁ । ଅନ୍ୟପଟେ ଭାଲୁର ଏଭଳି ଆତଙ୍କ ଦେଖି ଖଡ଼ିଆଳ ନଗରବାସୀ ମଧ୍ୟ ଆତଙ୍କିତ ହୋଇ ପଡିଛନ୍ତି ।

ଇଟିଭି ଭାରତ, ନୂଆପଡା 

Last Updated : Apr 11, 2024, 2:19 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.