ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଏଗାର ଆହତ

By ETV Bharat Odisha Team

Published : Feb 9, 2024, 9:48 PM IST

thumbnail

Tractor Accident Koraput: କୋରାପୁଟ: ନାରାୟଣପାଟଣା ବ୍ଲକର ବୋରିଗି ଘାଟିରେ ଏକ ଟ୍ରାକ୍ଟର ରାସ୍ତାରେ ଓଲଟି ପଡ଼ି ଏଗାର ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଆହତ ସମସ୍ତଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ କୋରାପୁଟ ଏସଏଲ୍ଏନ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଛନ୍ତି । 

ସୂଚନାଯୋଗ୍ୟ ବୋରିଗି ପଞ୍ଚାୟତର କେଲୁବାଡି ଗ୍ରାମରେ ଏକ ବାହାଘର ଛାମୁଣ୍ଡିଆ ପାଇଁ ଜଙ୍ଗଲରୁ କାଠ ସଂଗ୍ରହ କରି ଫେରିବା ବେଳେ ଘାଟିରେ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଟାକ୍ଟରଟି ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଆନ୍ଧ୍ରକୁ ଯାଉଥିବା କିଛି ବ୍ୟକ୍ତି ଏକ ଅଟୋ ଯୋଗେ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିବାବେଳେ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ମେଡ଼ିକାଲରେ ପହଞ୍ଚାଇଥିଲା ।

ସେପଟେ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ରହିଥିବାରୁ ମେଡ଼ିକାଲ ପରିସରରେ ଏକ ଦୁଃଖଦ ପରିବେଶ ଦେଖାଦେଇଥିଲା । ଆହତ ସମସ୍ତେ ଗରିବ ଶ୍ରେଣୀର ଆଦିବାସୀ ଲୋକ ହୋଇଥିବାରୁ ସେମାନଙ୍କୁ ଉନ୍ନତ ମାନର ଚିକିତ୍ସା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ତେବେ ସେନ୍ତାମାଣ୍ଡିଙ୍ଗି ନାମକ ଜଣେ ମହିଳାଙ୍କ, ଝିନ୍ନ ମାଣ୍ଡିଙ୍ଗି ଓ ଅରୁଣ ମେଲେକା ଦୁଇ ଜଣ ଶିଶୁଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.....ଦୁଇଟି କାର୍ ମୁହାଁମୁହିଁ ଧକ୍କା; ଚାଲିଗଲା ମାଆ-ଝିଅଙ୍କ ଜୀବନ, ଭାଉଜ ଗୁରୁତର

ଇଟିଭି ଭାରତ, କୋରାପୁଟ 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.