ଗୁଣୁପୁରରେ ନିର୍ବାଚନ ସମ୍ପର୍କିତ ପ୍ରଦର୍ଶନୀ, ସ୍ବାଧୀନତା ପରର ସମସ୍ତ ନିର୍ବାଚନର ରହିଛି ତଥ୍ୟ - Election Special Exhibition

By ETV Bharat Odisha Team

Published : Apr 11, 2024, 8:34 PM IST

thumbnail

ELECTION SPECIAL EXHIBITION IN RAYAGADA: ରାୟଗଡା: ଆଗାମୀ ନିର୍ବାଚନ ପାଇଁ ଭୋଟର ମାନଙ୍କୁ ସଚେତନ କରିବାକୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ରାୟଗଡା ଜିଲ୍ଲାର ସଦର ମହକୁମା ଗୁଣୁପୁର ଠାରେ ନିର୍ବାଚନ ସମ୍ପର୍କିତ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଭାରତ ସରକାରଙ୍କ ନିର୍ବାଚନ କମିଶନରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଏ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହି ପ୍ରଦର୍ଶନୀକୁ ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରାୟଗଡା ଜିଲ୍ଲାର ସଦର ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସୂଚନା ବିଭାଗର ପାଠାଗାରରେ ନିର୍ବାଚନ ସମ୍ପର୍କିତ ତଥ୍ୟ ଉପରେ ଆଧାରିତ ପ୍ରଦର୍ଶନୀ ଆୟୋଜନ କରାଯୋଇଛି ।  

ଏହା ମଧ୍ୟ ପଢନ୍ତୁ...ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ ହେଲା ଇଭିଏମ ଓ ଭିଭିପ୍ୟାଟ, ମେ ୨୫ରେ ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନ - GENERAL ELECTION 2024

ଏଥିରେ ଲାଞ୍ଜିଆ ସଉରାଙ୍କ ଥିମ୍ ତଥା ଚିତ୍ରକଳାକୁ ବ୍ୟବହାର କରାଯାଇଛି । ଏହି ପ୍ରଦର୍ଶନୀରେ ୧୯୪୭ ମସିହା ଠାରୁ ଏ ଯାଏଁ ହୋଇଥିବା ସମସ୍ତ ନିର୍ବାଚନର ସବିଶେଷ ତଥ୍ୟ ପ୍ରକାଶ ପାଇଛି । ଏହା ସହ କେଉଁ କେଉଁ ବର୍ଷ ନିର୍ବାଚନ ପ୍ରକ୍ରିୟାରେ କି କି ପ୍ରକାରର ପରିବର୍ତ୍ତନ ହୋଇଛି ତାହା ଦର୍ଶାଯାଇଛି । ଏହି ପ୍ରଦର୍ଶନୀରେ ଭିଭିପାଟ୍ ଓ ଇଭିଏମ୍ ର ବ୍ୟବହାର ସମ୍ପର୍କରେ ମଧ୍ୟ ଜନତାଙ୍କୁ ଅବଗତ କରାଯାଇଛି । ଏହାର ଉଦଘାଟନ ବେଳେ ଗୁଣୁପୁର ଉପଜିଲ୍ଲାପାଳ କିରନଦୀପ କୌର, ଡେପୁଟି ଜିଲ୍ଲାପାଳ ମଧୁସୂଦନ ମାଝୀ, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ବିପିନ ନାୟକ ,ତହସିଲଦାର ଲୀଳାବତୀ ଆଚାର୍ଜୀ, ସନ୍ତୋଷ କୁମାର ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଯୋଗ୍ୟ ଯେ ଆସନ୍ତା ମେ ୧୩ ତାରିଖରେ ରାୟଗତା ରେ ନିର୍ବାଚନ ହେବ ବୋଲି ସ୍ଥିର କରାଯାଇଛି ।  

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.