ରାଷ୍ଟ୍ରପତି ମୁର୍ମୁଙ୍କ ସହ କର୍ତ୍ତବ୍ୟପଥରେ ପହଞ୍ଚିଲେ ମାକ୍ରନ, ଦେଖନ୍ତୁ ଭିଡିଓ

By ETV Bharat Odisha Team

Published : Jan 26, 2024, 12:27 PM IST

thumbnail

Republic Day 2024 Celebration: ଆଜି ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ସାଧାରତନ୍ତ୍ର ଦିବସର ଭବ୍ୟ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛନ୍ତି  । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସାମିଲ ହୋଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଉପସ୍ଥିତ ରହିଛନ୍ତି । ପତାକା ଉତ୍ତୋଳନ ପରେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ପରେଡରେ ଫ୍ରାନ୍ସରୁ ଆସିଥିବା ରେଜିମେଣ୍ଟ ମଧ୍ୟ ଭାଗ ନେଇଛନ୍ତି । ସେହିପରି ଭାରତୀୟ ଯବାନମାନେ ନିଜର ସାମରିକ ଶକ୍ତି ପ୍ରଦର୍ଶିତ କରିଛନ୍ତି । କର୍ତ୍ତବ୍ୟପଥରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଟି-୯୦ ଭୀଷ୍ମ ଟ୍ୟାଙ୍କ, ନାଗ୍ ମିଜାଇଲ, ପିନାକ ମିଜାଇଲ, ୱିପନ ଲୋକେଟିଂ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟର ଇତ୍ୟାଦି ପ୍ରଦର୍ଶିତ ହୋଇଛି । ଦିଲ୍ଲୀର କର୍ତ୍ତବ୍ୟପଥରୁ ଦେଖନ୍ତୁ ସେହି ଚିତାକର୍ଷକ ଦୃଶ୍ୟ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.