ସାଧୁମୟ ଖଣ୍ଡଗିରି, ଲଙ୍କା ଆହୂତିରେ ପ୍ରକମ୍ପିତ ପରିବେଶ

By ETV Bharat Odisha Team

Published : Feb 20, 2024, 4:41 PM IST

thumbnail

Khandagiri Kumbha Mela 2024: ଭୁବନେଶ୍ବର: ସାଧୁମୟ ପବିତ୍ର ଖଣ୍ଡଗିରି ।  ଜଳୁଛି ଅଖଣ୍ଡ ଧ୍ବନି ।  ଘଣ୍ଟ ଘଣ୍ଟା ବେଦ ମନ୍ତ୍ରରେ ପ୍ରକମ୍ପିତ ସାରା ପରିବେଶ । ପବିତ୍ର ମାଘ ସପ୍ତମୀଠାରୁ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭ ମେଳା ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଏନେଇ ଲୋକଙ୍କ ଗହଳି ଚହଳିରେ ମେଳା ଲୋକାରଣ୍ୟ ହେଉଥିବା ବେଳେ ସାଧୁ ସନ୍ଥଙ୍କ ମନ୍ତ୍ର ଧୂନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପହାଡ଼ ପାଦଦେଶ । ସାଧୁ ସନ୍ଥମାନେ ଦିନ ବେଳା ଯଜ୍ଞ କୁଣ୍ଡରେ ବିଶ୍ବ କଲ୍ୟାଣ ପାଇଁ ଆହୁତି ଦେଉଥିବା ବେଳେ ସଞ୍ଜ ନଇଁ ଆସିବା ମାତ୍ରେ ସମଗ୍ର ପାହାଡ଼ରେ ଆଧ୍ୟାତ୍ମିକ ପରିବେଶ ସାଙ୍ଗକୁ ଜମୁଛି ଭଜନ କୀର୍ତ୍ତନ । ଏ ଭିତରେ ଖଣ୍ଡଗିରି ପାହାଡ଼ ଦେବସଭା ନିକଟ ବଟ ବୃକ୍ଷ ତଳେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ ।  

ଏହା ବି ପଢନ୍ତୁ-  ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହାକୁମ୍ଭ, ଦମଦାର ସଂଳାପ ସହ ନାଚ ଗୀତର ଧୁନରେ ଦୁଲୁକୁଛି ଯାତ୍ରା ମଞ୍ଚ

ଅଲୌକିକ ଦିବ୍ୟ ଦୃଶ୍ୟର ଅନୁଭୂତିକୁ ନେଇ ସାଧୁସନ୍ଥ ଶୁଖିଲା ଲଙ୍କାକୁ ଆହୂତି ଦେଇ ଯଜ୍ଞ କରୁଥିବା ଦେଖିବାକୁ ମିଳିଛି ।  ଯେଉଁ ଯଜ୍ଞ ଆହୂତିରେ ନା ରହିଛି କାଶ ନା ଛିଙ୍କ । କୌଣସି ପ୍ରକାରର ପାରିପାର୍ଶ୍ବିକ ପ୍ରତିକ୍ରିୟା ଏଠାରେ ଦେଖିବାକୁ ମିଳୁନଥିବା ବେଳେ ଯାହା ଲୋକଙ୍କୁ ଏହି ଯଜ୍ଞ ସ୍ଥଳକୁ ଟାଣି ଆଣୁଛି । ମଣିଷ ମନରୁ କ୍ରୋଧ, କାମ, ମୋହ ପ୍ରଶମିତ କରିବା ପାଇଁ ଓ ପରିବେଶର ସୁରକ୍ଷାକୁ ନେଇ ଦୁଷ୍ଟ ଓ ଖରାପ ପରିସ୍ଥିତି ହଟାଇବା ପାଇଁ ଲଙ୍କା ଯଜ୍ଞ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ସନ୍ଥ ସେବକ ଲଳିତ ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.