ETV Bharat / state

ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହାକୁମ୍ଭ, ଦମଦାର ସଂଳାପ ସହ ନାଚ ଗୀତର ଧୁନରେ ଦୁଲୁକୁଛି ଯାତ୍ରା ମଞ୍ଚ

author img

By ETV Bharat Odisha Team

Published : Feb 19, 2024, 1:41 PM IST

Khandagiri Yatra Mahakumbha: ଖଣ୍ଡଗିରିରେ ଆରମ୍ଭ ହୋଇଯାଇଛି ଯାତ୍ରା ମହାକୁମ୍ଭ ।ଯାତ୍ରାପାର୍ଟିମାନେ ନିଜର ଦମ ଦେଖାଇଥିବା ବେଳେ ଦମଦାର ସଂଳାପ ସହ ନାଚ ଗୀତର ଧୁନରେ ଦୁଲୁକୁଛି ଯାତ୍ରା ମଞ୍ଚ । ଅଧିକ ପଢ଼ନ୍ତୁ

ଖଣ୍ଡଗିରି ଯାତ୍ରା
ଖଣ୍ଡଗିରି ଯାତ୍ରା
ଖଣ୍ଡଗିରି ଯାତ୍ରା

ଭୁବନେଶ୍ବର: ଖଣ୍ଡଗିରିରେ ଆରମ୍ଭ ହୋଇଯାଇଛି ଯାତ୍ରା ମହାକୁମ୍ଭ । ରବିବାର ସନ୍ଧ୍ୟାରୁ ଏହି ମହାକୁମ୍ଭରେ ଯାତ୍ରାପାର୍ଟିମାନେ ନିଜର ଦମ ଦେଖାଇଥିବା ବେଳେ ଦମଦାର ସଂଳାପ ସହ ନାଚ ଗୀତର ଧୁନରେ ଦୁଲୁକୁଛି ଯାତ୍ରା ମଞ୍ଚ । କଳାକାରଟିଏ ମୁହଁରେ ରଙ୍ଗ ବୋଲି ନିଜକୁ ସଜାଇ କାହାଣୀର ଚରିତ୍ରରେ ନିଜକୁ ଭିଜାଇ ଦର୍ଶକଙ୍କ ମନୋରଂଜନ କରିଛି । ଚିକମିକ ଆଲୁଅ ସାଙ୍ଗକୁ କଳାକାରଙ୍କ ଚମତ୍କାର ଅଭିନୟକୁ ନେଇ ଦର୍ଶକଙ୍କ ତାଳିମାଡ଼ରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ଯାତ୍ରା ପଡ଼ିଆ ।

ରବିବାର ଦିନ ଯାତ୍ରାମହାସମର ଅୟମାରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ହିଁ ସବୁ ପେଣ୍ଡାଲରେ ଯାତ୍ରାପ୍ରେମୀଙ୍କ ଭିଡ ଲାଗିଥିଲା । ପ୍ରଥମରୁ ଜାତୀୟ ସଂଗୀତ ସହ ମେଲୋଡି ଆରମ୍ଭ ହୋଇଥିବା ବେଳେ ନୂଆ ପୁରୁଣା ଓ ଟ୍ରେଂଡିଙ୍ଗ ଗୀତର ମେଲୋଡି ଦର୍ଶକଙ୍କୁ ପ୍ରଥମରୁ ହିଁ ମତୁଆଲା କରିଛି । ଦମଦାର ମେଲୋଡି ସହ ଝୁମୁଚନ୍ତି ଦର୍ଶକ । ଯାହା ତାଙ୍କୁ କାହାଣୀକୁ ଦେଖିବାକୁ ଖୋରାକ ଯୋଗାଇଛି । ତେବେ ଚଳିତ ବର୍ଷ ଯାତ୍ରା ମହାକୁମ୍ଭରେ ମୋଟ ୬ଟି ଅନୁଷ୍ଠାନକୁ ନାଟକ ପରିବେଷଣ କରିବାକୁ ପ୍ରଶାସନ ଅନୁମତି ଦେଇଥିବାବେଳେ ରବିବାରରୁ ୫ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେଉଛି ।

ସନାତନ ସେବା ସମିତି (ଖଣ୍ଡଗିରି-ଘାଟିକିଆ) ପେଣ୍ଡାଲରେ କୋଣାର୍କ ଗଣନାଟ୍ୟ "ସେଇ ଗୋଟିଏ ଭୁଲ୍ ପାଇଁ" ଭଳି ନାଟକ ଦର୍ଶକଙ୍କୁ ଭେଟି ଦେଇଛି । ନାୟକ ଭୂମିକାରେ ସୁବାସ, ଜିତୁ, ମୁନା, ରତି ନାୟକ ଓ ନାୟିକା ଭାବେ ଶିବାନୀଙ୍କୁ ଦେଖିବାକୁ ମିଳିଛି । ଖଳନାୟକ ଭୂମିକାରେ ଦୈତାରି ପଣ୍ଡାଙ୍କ ଅଭିନୟ ଦେଖିବାକୁ ମିଳିଛି । ସମସ୍ତ କଳାକାରମାନେ ସେମାନଙ୍କ ଦମଦାର ପ୍ରଦର୍ଶନରେ ଦର୍ଶନଙ୍କ ମାନକୁ କିଣିନେଇଛନ୍ତି । ବିଶେଷ କରି ଦୈତାରୀ ପଣ୍ଡାଙ୍କ ଚମତ୍କାର ଅଭିନୟ ଲୋକଙ୍କୁ ମତୁଆଲା କରିଛି ।

ସେହିପରି ଜୟଦୁର୍ଗା ସାଂସ୍କୃତିକ ପରିଷଦ ମଞ୍ଚରେ ଓଡିଶାର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ଗୌରୀ ଗଣନାଟ୍ୟ ଯାତ୍ରା ମହାସମରକୁ ଓହ୍ଲାଇଥିବା ବେଳେ ରାଣୀ ପଣ୍ଡାଙ୍କ ଜୀବନର ବାସ୍ତବ ଘଟଣାକୁ ନେଇ ପ୍ରସ୍ତୁତ 'ରାଣୀ ପଣ୍ଡାକୁ ଖଣ୍ଡଗିରି ମନା' ନାଟକ ଦର୍ଶକମାନଙ୍କୁ ମନୋରଞ୍ଜନ କରୁଛି । ଏଥିରେ ଚର୍ଚ୍ଚିତ କଳାକାର ରାଣୀ ପଣ୍ଡା ନାୟିକା ଭାବେ ନଜର ଆସିଥିବା ବେଳେ ତାଙ୍କ ଦେଖିବାକୁ ପ୍ରଶଂସକ ଓ ଦଦର୍ଶକଙ୍କ ଭିଡ ଜମୁଛି । ନାୟକ ରୂପରେ ମାନସ ପଣ୍ଡା ଓ ଖଳନାୟକ ରଞ୍ଜିତ ପାତ୍ରଙ୍କୁ ଦେଖିବାକୁ ମିଳିଛି ।

ସେହିପରି ଇନ୍ଦିରା ସାଂସ୍କୃତିକ ପରିଷଦ (ଖଣ୍ଡଗିରି-ଜାଗମରା)ରେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ନାଟକ ପରିବେଷଣ କରିବ । 'କାନ୍ଦେନାରେ ବାଇଆ ମନ' ନାଟକକୁ ନେଇ କଳିଙ୍ଗ ମଇଦାନକୁ ଓହ୍ଲାଇଛି । ଏହି ନାଟକରେ ସୁରେଶ ପଣ୍ଡା ମୁଖ୍ୟ ନାୟକ ଓ ଭାବନାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଛି । ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ (ଆଇଗିଣିଆ-ଡୁମୁଡୁମା) ମଞ୍ଚ ଅପେରା ସାଇ ସମ୍ରାଟକୁ ନେଇ ଯାତ୍ରା ମଇଦାନକୁ ଆସିବ । "ଦେବଦାସୀ ହେବି ତୋରି ପାଇଁ" ନାଟକକୁ ନେଇ ସାଇ ସମ୍ରାଟ ଖଣ୍ଡଗିରି ଯାତ୍ରା ମହାକୁମ୍ଭକୁ ଓହ୍ଲାଇଛି । ଶଙ୍ଖାଳି, ସତ୍ୟ ଓ ବୁଲବୁଲ ନାୟକ ଏବଂ ଟିକିନା,ଟିକିଲି ଓ ତମସା ନାୟିକା ଭୂମିକାରେ ନଜର ଆସିଛନ୍ତି । ଖଳନାୟକ ଭୂମିକାରେ ରବି ବ୍ରହ୍ମାଙ୍କ ଅଭିନୟ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢ଼ନ୍ତୁ.....ଅପେରା ଲଢେଇରେ ଦୁଲୁକୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ, ମନ କିଣୁଛି ଖଳନାୟକଙ୍କ ଦମଦାର ସଂଳାପ

ଏହାସହ ମା' ମଙ୍ଗଳା ଯୁବ ପରିଷଦ (ଖଣ୍ଡଗିରି-ଜାଗମରା) ମଞ୍ଚରେ ମା' ଦୁର୍ଗା ମନ୍ଦିର 'କାନ୍ଦେନାରେ ଲୁହ ସରିଯିବ' ନାଟକକୁ ନେଇ ଖଣ୍ଡଗିରି ମଇଦାନକୁ ଅବତୀର୍ଣ୍ଣ ହୋଇଛି । ନାୟକ ଓ ନାୟିକା ଭୂମିକାରେ ରୁଦ୍ର, ହୃଷି ଓ ମାମାଙ୍କ ଅଭିନୟ ଦେଖିବାକୁ ପାଇଛନ୍ତି ଦର୍ଶକ । ଖଳନାୟକ ଲକ୍ଷ୍ମୀଧରଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।‌ ଆସନ୍ତା ୨୪ ତାରିଖରୁ ରଙ୍ଗ ମହଲ ମଇଦାନକୁ ଓହ୍ଲାଇବ । ପ୍ରତ୍ୟେକ ପେଣ୍ଡାଲରେ ଦୁଇ ହଜାରରୁ ତିନି ହଜାର ଦର୍ଶକ ବସିବା ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ ଦିନରୁ ହିଁ ଖଚାଖଚ ଭିଡ ରହିଥିଲା ।‌ ଏହି ମହାସମାରରେ ଦର୍ଶକଙ୍କ ପାଇଁ ସାଧାରଣ ବର୍ଗର ଟିକେଟ ମୂଲ୍ୟ ୧୫୦ ଟଙ୍କା ରଖାଯାଇଥିବା ବେଳେ ସ୍ୱତନ୍ତ୍ର ବର୍ଗର ଟିକେଟ ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.