ଆଖୁ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ, ମିଳୁନି ଉଚିତ ମୂଲ୍ୟ - Sugarcane farmers facing problem

By ETV Bharat Odisha Team

Published : May 9, 2024, 6:45 PM IST

thumbnail
Sugarcane farmers facing problem (ETV Bharat Odisha)

Sugarcane farmers facing problem: ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଆଖୁ ରସର ରହିଛି ବେଶ ଚାହିଦା । ହେଲେ ଏହି ଆଖୁ ଚାଷୀଙ୍କ ଦୁଃଖ ସତେ ଯେମିତି ଭୁଲିଯାଇଛନ୍ତି ସରକାର । ବୌଦ୍ଧ ଜିଲ୍ଲାରେ ଆଖୁର ଚାହିଦା ଥିଲେ ମଧ୍ୟ ଆଖୁଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ପିପଲକଟା ଗ୍ରାମର ଚାଷୀ ନବୀନ ଭୋକ୍ତା ନିଜ ଦୁଇ ପୁଅଙ୍କ ସହାୟତାରେ ବର୍ଷ ତମାମ ସମନ୍ଵିତ ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଥାନ୍ତି । ନବୀନ ନିଜର ସ୍ବଳ୍ପ ଜମିରେ ପନିପରିବା ଚାଷ ସହିତ ମାଛଚାଷ ଓ ଖରାଦିନେ ଆଖୁ ଚାଷ କରିଥାନ୍ତି । ଆଖୁ ଚାଷ ପାଇଁ ବାପ ପୁଅ ତିନି ଜଣ ମିଶି ଦିନରାତି ଏକ କରି ପୋଖରୀରୁ ପାଣି ସେଚନ କରିଥାନ୍ତି । ଉତ୍ପାଦିତ ଆଖୁକୁ ଏହି ଚାଷୀ ନିକଟସ୍ଥ ବଜାର ହାଟରେ ନଚେତ ଆଖୁରସ ବିକ୍ରେତାଙ୍କ ନିକଟରେ ବିକ୍ରି କରିଦିଅନ୍ତି । ଆଖୁ ଗୋଟା ପ୍ରତି ମାତ୍ର ପାଞ୍ଚରୁ ଦଶ ଟଙ୍କା ମଧ୍ୟରେ ବିକ୍ରି କରି ଏମାନେ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ନବୀନ ଜଣେ ମାତ୍ର ଆଖୁ ଚାଷୀ ହୋଇଥିବା ବେଳେ ତାଙ୍କୁ କୌଣସି ପ୍ରକାରର ସରକାରୀ ସହାୟତା ମିଳିନାହିଁ ।ଏନେଇ ସ୍ଥାନୀୟ ଯୁବ ଚାଷୀ ମଧ୍ୟ ନବୀନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.